ଓଡିଶା

odisha

ETV Bharat / bharat

ସରିଲା EDର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ: ବିଚାର ବିଭାଗୀୟ ଜେଲକୁ ଗଲେ ହେମନ୍ତ - ହେମନ୍ତ ସୋରେନ

Hemant Soren returns to jail as ED remands end: ରାଞ୍ଚି କେନ୍ଦ୍ରୀୟ କାରାଗାରକୁ ଫେରିଲେ ହେମନ୍ତ । ଆଜି ଇଡି ରିମାଣ୍ଡ ଶେଷ ହେବା ପରେ କରାଯାଇଥିଲା କୋର୍ଟରେ ହାଜର । ଅଧିକ ପଢନ୍ତୁ

ସରିଲା ED ରିମାଣ୍ଡ: ବିଚାର ବିଭାଗୀୟ ଜେଲକୁ ଗଲେ ହେମନ୍ତ
ସରିଲା ED ରିମାଣ୍ଡ: ବିଚାର ବିଭାଗୀୟ ଜେଲକୁ ଗଲେ ହେମନ୍ତ

By ETV Bharat Odisha Team

Published : Feb 15, 2024, 8:42 PM IST

ରାଞ୍ଚି:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ବିଚାର ବିଭାଗୀୟ ଜେଲକୁ ଫେରିଲେ ଜମି ଘୋଟାଲା ମାମଲାରେ ଗିରଫ ହୋଇଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ରାଞ୍ଚି ସ୍ଥିତ PMLA କୋର୍ଟରେ ହାଜର କରିଥିଲା । କୋର୍ଟ ହେମନ୍ତଙ୍କୁ ଚଳିତ 22 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ଜେଲକୁ ପଠାଇ ଦେଇଛନ୍ତି । ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସେ ଏବେ ରାଞ୍ଚିର ବିର୍ସାମୁଣ୍ଡା କେନ୍ଦ୍ରୀୟ କାରାଗାରରେ ରହିବେ ।

ହେମନ୍ତଙ୍କ ପକ୍ଷରୁ ଝାଡଖଣ୍ଡ ଏଜି ରାଜୀବ ରଞ୍ଜନ ମାମଲା ଲଢୁଛନ୍ତି । ସେ ହେମନ୍ତଙ୍କ ପକ୍ଷରୁ ବେଲ ଆବେଦନ କରିବା ନେଇ ସୂଚନା ଦେଇଛନ୍ତି । ହେମନ୍ତ ବେଲ ଆବେଦନ କରିବା ପରେ ଇଡି ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ଦର୍ଶାଇ ଏହାକୁ ଚ୍ୟାଲେଞ୍ଜ କରିପାରେ ।ଗତମାସ (ଜାନୁଆରୀ) 31 ତାରିଖରେ ଦିନ ତମାମ ବାସଭବନରେ ଜେରା କରିବା ପରେ ସଂଧ୍ୟାରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଜେରା ମଧ୍ୟରେ ସେ ଇଡି କଷ୍ଟଡି ମଧ୍ୟରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ଇସ୍ତଫା ଦେଇ ଫେରିଥିଲେ । ପରେ ତାଙ୍କୁ ଗିରଫ କରି କାର୍ଯ୍ୟାଳୟକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ । ଫେବୃଆରୀ ପହିଲାରେ ତାଙ୍କୁ ରାଞ୍ଚିର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ବେଲ ଆବେଦନ ଖାରଜ ହେବା ସହ କୋର୍ଟ ତଦନ୍ତକାରୀ ସଂସ୍ଥାର ରିମାଣ୍ଡ ଆବେଦନର ଶୁଣାଣି ଫେବୃଆରୀ 2କୁ ସ୍ଥଗିତ ରଖିଥିଲେ । ଫଳରେ ତାଙ୍କୁ ଗୋଟିଏ ରାତି ବିଚାର ବିଭାଗୀୟ ଜେଲରେ ରହିବାକୁ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ :- ଆଜି ସରୁଛି ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି, କୋର୍ଟରେ ହାଜର ପରେ ହୋଇପାରେ ଜେଲ୍

2 ତାରିଖ ପୂର୍ବାହ୍ନରେ ପୁନର୍ବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତଦନ୍ତକାରୀ ସଂସ୍ଥା ହେମନ୍ତଙ୍କୁ 5 ଦିନିଆ ରିମାଣ୍ଡରେ ନେଇଥିଲା । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପୁଣି ହେମନ୍ତ ଆଉ 5 ଦିନିଆ ରିମାଣ୍ଡରେ ଯାଇଥିଲେ । ଆଜି ତାଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ଜେଲକୁ ପଠାଯାଇଛି । ଏବେ ହେମନ୍ତଙ୍କ କିଛି ସହଯୋଗୀ ମଧ୍ୟ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରକୁ ଆସିଛନ୍ତି । ଏହି ବହୁଚର୍ଚ୍ଚିତ ଘୋଟାଲା ମାମଲାରେ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details