ଓଡିଶା

odisha

ETV Bharat / bharat

ଉଡନ୍ତା ବିମାନରେ ଲାଗିଲା ନିଆଁ, ଦିଲ୍ଲୀରେ କଲା ଜରୁରୀ ଅବତରଣ - Fire broke out in flight - FIRE BROKE OUT IN FLIGHT

FIRE BROKE OUT IN FLIGHT: ଉଡନ୍ତା ବିମାନରେ ଲାଗିଲା ନିଆଁ । ଫାୟାର ୱାର୍ଣ୍ଣିଂ ବାଜିବା ପରେ ଦିଲ୍ଲୀରେ ଜରୁରୀ ଅବତରଣ କଲା ବିମାନ । ଅଧିକ ପଢନ୍ତୁ

FIRE BROKE OUT IN FLIGHT
FIRE BROKE OUT IN FLIGHT (Representative Image)

By ETV Bharat Odisha Team

Published : May 17, 2024, 10:18 PM IST

ନୂଆଦିଲ୍ଲୀ: ଦିଲ୍ଲୀରୁ ବେଙ୍ଗାଲୁରୁକୁ ଆସୁଥିବା ବିମାନରେ ଲାଗିଲା ନିଆଁ । ବିମାନର ଏସି ୟୁନିଟରେ ନିଆଁ ଲାଗିବା ପରେ ଭୟର ବାତାବରଣ ଖେଳିଯାଇଥିଲା । ଆଜି (ଶୁକ୍ରବାର) ସନ୍ଧ୍ୟାରେ ଏଭଳି ଅଘଟଣ ଘଟିବା ପରେ ବିମାନର ଜରୁରୀ ଅବତରଣ କରାୟାଇଛି । ବିମାନରେ ପ୍ରାୟ 175 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଅଗ୍ନିକାଣ୍ଡ ନେଇ ସନ୍ଦେହ ହେବା ପରେ ଦିଲ୍ଲୀ ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ କରାଯାଇଥିବା ନେଇ ଦିଲ୍ଲୀ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ଏୟାର ଇଣ୍ଡିଆ ବିମାନ AI-807ର ଏକ ଏସି ୟୁନିଟରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଇଥିଲା । କୌଣସି ଅଘଟଣ ଘଟିବା ପୂର୍ବରୁ ବିମାନକୁ ତୁରନ୍ତ ଅବତରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି ଘଟଣା ନେଇ ଏୟାର ଇଣ୍ଡିଆ ମୁଖପାତ୍ର ଏନେଇ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଏୟାର ଇଣ୍ଡିଆ ଫ୍ଲାଇଟ AI807 ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା । କିନ୍ତୁ ଅକ୍ସିଲାରୀ ପାୱାର ୟୁନିଟରେ ଫାୟାର ୱାର୍ଣ୍ଣିଂ ଆସିବା ପରେ ବିମାନଟି ପୁଣି ଦିଲ୍ଲୀ ଏୟାରପୋର୍ଟ ଫେରିଥିଲା ।

ପାଇଲଟ ସଙ୍ଗେ ସଙ୍ଗେ ଆବଶ୍ୟକୀୟ ପ୍ରୋଟୋକଲ ଗ୍ରହଣ କରି ବିମାନର ଜରୁରୀ ଅବତରଣ କରାଇଥିଲେ । ସନ୍ଧ୍ୟା ପ୍ରାୟ 7ଟାରେ ଜରୁରୀ ଅବତରଣ କରାଯାଇଥିବା ଜଣାପଡ଼ିଛି । ବେଙ୍ଗାଲୁରୁରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଏହି ଫାୟାର ୱାର୍ଣ୍ଣିଂ ଆସିଥିଲା । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନଥିବା ବେଳେ ସର୍ଟସର୍କିଟ ଯୋଗୁଁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ସଠିକ ସମୟରେ ୱାର୍ଣ୍ଣିଂ ଆସିବାରୁ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ରନୱେରେ ଲଗେଜ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେଲା ବିମାନ, ତା' ପରେ...

ଆଜି ଏୟାର ଇଣ୍ଡିଆର ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୁଣେ ବିମାନ ବନ୍ଦରରେ ଏହି ଅଘଟଣ ଘଟିଥିଲା । ରନୱେରେ ଲଗେଜ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା ଏୟାର ଇଣ୍ଡିଆ ବିମାନ । ବିମାନଟି ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ସମୟରେ ରନୱରେ ଲଗେଜ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ବିମାନରେ ପ୍ରାୟ 180ଜଣ ଯାତ୍ରୀ ଥିଲେ । ପୁନେ ବିମାନ ବନ୍ଦରରେ ଏୟାର ଇଣ୍ଡିଆର AI-858 ବିମାନ ଅପରାହ୍ନ ୪ଟାରେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା ।

ABOUT THE AUTHOR

...view details