ନୂଆଦିଲ୍ଲୀ:ପୁଣି ଇଡି ସ୍କାନରରେ ଆପ୍ ବିଧାୟକ । ଦିଲ୍ଲୀ ଓଖଲା ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଧାୟକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏବେବି ତଦନ୍ତକାରୀ ସଂସ୍ଥା ତାଙ୍କ ବାସଭବନରେ ଚଢାଉ ଜାରି ରଖିଛି । ସେପଟେ ରେଡକୁ ନେଇ ବିଧାୟକ କହିଥିଲେ, "ମୁଁ କିଛି ବି ଭୁଲ କାମ କରିନାହିଁ । ଅଯଥାରେ ମୋତେ ଏବଂ ଆମ ଦଳର ସଦସ୍ୟଙ୍କୁ ହଇରାଣ କରାଯାଉଛି ।"
ସକାଳୁ ଘରେ ପଶିଲା ED:
ବିଧାୟକ ଅମାନତୁଲ୍ଲାହଙ୍କ ଘରେ ଆଜି ସକାଳୁ ପହଞ୍ଚିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ସ୍ଥିତ କାଙ୍କ ବାସଭବନରେ ରେଡ୍ କରିଛି ଟିମ୍। ତାଙ୍କୁ ଗିରଫ କରାଯାଇଥିବାବେଳେ ଚଢାଉ ଜାରି ରହିଛି ।
'ମୋତେ ଗିରଫ କରିବାକୁ ଆସିଛନ୍ତି'
ଏହାକୁ ନେଇ ଆପ୍ ବିଧାୟକ ଅମାନତୁଲ୍ଲାହ କହିଥିଲେ, "ଇଡି ଟିମ୍ ମୋତେ ଗିରଫ କରିବାକୁ ସକାଳୁ ମୋ ଘରକୁ ଆସିଛନ୍ତି । ୨ ବର୍ଷ ଏମାନେ ମୋତେ ହଇରାଣ ହରକତ କରିଆସୁଛନ୍ତି । ମୁଁ ତାଙ୍କର ସମସ୍ତ ନୋଟିସର ଜବାବ ଦେଇଛି ।" ହେଲେ ଓଖଲା ଜନତାଙ୍କର କୌଣସି କାମ ଏହାଦ୍ବାରା ପ୍ରଭାବିତ ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ସାଂସଦ ସଞ୍ଜୟ ସିଂଙ୍କ ପ୍ରତିକ୍ରିୟା:
ଇଡି ରେଡକୁ ନେଇ ଆମ ଆଦମୀ ପାର୍ଟି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ xରେ ପୋଷ୍ଟ କରିଛନ୍ତି, "ଇଡି କେତେ ନିର୍ଦ୍ଦୟ ଦେଖନ୍ତୁ। ପୂର୍ବରୁ ଅମାନତୁହ୍ଲା ଇଡି ଯାଞ୍ଚରେ ସାମିଲ ଥିଲେ । ହେଲେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ସତ୍ତ୍ବେ ମୋଦିଙ୍କ ଏକଛତ୍ରବାଦୀ ଶାସନ ଯୋଗୁ ଏଭଳି ଗୁଣ୍ଡାଗର୍ଦ୍ଦି ଦେଖାଉଛି ଇଡି । ଅମାନତୁହ୍ଲାଙ୍କ ଶାଶୁଙ୍କୁ କ୍ୟାନସର । ଘରେ ରୋଗୀ ଥିବାବେଳେ ଇଡି କବାଟ ବାଡଉଛି ।"
ଏହା ବି ପଢନ୍ତୁ...କାହିଁକି ଇଡିର ଦକ୍ଷତା ଉପରେ ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ ? ଶୁଣନ୍ତୁ କଣ କହୁଛନ୍ତି ଆଇନଜୀବୀ - Supreme Court observation on ED
ଅମାନତୁଲ୍ଲାହଙ୍କ ନାଁରେ କେଉଁ ଅଭିଯୋଗ ରହିଛି?
ବହୁ ଚର୍ଚ୍ଚିତ ୱାକଫ ବୋର୍ଡ ମାମଲାକୁ ନେଇ ଅଡୁଆରେ ଛନ୍ଦି ହୋଇଛନ୍ତି ଆପ୍ ବିଧାୟକ ଅମାନତୁଲ୍ଲାହ । ସେ ୩୨ଲୋକଙ୍କୁ ଅବୈଧ ଭାବେ ବୋର୍ଡରେ ଭର୍ତ୍ତି କରିଥିବା ଅଭିଯୋଗ ରହିଥିଲା । ୱାକଫ ଫଣ୍ଡର ଅପବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ଏହାପୂର୍ବରୁ ମଧ୍ୟ ଏହି ମାମଲାରେ ପଚରାଉଚରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଏହା ବି ପଢନ୍ତୁ...Vigilance raid; ତାଳଚେର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଅଡୁଆରେ DDM ଧରଣୀଧର ନାୟକ, 8 ସ୍ଥାନରେ ଏକକାଳୀନ ଚଢାଉ, ମିଳିଲା ବଡ ବଡ କୋଠା - Vigilance raid