ନୂଆଦିଲ୍ଲୀ:ବାଂଲାଦେଶ ସଙ୍କଟ ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି ଭାରତ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନା ଏବେ ଭାରତରେ ଅଛନ୍ତି । ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଆଜି ବୈଠକରେ ସମସ୍ତ ଦଳର ପ୍ରତିନିଧିଙ୍କୁ ପଡୋଶୀ ଦେଶର ସାମ୍ପ୍ରତିକ ସ୍ଥିତି ଓ ଭାରତର ଆଭିମୁଖ୍ୟ ସମ୍ପର୍କରେ ଅହଗତ କରିଛନ୍ତି । ଆଜି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ସହ କଂଗ୍ରେସରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପଲ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି । ହସିନାଙ୍କ ସମ୍ପର୍କରେ ଭାରତ ସରକାର କୌଣସି ନୀତିଗତ ନିଷ୍ପତ୍ତି ନେଇନାହାନ୍ତି, ଘଟଣା ଉପରେ ନଜର ରହିଥିବା ଜୟଶଙ୍କର କହିଛନ୍ତି ।
- କଣ କହିଲେ ଜୟଶଙ୍କର:-
ଜୟଶଙ୍କର କହିଛନ୍ତି,"ଶେଖ ହସିନା ଭାରତରେ ଅଛନ୍ତି ଏବଂ ଭାରତ ସରକାର ତାଙ୍କ ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ କ’ଣ ହେବ, ତାହା ଜଣାଇବାକୁ ତାଙ୍କୁ ସମୟ ଦେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ବାଂଲାଦେଶ ସେନା ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି । ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ନହେବା ଯାଏ ସେ (ହସିନା) ଏଠାରେ ରହିବେ । ବାଲଂଦେଶରେ ଥିବା ଭାରତୀୟମାନଙ୍କ ସହ ସରକାର ଯୋଗାଯୋଗରେ ଅଛନ୍ତି ।’’
- ଫେରିଗଲା ହସିନାଙ୍କୁ ଆଣିଥିବା ବିମାନ:-
ଅନ୍ୟପଟେ ଗତକାଲି ହସିନାଙ୍କୁ ଆଣିଥିବା ବାଂଲାଦେଶ ବାୟୁସେନାର C-130J ଏୟାରକ୍ରାପ୍ଟ ଆଜି ଫେରିଯାଇଛି । ସକାଳ ପ୍ରାୟ 9ଟା ସମୟରେ ବିମାନଟି ଦିଲ୍ଲୀ ହିଣ୍ଡନ ଏୟାରବେସରୁ ଉଡାଣ ଭରିଛି । ହେଲେ ସେଥିରେ ଶେଖ ହସିନା ଯାଇନଥିବା ସୂଚନା ମିଳିଛି । ବିମାନରେ ୭ଜଣ ସେନା ଅଧିକାରୀ ପୁଣି ବାଂଲାଦେଶ ଅଭିମୁଖେ ଉଡାଣ ଭରିଥିବା ନେଇ ସୂଚନା ରହିଛି । ହେଲେ ହସିନା ଭାରତରେ ରହିବେ,ନା କୌଣସି ୟୁରୋପୀୟ ଦେଶ ଗସ୍ତ କରିବେ ସେ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇପାରିନି ।
- ଗତକାଲି ସଂଧ୍ୟାରେ ଭାରତରେ ଅବତରଣ କରିଥିଲା ହସିନାଙ୍କ ବିମାନ:-