ମୁମ୍ବାଇ: ମହଙ୍ଗା ପଡିଲା ଇନଷ୍ଟାଗ୍ରାମ ବନ୍ଧୁତା । ପାର୍ଟି ଆଳରେ ରାତିରେ ଡକାଇ ଯୁବତୀଙ୍କୁ ଦୁଷ୍କର୍ମ କଲା ଇନଷ୍ଟାଗ୍ରାମ ବନ୍ଧୁ । ମଦ ପିଆଇ ସର୍ବସ୍ବ ଲୁଟି ନେଲା । ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମାୟାନଗରୀ ମୁମ୍ବାଇରୁ । ଆଜିକାଲିର ଯୁବପିଢିଙ୍କୁ ସୋସିଆଲ ମିଡିଆ ନିଶା ଘାରିଥିବା ବେଳେ ଏହା କେତେ ଯେ ମାରାତ୍ମକ ହୋଇପାରେ ଏହି ଘଟଣାରୁ ଅନୁମାନ କରାଯାଇପାରେ । ତେବେ ପୀଡିତା ଯୁବତୀ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ରୁଜୁ କରିଛି । ହେଲେ ଅଭିଯୁକ୍ତ ଯୁବକକୁ ଏ ଯାଏଁ ଗିରଫ କରାଯାଇ ନାହିଁ । ଏନେଇ ପୀଡିତା ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ।
ଅଭିଯୋଗ ମୁତାବକ, ୨୧ ବର୍ଷୀୟା ପୀଡିତା ଇନଷ୍ଟାଗ୍ରାମରେ ଅଭିଯୁକ୍ତ ଯୁବକଙ୍କୁ ଭେଟିଥିଲେ । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ପରେ ସମ୍ପର୍କ ନିବିଡ ହୋଇଥିଲା । ଦିନେ ରାତିରେ ଯୁବକ ଜଣକ ତାଙ୍କୁ ପାର୍ଟି ଆଳରେ ଏକ ହୋଟେଲକୁ ଡାକି ନେଇଥିଲେ ଏବଂ ସେଠାରେ ଯୁବତୀଙ୍କୁ ସେ ପ୍ରଚୁର ମଦ ପିଆଇଥିଲେ । ଯୁବତୀ ନିଶାରେ ଚୁର୍ ହୋଇଥିବା ପରେ ଅଭିଯୁକ୍ତ ତାଙ୍କୁ ଟାଣି ଟାଣି ନିଜର ଏକ ବନ୍ଧୁଙ୍କ ଘରକୁ ନେଇଯାଇଥିଲା । ସେଠି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ହୋସ୍ ଆସିବା ପରେ ପୀଡିତା ଯୁବତୀ ଯେତେବେଳେ ଏହାକୁ ବିରୋଧ କଲେ, ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲା ।