ଓଡିଶା

odisha

ETV Bharat / bharat

2023 ଡିସେମ୍ବରରେ EPFO ରେ ଅନ୍ତର୍ଭୁକ୍ତ ହୋଇଛନ୍ତି 15 ଲକ୍ଷରୁ ଅଧିକ କର୍ମଚାରୀ - employment in india

EPFO adds 15.62 lakh net members in Dec 2023: 2023 ଡିସେମ୍ବରରେ EPFO ରେ ଅନ୍ତର୍ଭୁକ୍ତ ହୋଇଛନ୍ତି 15 ଲକ୍ଷରୁ ଅଧିକ କର୍ମଚାରୀ । ଅଧିକାଂଶ ସଂଗଠିତ କାର୍ଯ୍ୟକ୍ଷେତ୍ରକୁ ପ୍ରବେଶ କରିଥିବା ଯୁବ ଓ ନବାଗତ । ଅଧିକ ପଢନ୍ତୁ

ବର୍ଷ 2023 ରେ EPFO ରେ ଅନ୍ତର୍ଭୁକ୍ତ ହୋଇଛନ୍ତି 15 ଲକ୍ଷରୁ ଅଧିକ ନୂଆ କର୍ମଚାରୀ
ବର୍ଷ 2023 ରେ EPFO ରେ ଅନ୍ତର୍ଭୁକ୍ତ ହୋଇଛନ୍ତି 15 ଲକ୍ଷରୁ ଅଧିକ ନୂଆ କର୍ମଚାରୀ

By ETV Bharat Odisha Team

Published : Feb 20, 2024, 10:00 PM IST

ନୂଆଦିଲ୍ଲୀ:ଗତବର୍ଷ (2023) ଡିସେମ୍ବର ମାସରେ ରେକର୍ଡ ସଂଖ୍ୟକ ସଦସ୍ୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ‘EPFO’ ସହ ଯୋଡି ହୋଇଛନ୍ତିି । ସଂସ୍ଥା ଦ୍ବାରା ଜାରି କରାଯାଇଥିବା ବାର୍ଷିକ ତଥ୍ୟ ଅନୁସାରେ, କେବଳ ଗତବର୍ଷ ଡିସେମ୍ବରରେ ଏଥିରେ ସାମିଲ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା 15 ଲକ୍ଷ 60 ହଜାର ରହିଛି । ଯାହାକି ଗତ 3 ମାସ ମଧ୍ୟରେ ସର୍ବାଧିକ । ଗତବର୍ଷ ନଭେମ୍ବର ମାସ ତୂଳନାରେ ଡିସେମ୍ବରକୁ ହିସାବକୁ ନେଲେ ଇପିଏଫଓରେ ପଞ୍ଜୀକୃତ ହୋଇଥିବା କର୍ମଚାରୀଙ୍କ ସଂଖ୍ୟାରେ ପ୍ରାୟ 11.97 ପ୍ରତିଶତ ବୃଦ୍ଧି ଘଟିଛି । ତେବେ କର୍ମନିଯୁକ୍ତି ବଢିବାର ସଙ୍କେତ ମଧ୍ୟ ଦେଉଛି । କାରଣ ପଞ୍ଜୀକୃତ ଅନେକ ସଦସ୍ୟଙ୍କ ମଧ୍ୟରେ ଅନେକ ନୂଆ କରି ସଂଗଠିତ କର୍ମସଂସ୍ଥାନରେ ପ୍ରବେଶ କରିଥିବା ଯୁବ କର୍ମଚାରୀ ରହିଛନ୍ତି ।

ବିଶ୍ଳେଷଣରୁ ଏହା ମଧ୍ୟ ଜଣାପଡିଛି ଯେ ଡିସେମ୍ବର 2022 ତୁଳନାରେ ସଦସ୍ୟତା ଅଭିବୃଦ୍ଧିରେ 4.62 ପ୍ରତିଶତ ବୃଦ୍ଧି ଘଟିଛି । ସଦସ୍ୟତା କ୍ଷେତ୍ରରେ ଏହି ଅଭିବୃଦ୍ଧି ବିଭିନ୍ନ କାରଣରୁ ସମ୍ଭବ ହୋଇପାରିଛି । କର୍ମନିଯୁକ୍ତିରେ ସୁଯୋଗ, କର୍ମଚାରୀଙ୍କ ଇପିଏଫଓ ଲାଭ ସମ୍ପର୍କରେ ସଚେତନତା ଓ ଇପିଏଫଓ ଦ୍ବାରା ଆଉଟରିଚ ପ୍ରୋଗ୍ରାମର କାର୍ଯ୍ୟକାରିତା ପାଇଁ ସମ୍ଭବ ହୋଇଥିବା କୁହାଯାଇପାରିବ ।

ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ଡିସେମ୍ବର 2023 ରେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ମଧ୍ୟରେ ପ୍ରାୟ 8.41 ଲକ୍ଷ ନୂତନ ସଦସ୍ୟ ଏହି ବ୍ୟବସ୍ଥା ସହିତ ଯୋଡି ହୋଇଛନ୍ତି । ଯାହା ଗତ ତିନିମାସ ମଧ୍ୟରେ ସର୍ବାଧିକ । ଏଥିରେ ଅନ୍ୟଏକ ବଡ ଦିଗ ହେଉଛି, ଏହି ନୂତନ ସଦସ୍ୟଙ୍କ ମଧ୍ୟରେ 18-25 ବୟସ ବର୍ଗର ପ୍ରାଧାନ୍ୟ ରହିଛି । ଯାହା ଡିସେମ୍ବରରେ ଯୋଡି ହୋଇଥିବା ମୋଟ ନୂତନ ସଦସ୍ୟଙ୍କ ସଂଖ୍ୟାର 57.18 ପ୍ରତିଶତ । ସଂଗଠିତ କର୍ମକ୍ଷେତ୍ରରେ ଯୋଗଦେଉଥିବା ଅଧିକାଂଶ ବ୍ୟକ୍ତି ଯୁବ ଓ ମୁଖ୍ୟତଃ ପ୍ରଥମ ଥର କର୍ମନିଯୁକ୍ତି ପାଇଥିବା ବ୍ୟକ୍ତି ବୋଲି ସ୍ପଷ୍ଟ ଜଣାପଡୁଛି ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ଆଉ 9 ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ସେହିପରି ତଥ୍ୟରୁ ଏହା ମଧ୍ୟ ଜଣାପଡୁଛି ଯେ, 12.02 ଲକ୍ଷ ସଦସ୍ୟ ଇପିଏଫଓରୁ ବାହାରିଯାଇ ପରେ ପୁଣି EPFO ​​ରେ ଯୋଗଦାନ କରିଛନ୍ତି । ନଭେମ୍ବର 2023 ର ରେକର୍ଡ ଅନୁସାରେ ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟା 12.61 ପ୍ରତିଶତ ବୃଦ୍ଧି ଘଟିଛି ଓ ଗତ ପାଞ୍ଚ ମାସ ମଧ୍ୟରେ ଏହା ସର୍ବାଧିକ ମଧ୍ୟ । ଏହି ସଦସ୍ୟମାନେ ସେମାନଙ୍କର ଚାକିରିରେ ପରିବର୍ତ୍ତନ କରିଛନ୍ତି । EPFO ଦ୍ବାରା ଅନ୍ତର୍ଭୁକ୍ତ ଅନ୍ୟ କର୍ମନିଯୁକ୍ତି ପ୍ରତିଷ୍ଠାନଗୁଡିକରେ ପୁଣି ଯୋଗଦାନ ମଧ୍ୟ କରିଛନ୍ତି । ଚୂଡ଼ାନ୍ତ ରାଶି ଉଠାଣ ପରିବର୍ତ୍ତେ ସେମାନଙ୍କର ଜମା ହୋଇଥିବା ରାଶି ସେମାନେ ନୂତନ ଇପିଏଫଓ ଖାତାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ସେମାନଙ୍କ ସାମାଜିକ ସୁରକ୍ଷା କ୍ଷେତ୍ର ଅଧିକ ସଂଗଠିତ ହୋଇପାରିଛି ବୋଲି କୁହାଯାଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details