ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦରେ ଆଗତ ହେବ ବଜେଟ । ଏହା ପୂର୍ବରୁ ଆଜି ଉପସ୍ଥାପିତ ହୋଇଛି 2024-25 ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥନୈତିକ ସର୍ଭେ ରିପୋର୍ଟ 2024-25ରେ ଦେଶର ଆଗାମୀ ଦିନରେ ଆର୍ଥିକ ପ୍ରଗତିର ଝଲକ୍ ସାମ୍ନାକୁ ଆସିଛି । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଜିଡିପି ଅଭିବୃଦ୍ଧି ହାର ଆର୍ଥିକ ବର୍ଷ 2025-26 ରେ 6.3ରୁ 6.8 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ପ୍ରଗତି ହାର 4 ବର୍ଷର ସବୁଠୁ କମ ହାରରେ 6.4 ପ୍ରତିଶତ ମଧ୍ୟରେ ରହିବା ନେଇ ଅନୁମାନ କରାଯାଇଛି । ଗତ ୪ ବର୍ଷରେ ସବୁଠୁ କମ୍ ବିକାଶ ଆଶଙ୍କା କରାଯାଉଛି । ସେହିପରି ଗତ ବର୍ଷ ୨୨ ଜୁଲାଇ ୨୦୨୪ ଆର୍ଥିକ ସର୍ଭେରେ 6.5% ରୁ 7 % ମଧ୍ୟରେ ଜିଡିପି ଆର୍ଥିକ ଅବିବୃଦ୍ଧି ରହିବା ନେଇ ଅନୁମାନ କରାଯାଇଥିଲା ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ମିଳିତ ଅଧିବେଶନରେ ଉପସ୍ଥାପନ କରିଥିବା ୨୦୨୪-୨୫ ପାଇଁ ଦେଶର ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୫-୨୬ରେ ଜିଡିପି ବା ଅଭିବୃଦ୍ଧି ହାର ୬.୩ରୁ ୬.୮% ମଧ୍ୟରେ ରହିବା ଅନୁମାନ କରାଯାଇଛି ।
ସେହିପରି ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇଁ ପ୍ରଭାବ ପକାଇଛି ବୈଶ୍ବିକ ରାଜନୈତିକ ଏବଂ ଅନ୍ୟାନ୍ୟ ଚ୍ୟାଲେଞ୍ଜ । ଏହି ସର୍ଭେରେ ରପ୍ତାନି ହ୍ରାସ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସର୍ଭେରେ ଶିଳ୍ପ ଗୁଡିକର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି ।
ଅର୍ଥନୈତିକ ସର୍ଭେ 2024-25 ହାଇଲାଇଟ୍ସ-
1- ଆର୍ଥିକ ବର୍ଷ 2025-2026ରେ ଆର୍ଥିକ ଅଭିବୃଦ୍ଧି ହାର 6.3ରୁ 6.8 ପ୍ରତିଶତ ରହିବ ନେଇ ଆକଳନ
2-ଏହା ଆର୍ଥିକ ବର୍ଷ 2024-25ରେ 6.4 ପ୍ରତିଶତ ଆକଳନ ହୋଇଥିଲା
3-ବୈଶ୍ୱିକ ରାଜନୈତିକ ସଙ୍କଟ ଏବଂ ଆର୍ଥିକ ଅନିଶ୍ଚିତତା ପାଇଁ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି
4-ଆଗାମୀ ଦିନରେ ଦେଶରେ ପୁଞ୍ଜିନିବେଶ ବୃଦ୍ଧି ଆଶା କରାଯାଉଛି । ବାଣିଜ୍ୟ ଅନୁକୂଳ ବାତାବରଣ ଏବଂ ମୁଣ୍ଡପିଛା ଆୟରେ ବୃଦ୍ଧି ପାଇଁ ନିବେଶ ବୃଦ୍ଧି ହୋଇପାରେ