ଓଡିଶା

odisha

By ETV Bharat Odisha Team

Published : Apr 8, 2024, 11:19 AM IST

ETV Bharat / bharat

ସୋମବତୀ ଅମାବାସ୍ୟାରେ ହରିଦ୍ବାରରେ ଭକ୍ତଙ୍କ ଭିଡ, ଗଙ୍ଗା ସ୍ନାନ କରି କରୁଛନ୍ତି ପିଣ୍ଡଦାନ - Somvati Amavasya

Holy dip in Ganga on Somvati Amavasya: ସୋମବତୀ ଅମବାସ୍ୟା ପାଇଁ ଗଙ୍ଗାଘାଟରେ ଭକ୍ତଙ୍କ ଭିଡ । ହର ହର ମହାଦେବ ଏବଂ ହର ହର ଗଙ୍ଗାରେ ପ୍ରକମ୍ପିତ ଘାଟ । ଅଧିକ ପଢନ୍ତୁ

Somvati Amavasya
Somvati Amavasya

Somvati Amavasya

ଡେରାଡୁନ: ଆଜି ସୋମବତୀ ଅମାବାସ୍ୟା ଅବସରରେ ହରିଦ୍ବାର କୁମ୍ଭରେ ଅନେକ ଭକ୍ତଙ୍କ ସମାଗମ ହୋଇଛି । ଗଙ୍ଗାରେ ସ୍ନାନ କରି ପୂଣ୍ୟ ଅର୍ଜନ କରିବା ପାଇଁ ଭକ୍ତଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଅଧରାତିରୁ ହରକି ପୌରି ଏବଂ ହରିଦ୍ବାରର ଅନ୍ୟ ଘାଟରେ ଦେଖିବାକୁ ମିଳିଛି । ଭୋର ଚାରିଟାରୁ ଶ୍ରଦ୍ଧାଳୁମାନେ ବୁଡ ପକାଇଛନ୍ତି । ବିଶ୍ବାସ କରାଯାଏ, ସୋମବତୀ ଅମବାସ୍ୟାରେ ଗଙ୍ଗାରେ ବୁଡ ପକାଇବା ଦ୍ବାରା ସମସ୍ତ ପାପ କ୍ଷୟ ହୋଇଥାଏ । ଏହାସହ ଗଙ୍ଗାରେ ସ୍ନାନ ଦ୍ବାରା ସମସ୍ତ ଇଚ୍ଛା ପୂରଣ ହେବା ହୋଇଥାଏ । ସୋମବତୀ ଅମାବାସ୍ୟା ଉପରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ଦ୍ବାରା ଜୀବନରେ ସୁଖ ଏବଂ ଶାନ୍ତି ଆସିଥାଏ ।

ସୋମବତୀ ଅମାବାସ୍ୟାର ମହତ୍ତ୍ବ:ପଣ୍ଡିତ ମନୋଜ ତ୍ରିପାଠୀ କହିଛନ୍ତି, ଯେତେବେଳେ କୌଣସି ଅମବାସ୍ୟା ସୋମବାର ଦିନ ପଡେ ଏହାକୁ ସୋମବତୀ ଅମାବାସ୍ୟା କୁହାଯାଏ । ଅମବାସ୍ୟାରେ ସ୍ନାନ କରିବା ଦାନ ଏବଂ ପିତୃପୁରୁଷଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । କୁହାଯାଏ ପିତୃପୁରୁଷ ସନ୍ତୁଷ୍ଟି ହେବା ଦ୍ବାରା ଘର ଜନଧନରେ ପରିପୂର୍ଣ୍ଣ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଆଜି ସୋମବତୀ ଅମାବାସ୍ୟାରେ ହରିଦ୍ବାର କୁମ୍ବଙ୍କର ଦ୍ବିତୀୟ ରାଜ ସ୍ନାନ, ଜାଣନ୍ତୁ ମହତ୍ତ୍ବ....

ପତ୍ନୀର ଲମ୍ବା ଆୟୁ ପାଇଁ ବ୍ରତ ରଖନ୍ତି ମହିଳା: ଆଜି ଦିନ ସାବିତ୍ରୀମାନଙ୍କ ପାଇଁ ଏକ ଖାସ୍ ଦିନ ଅଟେ । ମହିଳାମାନେ ସ୍ବାମୀଙ୍କର ଲମ୍ବା ଆୟୁଷ ଏବଂ ଘରେ ସମୃଦ୍ଧତା ପାଇଁ ବଟ ବୃକ୍ଷକୁ ପୂଜା ମଧ୍ୟ କରିଥାଆନ୍ତି । ଏହି ଦିନ ମହିଳାମାନେ ଉପବାସ ମଧ୍ୟ କରିଥାଆନ୍ତି । ସୋମବତୀ ଅମାବାସ୍ୟା ଉପରେ ଗଙ୍ଗାରେ ସ୍ନାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ଆଜିର ଦିନରେ ଗଙ୍ଗା ସ୍ନାନକରି ପିଣ୍ଡ ଦାନ କରିବା ଦ୍ବାରା ପୂର୍ବପୁରୁଷଙ୍କ ମୋକ୍ଷ ହୋଇଥାଏ । ତେବେ ଯେଉଁମାନେ ଗଙ୍ଗା ଆସିପାରନ୍ତି ନାହିଁ ସେମାନେ ଘରେ ଗଙ୍ଗାମାତାଙ୍କୁ ଧ୍ୟାନ କରି ସ୍ନାନ କରିବା ଉଚିତ ବୋଲି ପଣ୍ଡିତ କହିଛନ୍ତି । ସୋମାବତୀ ଅମାବାସ୍ୟାରେ ସ୍ନାନ କରିବା ଦ୍ବାରା 12 ଗୁଣା ଅଧିକ ଫଳ ମିଳିଥାଏ । ସ୍ନାନ କରିବା ପରେ ଦାନ କରିବା ଦ୍ବାରା ସମସ୍ତ ପାପକ୍ଷୟ ହୁଏ ।

ସୁରକ୍ଷା ବ୍ୟବସ୍ଥା କଡାକଡି: ସୋମବତୀ ଅମାବାସ୍ୟାରେ ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । ମେଳା ଅଞ୍ଚଳକୁ 5 ଟି ସୁପର ଜୋନ୍, 16 ଟି ଜୋନ୍ ଏବଂ 39 ଟି ସେକ୍ଟରରେ ବିଭକ୍ତ କରି ଅଧିକାରୀ ଏବଂ ପୋଲିସ୍ ନିୟୋଜିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details