ETV Bharat / state

ସବୁ ଚାଷୀଙ୍କୁ କ୍ଷତିପୂରଣ, କେହି ରହିବେନି ଅବହେଳିତ: ଉପମୁଖ୍ୟମନ୍ତ୍ରୀ - DEPUTY CM ASSESSES PADDY CROP LOSS

ଭଦ୍ରକ ଜିଲ୍ଲାରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଧାନ ସହ ଅନ୍ୟ ଫସଲ ହାନୀ ପାଇଁ ଚାଷୀଙ୍କୁ କ୍ଷତିପୂରଣ ପ୍ରତିଶ୍ରୁତି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା (ETV Bharat Odisha)
author img

By ETV Bharat Odisha Team

Published : Dec 30, 2024, 10:47 AM IST

ଭଦ୍ରକ: ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସିଧାସଳକ ଚାଷୀମାନଙ୍କ ସହ ବିଲ ପାଖକୁ ଯାଇ ଗ୍ରାଉଣ୍ଡ ଜିରୋରୁ ସ୍ଥିତ ପରଖିଛନ୍ତି । ଏହାସହ ସରକାର ସବୁ ସମୟରେ ଚାଷୀଙ୍କ ପାଖରେ ଅଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଯିବା ସହ ଧର୍ଯ୍ୟ ନ ହରାଇବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ:

ଅଦିନିଆ ବର୍ଷାରେ ହୋଇଥିବା କ୍ଷତିକ୍ଷତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି । ଧାମନଗର ବ୍ଲକ ଅଧିନ ଭଗବାନପୁର, ଜୟକୃଷ୍ଣପୁର, ପଳିକିରି, ଅନହରପୁର ଏବଂ ବନ୍ତ ବ୍ଲକର ଛୟାଳସିଂହ ଅଞ୍ଚଳକୁ ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କ ନଷ୍ଟ ହୋଇଥିବା ପାଚିଲା ଧାନ ଫସଲକୁ ପରଖିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ଚାଷୀମାନଙ୍କ ଅବସ୍ଥା କଥା ପଚାରି ବୁଝିଛନ୍ତି । କେତେକ ସ୍ଥାନରେ ଗଜା ହୋଇଥିବା ଧାନ ଧରି ଠିଆ ହୋଇଥିଲେ ଚାଷୀ । ଯାହାକୁ ଦେଖି ଅଟକି ଯାଇଥିଲେ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା (ETV Bharat Odisha)

ଚାଷୀଙ୍କ ସହ ଆଲୋଚନା:

କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ସେମାନଙ୍କୁ ଆଶ୍ୱାସନା ଦେଇ ସେମାନଙ୍କ ମନରେ ଭରସା ଜନ୍ମାଇଛନ୍ତି । ସେ କହିଛନ୍ତି ଯେ, "ଯେକୌଣସି ଦୁର୍ବିପାକ ଆସିଲେ ବି ସରକାର ସେମାନଙ୍କ ପାଖରେ ଅଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାର ଖୋଲା ହୃଦୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ଜଣେ ବି ଯେପରି ପ୍ରାପ୍ୟ ପାଇବାରୁ ବଞ୍ଚିତ ନହୁଏ ସେଥ‌ିପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବୀମା ଭୁକ୍ତ ଏବଂ ଅଣ ବୀମାଭୁକ୍ତ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସରକାରଙ୍କ ଘୋଷଣା କଥା ମଧ୍ୟ ଜଣାଇଛନ୍ତି । "

ଏହା ମଧ୍ୟ ପଢ଼ନ୍ତୁ- ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ନିକଟରେ ଦାବି କରିବୁ : ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା - CM MOHAN MAJHI

ଧର୍ଯ୍ୟ ଧରିବାକୁ ପରାମର୍ଶ:

କେବଳ ଧାନ ନୁହେଁ ଯେକୌଣସି ଫସଲ ଏହି ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇଥିଲେ ସଂପୃକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି କ୍ଷତି ପୂରଣ ପ୍ରଦାନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମସ୍ତ ପ୍ରାପ୍ତ ଆବେଦନ ସର୍ଭେ କରାଯାଇ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ ଢଙ୍ଗରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି । ଚାଷୀମାନେ ନିଜେ ଭାଙ୍ଗି ନପଡ଼ି ନିଜର କ୍ଷତି ନ ଘଟାଇ ଧର୍ଯ୍ୟ ରଖିବାକୁ କହିଛନ୍ତି । ଏହାସହ ଉଜୁଡ଼ା ଫସଲକୁ ସଜାଡ଼ି ସରକାରଙ୍କ ସାହାଯ୍ୟ ସହଯୋଗ ପାଇ ଧର୍ଯ୍ୟର ସହିତ ପୁଣିଥରେ ଚାଷ କରି ଛିଡ଼ା ହେବାକୁ ସମସ୍ତ ଚାଷୀମାନଙ୍କ ଉଦ୍ଦେଶ୍ୟରେ ସେ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗଞ୍ଜାମ ଗସ୍ତରେ ନବୀନ, ଧାନ ଫସଲ କ୍ଷୟକ୍ଷତି ଅନୁଧ୍ୟାନ ସହ ଚାଷୀଙ୍କୁ ଭେଟିବେ
ଏହା ମଧ୍ୟ ପଢ଼ନ୍ତୁ...ଜଗତସିଂହପୁରରେ ଉପ-ମୁଖ୍ୟମନ୍ତ୍ରୀଙ୍କ ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା

'କୌଣସି ଚାଷୀ ଅବହେଳିତ ରହିବେ ନାହିଁ':

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,"ଚାଷୀଙ୍କ ବିପଦ ସମୟରେ ସରକାର ସେମାନଙ୍କ ପଛରେ ଛିଡ଼ା ହୋଇଛି । ଚାଷୀମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଭାଙ୍ଗିପଡ଼ନ୍ତୁ ନାହିଁ । ଚାଷୀମାନଙ୍କର ଯେଉଁ ଫସଲ ନଷ୍ଟ ହୋଇଛି ତାର ଭରଣା ରାଜ୍ୟ ସରକାର ଭଲ ଢଙ୍ଗରେ କରିବେ । କୌଣସି ଚାଷୀ ଅବହେଳିତ ରହିବେ ନାହିଁ । ସମସ୍ତଙ୍କ ସହ ନ୍ୟାୟ ହେବ । ସରକାରଙ୍କ ଉପରେ ଭରସା ରଖନ୍ତୁ । ଯାହା ଅସୁବିଧା ହେବ ସରକାର ଚାଷୀଙ୍କ ସାଥିରେ ରହି ସମାଧାନ କରିବ ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.