ଓଡିଶା

odisha

By ETV Bharat Odisha Team

Published : Apr 24, 2024, 9:07 PM IST

ETV Bharat / bharat

ସମାଜର ମୁଖ୍ୟ ସ୍ରୋତକୁ ଫେରୁଛନ୍ତି ନକ୍ସଲ, 18 ଜଣ କଲେ ଆତ୍ମସମର୍ପଣ - Surrender Of 18 Naxalites

Surrender Of 18 Naxalites: ଛତିଶଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଏକା ସାଙ୍ଗରେ ୧୮ ଜଣ ନକ୍ସଲ କରିଛନ୍ତି ଆତ୍ମସମର୍ପଣ । ଅଧିକ ପଢନ୍ତୁ

୧୮ ନକ୍ସଲଙ୍କ ଆତ୍ମସମର୍ପଣ
୧୮ ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ରେ ଜାରି ରହିଛି ନକ୍ସଲ ଦମନ ଅଭିଯାନ । ନକ୍ସଲଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ ଜାରି ରହିଛି । ଏଭଳି ସ୍ଥିତିରେ ଆଜି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି (ବୁଧବାର) ୧୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଓ ଶିବିରରେ ହେଉଥିବା ଅତ୍ୟାଚାରରେ ଅତିଷ୍ଠ ହୋଇ ସେମାନେ ଆତ୍ମ ସମର୍ପଣ କରିଥିବା କହିଛନ୍ତି । ଦନ୍ତେୱାଡା ରେଞ୍ଜର ପୋଲିସ ଉପ ମହାନୀରିକ୍ଷକ କମଳୋଚନ କଶ୍ୟପ, ଦନ୍ତେୱାଡା ପୋଲିସ ଅଧୀକ୍ଷକ ଗୌରବ ରାୟ, ସିଆରପିଏଫ କମାଣ୍ଡାଣ୍ଟ ନୀରଜ ଯାଦବଙ୍କ ଉପସ୍ଥିତିରେ ନକ୍ସଲମାନେ ଆତ୍ମ ସମର୍ପଣ କରିବା ସହ ସମାଜର ମୁଖ୍ୟସ୍ରୋତରେ ନିଜକୁ ସାମିଲ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ:

1. ହିଡମା ଓୟୋଜ, ପିତା-ବୁଦରୁ ଓୟାମ (ହୁରେପାଲ ପଞ୍ଚାୟତ ମିଲିସିଆ ପ୍ଲାଟୁନ୍ ‘ଏ’ ସେକ୍ସନ୍ କମାଣ୍ଡର)

2. କୁମାରୀ ସାମ୍ବତୀ ଓୟାମ, ପିତା-ପାଣ୍ଡାରୁ ଓୟାମ (ହୁରେପାଲ ପଞ୍ଚାୟତ ମିଲିସିଆ ପ୍ଲାଟୁନ୍ ବିଭାଗର ଡେପୁଟୀ କମାଣ୍ଡର)

3. ଗାଙ୍ଗୀ ମାଡାକମ୍, ସ୍ବାମୀ- ଦୁଲା ମାଡାକମ୍ (କାକାଡି ପଞ୍ଚାୟତ, KAMS ଉପାଧ୍ୟକ୍ଷ)

4.କେସୁ ମାଡାକମ୍, ପିତା- ବୋଜଜା ମାଡାକମ୍ (ହୁରେପାଲ ପଞ୍ଚାୟତ, CNM ସଦସ୍ୟ)

5. କମଲୁ ଓୟାମ, ପିତା-ମାଙ୍ଗୁ ଓୟାମ (ହୁରେପାଲ ପଞ୍ଚାୟତ, DAKMS ସଦସ୍ୟ)

6. ସୁରେଶ ଓୟାମ, ପିତା-ପାଣ୍ଡାରୁ ଓୟାମ (ହୁରେପାଲ ପଞ୍ଚାୟତ,CNM ସଦସ୍ୟ)

7. ଅତନୁ କଲମୁ( ହୁରେପାଲ ପଞ୍ଚାୟତ, ମିଲିସିଆ ସଦସ୍ୟ)

8.ସନ୍ନୁ ଓୟାମ (ହୁରେପାଲ ପଞ୍ଚାୟତ DAKMS ସଦସ୍ୟ)

9. ମଣିରାମ ପୋଡିୟମ୍, ପିତା -କୋସା ପୋଡିୟମ୍ (ହୁରେପାଲ୍ ପଞ୍ଚାୟତ, ମିଲିସିଆ ସଦସ୍ୟ)

10.ସୁଖରାମ ତାତି, ପିତା -ବୁଦ୍ଧ୍ରୁ (ହୁରେପାଲ ପଞ୍ଚାୟତ, CNM ସଦସ୍ୟ)

11. ପାଣ୍ଡୁ ମୁଚାକି, ପିତା-ନନ୍ଦା ମୁଚାକି (ହୁରେପାଲ ପଞ୍ଚାୟତ, ମିଲିସିଆ ସଦସ୍ୟ)

12. ବାମନ ମୁଚାକି, ପିତା-ଦେବ ମୁଚାକି (ହୁରେପାଲ ପଞ୍ଚାୟତ, ମିଲିସିଆ ସଦସ୍ୟ)

13. ବୁଦ୍ଧରାମ କୁଞ୍ଜାମ (ହୁରେପାଲ ପଞ୍ଚାୟତ, CNM ସଦସ୍ୟ)

14. ରାଜୁ ଓୟାମ (ହୁରେପାଲ ପଞ୍ଚାୟତ, ଜଙ୍ଗଲ କମିଟି ସଦସ୍ୟ)

15.କୁମାରୀ ହୁଙ୍ଗି ଓୟାମ( ହୁରେପାଲ ପଞ୍ଚାୟତ, CNM ସଦସ୍ୟ)

16. ଲକ୍ଷ୍ମଣ କୁଞ୍ଜାମ (ହୁରେପାଲ ପଞ୍ଚାୟତ, ମିଲିସିଆ ସଦସ୍ୟ)

17. ସୋମଲୁ ତାତି (ହୁରେପାଲ ପଞ୍ଚାୟତ, ପଞ୍ଚାୟତ ପଞ୍ଚ କମିଟି ସଦସ୍ୟ)

18. ରାଜୁ ଲେକାମ୍ (ଫୁଲଗଟ୍ଟା ପଞ୍ଚାୟତ DAKMS ସଦସ୍ୟ)

ଦନ୍ତେୱାଡା ଏସପି ଦେଇଥିବା ସୂଚନା ମୁତାବକ, ବର୍ତ୍ତମାନସୁଦ୍ଧା ୭୩୮ ଜଣ ନକ୍ସଲ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି । ଛତିଶଗଡ଼ର ପୁନର୍ବାସ ଯୋଜନା ମୁତାବକ ସେମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ।

ଏହା ବି ପଢନ୍ତୁ...ବିଗତ ଦଶନ୍ଧିରେ ଛତିଶଗଡ଼ର ବଡ ନକ୍ସଲ ଅପରେସନ; ଯେବେ ଥରହର ହୋଇଥିଲା ଲାଲବାହିନୀ, ଟଳିଥିଲେ ହାର୍ଡକୋର - CHHATISGARGH NAXAL ENCOUNTERS

ABOUT THE AUTHOR

...view details