ମୁମ୍ବାଇ:ମହାରାଷ୍ଟ୍ରରେ ଆରମ୍ଭ ହେଲା ମହାୟୁତି ସରକାର । ମୁଖ୍ୟମନ୍ତ୍ରୀ ଭାବେ ନୂଆ ଇନିଂସ ଆରମ୍ଭ କଲେ ଦେବେନ୍ଦ୍ର ଫଡନାବିସ । ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଓ ଏକନାଥ ସିନ୍ଦେ ଶପଥ ନେଇଛନ୍ତି । 3 ଜଣଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ବହୁ ବିଜେପିର ବହୁ ଟପ୍ ଲିଡର ଓ ବଲିଉଡର ବହୁ କଳାକାର ବି ଶପଥ ଗ୍ରହଣ ସମାରୋହରେ ସାମିଲ ।
ମହାରାଷ୍ଟ୍ର ପାଇଲା ନୂଆ ମୁଖ୍ୟମନ୍ତ୍ରୀ:
ଆଜିଠୁ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଦେବେନ୍ଦ୍ର ଫଡନାବିସଙ୍କ ରାଜ୍ । ସାଉଥ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଏକନାଥ ସିନ୍ଦେ ଓ ଏନସିପି ନେତା ଅଜିତ ପାୱାର ଶପଥ ଗ୍ରହଣ କରିଛନ୍ତି । ତୃତୀୟ ଥର ପାଇଁ ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅଜିତ ପାୱାର ଷଷ୍ଠ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏକନାଥ ସିନ୍ଦେ ।
ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ଟପ୍ ନେତା ସାମିଲ:
ମହାରାଷ୍ଟ୍ରରେ ‘ମହାୟୁତି’ ସରକାରର ରାଜତିଳକର ସାକ୍ଷୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜେପି ନଡ୍ଡା, ନୀତିନ ଗଡକରି, ପିୟୁଷ ଗୋୟଲ, ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବ, ଭୁପେନ୍ଦ୍ର ଯାଦବ, ଚିରାଗ ପାଶୱାନ, ଶିବରାଜ ସିଂ ଚୌହାନ, ରାମଦାସ ଅଠାୱାଲେ, ଧମେନ୍ଦ୍ର ପ୍ରଧାନ, ଜିତନ ରାମ ମାଝୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜଜୁ ପ୍ରମୁଖ ନେତା ଉପସ୍ଥିତ ଥିଲେ ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ:
ମହାରାଷ୍ଟ୍ର ସରକାରର ଶପଥ ଗ୍ରହଣ ସମାରୋହରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ସେମାନେ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ମହାୟୁତିରେ କିଏ ପାଇଥିଲା କେତେ ଆସନ ?