ଡେରାଡୁନ: ବଦ୍ରିନାଥ ଦର୍ଶନ ସାରି ଫେରିବା ବେଳେ ବଡ଼ ଅଘଟଣ । ଆଗପଛ ହୋଇ ଯାଉଥିବା ୨ଟି ଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଫଳରେ ପଛ ଗାଡ଼ିରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି । ଗାଡ଼ି ଭିତରେ ୧୫ ଜଣ ତୀର୍ଥଯାତ୍ରୀ ଥିବା ବେଳେ ସମସ୍ତ ଯାତ୍ରୀ ଓଡ଼ିଶାର ବୋଲି ଜଣାପଡ଼ିଛି । ଓଡ଼ିଆ ତୀର୍ଥଯାତ୍ରୀମାନେ ବଦ୍ରିନାଥଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଦୁର୍ଘଟଣାଟି ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଘଟିଥିବା ସୂଚନା ମିଳିଛି ।
ଆଗ ଗାଡ଼ିକୁ ଧକ୍କା ଦେଲା ପଛ ଗାଡ଼ି:
ସୂଚନା ଅନୁସାରେ, ୧୫ ଜଣ ଓଡ଼ିଆ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କରିବା ପରେ ଏକ ଟ୍ରାଭେଲର ଗାଡ଼ି ଯୋଗେ ବଦ୍ରିନାଥରୁ ଋଷିକେଶ ଅଭିମୁଖେ ଯାଉଥିଲେ । ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଚମୋଲି ଜିଲ୍ଲାର ଜ୍ୟୋର୍ତିମଠ ଗରୱାଲ୍ ସ୍କାଉଟ୍ ନିକଟରେ ଟ୍ରାଭେଲର ଗାଡ଼ି ଆଗରେ ଯାଉଥିବା ଅନ୍ୟ ଏକ ଗାଢ଼ି ହଠାତ ବ୍ରେକ ମାରିଥିଲା । ଫଳରେ ପଛରେ ୧୫ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାଭେଲର ଗାଡ଼ିଟି ବ୍ରେକ୍ ଲଗାଇ ନପାରି ଆଗରେ ଯାଉଥିବା ଗାଡ଼ିକୁ ଶକ୍ତ ଧକ୍କା ଦେଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ଅଧା ରହିଗଲା ବାଗେଶ୍ବର ବାବାଙ୍କ ଦର୍ଶନ: ଧକ୍କା ଦେଲା ଟ୍ରକ, ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ - Major road accident
ଅଳ୍ପକେ ବର୍ତ୍ତିଲେ ଓଡ଼ିଆ ଯାତ୍ରୀ: