ଓଡିଶା

odisha

ETV Bharat / bharat

ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ଅଭିଯୋଗ, ‘ଦିଲ୍ଲୀ ଚାଲୋ’ ଯାତ୍ରା 2ଦିନ ସ୍ଥଗିତ

1 Dead During Farmers Protest: ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ଅଭିଯୋଗ ଆଣି ‘ଦିଲ୍ଲୀ ଚାଲ୍ଲୋ’ ଯାତ୍ରା 2 ଦିନ ସ୍ଥଗିତ ରଖିଲେ କୃଷକ ସଂଗଠନ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 21, 2024, 9:25 PM IST

ଜଣେ କୃଷକଙ୍କ ମୃତ୍ୟୁ ପରେ କୃଷକଙ୍କ ଦିଲ୍ଲୀ ଚାଲ୍ଲୋ ଯାତ୍ରା 2 ଦିନ ସ୍ଥଗିତ
ଜଣେ କୃଷକଙ୍କ ମୃତ୍ୟୁ ପରେ କୃଷକଙ୍କ ଦିଲ୍ଲୀ ଚାଲ୍ଲୋ ଯାତ୍ରା 2 ଦିନ ସ୍ଥଗିତ

ନୂଆଦିଲ୍ଲୀ: ଆଜି କୃଷକ ଆନ୍ଦୋଳ ବେଳେ ପଞ୍ଜାବର ଖନାଔରୀରେ ଜଣେ ଆନ୍ଦୋଳନକାରୀ ଚାଷୀଙ୍କ ମୃତ୍ୟୁ ହୋଇଛି । ଚାଷୀଜଣକଙ୍କ 23 ବର୍ଷୀୟ ଶୁଭ କରଣ ସିଂ ଓ ସେ ପୋଲିସ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା କୃଷକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାସହ କୃଷକ ସଂଗଠନ ‘ଦିଲ୍ଲୀ ଚାଲୋ’ ମାର୍ଚ୍ଚକୁ 2 ଦିନ ସ୍ଥଗିତ ରଖିବାକୁ ଘୋଷଣା କରିଛି । ଆନ୍ଦୋଳନ ପ୍ରତ୍ୟାହୃତ ହେଉନାହିଁ ବରଂ ଏହି ଦୁଇଦିନ ମଧ୍ୟରେ ଆଗାମୀ ରଣନୀତି ପ୍ରସ୍ତୁତ ହେବା ନେଇ କୃଷକ ସଂଗଠନ କହିଛି ।

ମୃତ କୃଷକଙ୍କୁ ନଜ ସଦସ୍ୟ ବୋଲି ଦାବି କରିଛି ‘ଅଲ ଅଣ୍ଡିଆ କିଷାନ ସଭା’ (AIKS) । ଆନ୍ଦୋଳନ ବେଳେ ପୋଲିସ ଟିଅର ଗ୍ୟାସ ମାଡ କରିଥିଲା । ହେଲେ କୃଷକ ଶୁଭଙ୍କ ମୁଣ୍ଡରେ ଗୁଳି ବାଜିଥିବା ସଂଗଠନ ଅଭିଯୋଗ କରିଛି । କୃଷକ ନେତା କାକା ସିଂ ମୃତକଙ୍କ ପରିଚୟ ପ୍ରଦାନ କରି କହିଛନ୍ତି, ମୃତ ଯୁବ କୃଷକ 23 ବର୍ଷୀୟ ଶୁଭ କରଣ ହେଉଛନ୍ତି ପଞ୍ଜାବ ଭଟିଣ୍ଡାର ବାସିନ୍ଦା । ତାଙ୍କ ପିତାଙ୍କ ନାମ ଚରଣଜିତ ସିଂ । ସେ ସକ୍ରିୟତାର ସହ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଆଜି ତାଙ୍କ ମୁଣ୍ଡରେ ଗୁଳି ବାଜିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏହି ମୃତ୍ୟୁ ପାଇଁ କିଷାନ ସଂଗଠନ ପୋଲିସକୁ ଦାୟୀ କରିଛି । ହେଲେ ଗୁଳି ନୁହେଁ, କେବଳ ଟିଅର ଗ୍ୟାସ ମାଡ କରାଯାଇଥିବା ପୋଲିସ କହିଛି ।

ତେବେ ମୃତ କୃଷକଙ୍କୁ ଭର୍ତ୍ତି କରାଯାଇଥିବା ପଟିଆଲାର ରାଜେନ୍ଦ୍ର ହସ୍ପିଟାଲର ଅଧିକାରୀ ଡା. ରେଖୀଙ୍କ ପ୍ରତିକ୍ରିୟା ଅନୁସାରେ, ଆଜି ଖାନାଔରୀରୁ 3 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ଜଣଙ୍କର ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇସାରିଥିଲା । ମୃତକଙ୍କ ମୁଣ୍ଡରେ ଗୁଳି ବାଜିଥିବା ପରି କ୍ଷତ ରହିଛି । ହେଲେ କେଉଁ ପ୍ରକାରର ଗୁଳି ବାଜିବାରୁ ତାଙ୍କ ମୃତ୍ୟୁ ହୋଇଛି, ସେନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ । ଅନ୍ୟ ଦୁଇ ଆହତଙ୍କ ଚିକିତ୍ସା ଜାରି ରହିଛି । ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।

ଏହା ମଧ୍ୟ ପଢନ୍ତୁ :- ‘ଦିନେ-ଦୁଇଦିନ ମଧ୍ୟରେ କ’ଣ ହେଉଛି ଦେଖ’: କଂଗ୍ରେସ ସହ ଆସନ ବୁଝାମଣା ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଇଙ୍ଗୀତ

13 ତାରିଖରେ ଉତ୍ତର ଭାରତର ଏକାଧିକ କୃଷକ ସଂଗଠନର ପ୍ରାୟ ଲକ୍ଷାଧିକ ସଦସ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପଞ୍ଜାବ-ହରିୟାଣା ସୀମାନ୍ତ ଶମ୍ଭୁ ସୀମାରେ ପୋଲିସ ସେମାନଙ୍କୁ ରୋକିବା ପରେ ଉଭୟ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଏବେ ମଧ୍ୟ କୃଷକମାନେ ଜାତୀୟ ରାଜପଥରେ ତମ୍ବୁ ଟାଣି ଧାରଣା ଦେଇଥିଲେ । ଗତକାଲି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଆଜି ଠାରୁ ପୁଣି ଆନ୍ଦୋଳନ ବ୍ୟାପକ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details