ଓଡିଶା

odisha

ETV Bharat / bharat

'ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ ନିର୍ବାଚନ କମିଶନର ନିଯୁକ୍ତ' - Election Commissioner Appointment

Two New Election Commissioner: ସରକାର ଘୋଷଣା କରିବା ପୂର୍ବରୁ ଦୁଇ ନିର୍ବାଚନ କମିଶନରଙ୍କ ନାମ ଘୋଷଣା କଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ

Election Commissioner
Election Commissioner

By ETV Bharat Odisha Team

Published : Mar 14, 2024, 2:42 PM IST

Updated : Mar 14, 2024, 4:55 PM IST

ନୂଆଦିଲ୍ଲୀ:ଖାଲି ପଡ଼ିଥିବା ଦୁଇ ନିର୍ବାଚନ କମିଶନର ପଦ ପୂରଣ ହୋଇଥିବା ସୂଚନା ମିଳିଛି । ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁ ହେବେ ନିର୍ବାଚନ କମିଶନର । ଦୁଇ ପ୍ରାଶାସନିକ ଅଧିକାରୀଙ୍କୁ ନିର୍ବାଚନ କମିଶନର ଦାୟିତ୍ବ ମିଳିଛି । ଏନେଇ ସରକାରୀ ସ୍ତରରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏହି ଘୋଷଣା କରିଛନ୍ତି । ପୂର୍ବତନ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ଅରୁଣ ଗୋୟଲଙ୍କ ଇସ୍ତଫା ଯୋଗୁଁ ନିର୍ବାଚନ ଆୟୋଗରେ ଦୁଇଟି ନିର୍ବାଚନ କମିଶନର ପଦ ଖାଲି ପଡ଼ିଥିଲା ।

ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଜୁନ ରାମ ମେଘଓ୍ବାଲ ଏବଂ ମୁଁ ସାମିଲ ହୋଇଥିଲୁ । ବୈଠକରେ ସାମିଲ ହେବା ପୂର୍ବରୁ ମୁଁ ଏକ ସଂକ୍ଷିପ୍ତ ତାଲିକା ମାଗିଥିଲି । ଦୁଇଜଣ ପ୍ରାଶାସନିକ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁଙ୍କୁ ଇଲେକ୍ସନ କମିଶନର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । " ତେବେ ଖୁବଶୀଘ୍ର ଦୁଇଜଣ ନିର୍ବାଚନ କମିଶନରଙ୍କ ନାମ ଘୋଷଣା କରାଯାଇ ପାରେ ।

ଏହା ମଧ୍ୟ ପଢନ୍ତୁ: ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଦେଲେ ଇସ୍ତଫା

ସେ ପ୍ରଶ୍ନ କରି କହିଛନ୍ତି, "ସରକାର ଯାହାକୁ ଚାହିଁବେ ସିଏ ହିଁ ନିର୍ବାଚନ କମିଶନର ହେବ । କମିଟିରେ ସରକାର ସଂଖ୍ୟାଗରିଷ୍ଠତା ରହିଛି ଏବଂ ଏହି କାରଣରୁ ସରକାର ନିଜ ପସନ୍ଦର ନାମ ସ୍ଥିର କରିପାରିବେ । ଭାରତ ପରି ଗଣତନ୍ତ୍ରରେ ଏତେ ବଡ ପଦବୀ ପାଇଁ ଏଭଳି ନିଯୁକ୍ତି କରିବା ଉଚିତ ନୁହେଁ । ବୈଠକର 10 ମିନିଟ ପୂର୍ବରୁ ମୋତେ 6ଟି ନାମ ଦିଆଗଲା । ଏତେ କମ୍ ସମୟ ମଧ୍ୟରେ ମୁଁ ଆଉ କଣ କହିବି? "

ସୂଚନା ଅନୁସାରେ, ବୈଠକ ପୂର୍ବରୁ ବୁଧବାର ଦିନ ଅଧୀର ରଞ୍ଜନ ଚୌଧୁରୀ ଆଇନ ମନ୍ତ୍ରାଳୟକୁ ଏକ ଚିଠି ଲେଖି ତାଲିକାରେ ଅନ୍ତର୍ଭୁକ୍ତ ଆଶାୟୀଙ୍କ ବିଷୟରେ ତଥ୍ୟା ମାଗିଥିଲେ । ଏହି ପ୍ରସଙ୍ଗକୁ ନେଇ ସେ ଆଜି କହିଛନ୍ତି, "ଗତକାଲି ମୋତେ 212ଜଣଙ୍କ ନାମ ଦିଆଯାଇଥିଲା । କିନ୍ତୁ ଆଜି ବୈଠକର 10 ମିନିଟ ପୂର୍ବରୁ ମୋତେ 6ଟି ନାମ ଦିଆଗଲା । ଏମାନଙ୍କ ମଧ୍ୟରୁ 2ଜଣଙ୍କୁ ମନୋନିତ କରାଯାଇଛି । " ନିର୍ବାଚନ କମିଶନର ନିଯୁକ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକସବାରେ ବିରୋଧୀ ଦଳର ନେତା ତଥା କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନେଇ ଏକ କମିଟି କରି ନିଷ୍ପତ୍ତି ନେବା ଆବଶ୍ୟକ । କିନ୍ତୁ କେନ୍ଦ୍ର ସରକାର ନିଜ ଇଚ୍ଛାରେ ପ୍ରାର୍ଥୀ ଚୟନ କରିଥିବା ନେଇ ଅଭିଯୋଗ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ ।

Last Updated : Mar 14, 2024, 4:55 PM IST

ABOUT THE AUTHOR

...view details