ମୁମ୍ବାଇ:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ । ସେ ଆଜି ରାଜଭବନରେ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତେବେ ସେ ରାଜ୍ୟପାଳଙ୍କ ପରାମର୍ଶ କ୍ରମେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶପଥ ନେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିର୍ବାହ କରିବେ । ଆଜି ଇସ୍ତଫା ପତ୍ର ପ୍ରଦାନ ବେଳେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ଓ ଏନସିପିର ଅଜିତ ପାଓ୍ବାର ଉପସ୍ଥିତ ଥିଲେ ।
- ଆଜି ସରିଲା ବିଧାନସଭା କାର୍ଯ୍ୟକାଳ:-
ଆଜି (26 ନଭେମ୍ବର)ରେ ମହାରାଷ୍ଟ୍ର ବିଧାନସଭା ଶେଷ ହେଉଛି । ତେଣୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସିନ୍ଦେ ପଦରୁ ଇସ୍ତଫା ଦେଇଛନ୍ତି । ଶିବସେନାର ବରିଷ୍ଠ ନେତା ତଥା ବିଦାୟୀ ସରକାରରେ ମନ୍ତ୍ରୀ ଦୀପକ କେଶରକର କହିଛନ୍ତି,‘‘ନିୟମ ଅନୁସାରେ, ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଖୁବଶୀଘ୍ର ନୂଆ ସରକାର ଶପଥ ନେବାକୁ ଯାଉଛି । ଦଳ ବା ମେଣ୍ଟରେ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ରହିଥାଏ । ଏହା ସ୍ବାଭାବିକ କଥା । କିନ୍ତୁ ମୁଖ୍ୟମନ୍ତ୍ରୀ କି’ଏ ହେବେ ସମ୍ପର୍କରେ ଦଳୀୟ ଶୀର୍ଷ ନେତୃତ୍ବ ନିଷ୍ପତ୍ତି ହେବେ । ଯାହା ଶୀର୍ଷସ୍ତରରେ ନିଷ୍ପତ୍ତି ହେବ, ତାକୁ ସମସ୍ତେ ଗ୍ରହଣ କରିବେ । ଖୁବଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଜଣାପଡିବ ଓ ସରକାର ଶପଥ ଗ୍ରହଣ ଉତ୍ସବ ହେବ ।’’
- ଫଡନାଭିସଙ୍କୁ ନେଇ ବଢିଲା ଚର୍ଚ୍ଚା