ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଶ୍ବେତପତ୍ର ଆଗତ କରିଛନ୍ତି । ଏହା ଉପରେ ଆଜି(ଶୁକ୍ରବାର) ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ୨୦୧୪ ପୂର୍ବରୁ ଭାରତର ଅର୍ଥବ୍ୟବସ୍ଥା କିଭଳି ରହିଥିଲା ଏବଂ ୨୦୧୪ ପରେ କିଭଳି ରହିଛି ତାହା ଏହି ହ୍ବାଇଟ ପେପର ବା ଶ୍ବେତପତ୍ରରେ ଦର୍ଶାଯାଇଛି । ତେବେ 10 ବର୍ଷର ଶାସନ କାଳରେ ଉପା ସରକାର ଆର୍ଥିକ ପରିଚାଳନାରେ ବିଫଳ ହୋଇଥିବା ନେଇ ଟାର୍ଗେଟ କରି କହୁଛନ୍ତି ଭାଜପା ସରକାର । ତେବେ ୟୁପିଏ ସରକାରରଙ୍କ ସମୟରେ ରୁଗୁଣ ଅର୍ଥନୀତି ରହିଥିବା ନେଇ କଂଗ୍ରେସକୁ ନିଶାଣ କରାଯାଇଛି । ତେବେ ଏହି ପ୍ରସଙ୍ଗ ନେଇ ଭାଜପା ପ୍ରତ୍ୟେକ ରାଜ୍ୟରେ ରିପୋର୍ଟ ଉପସ୍ଥାପନା କରିବ । ତେବେ 10 ବର୍ଷ ମଧ୍ୟରେ ୟୁପିଏ ସରକାର କିଭଳି ଆର୍ଥିକ ସଙ୍କଟ ସୃଷ୍ଟି କରିଥିଲା ଏବଂ କିଭଳି ଦୁର୍ନୀତି ସହିତ ଜଡିତ ହୋଇ ରହିଥିଲା ସେ ବିଷୟରେ ଭୋଟରକୁ ଜତାଇବ ଭାଜପା ।
ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶ୍ବେତପତ୍ରକୁ ମୁଦ୍ଦା କରିବ ଭାଜପା । ସାମ୍ବାଦିକ ସମ୍ମିଳନୀ, ବୈଠକ, ରାଲି କରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ବିରୋଧରେ ଭୋଟରଙ୍କ ନିକଟରକୁ ଶ୍ବେତପତ୍ର ପହଞ୍ଚାଇବେ ବିଜେପି ନେତା । ଲୋକସଭା ନିର୍ବାଚନ ପାଇଁ ବିଜେପି ରଣନୀତି ଏବଂ ରୋଡମ୍ୟାପ ପ୍ରସ୍ତୁତ କରିଥିବା ନେଇ ବିଜେପିର ଏକ ସୁତ୍ରରୁ ଜଣାପଡିଛି ।