ଓଡିଶା

odisha

ETV Bharat / bharat

‘ଆପ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଛି ବିଜେପି’: କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚର ନୋଟିସ - Delhi Police

Delhi Police serves notice to Arvind Kejriwal: କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚର ନୋଟିସ । ବିଜେପି ବିରୋଧରେ ଆଣିଥିବା ବିଧାୟକ କିଣା ଅଭିଯୋଗ ସମ୍ପର୍କରେ ପ୍ରମାଣ ଦେବାକୁ ନୋଟିସ । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କୁ ନୋଟିସ ଦେଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ
କେଜ୍ରିଓ୍ବାଲଙ୍କୁ ନୋଟିସ ଦେଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ

By ETV Bharat Odisha Team

Published : Feb 3, 2024, 5:47 PM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି, ଆମ ଆଦମୀ ବିଧାୟକମାନଙ୍କୁ କିଣିବାକୁ ପ୍ରଲୋଭନ ଦେଉଥିବା ଓ ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ତେବେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଆଜି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ନୋଟିସ ଜାରି କରିଛି । ସେ କରିଥିବା ଅଭିଯୋଗ ସମ୍ପର୍କରେ 3 ଦିନ ମଧ୍ୟରେ ପୋଲିସକୁ ତଥ୍ୟ ପ୍ରଦାନ କରିବା ପାଇଁ ନୋଟିସରେ କୁହାଯାଇଛି ।

27 ତାରିଖରେ କେଜ୍ରିଓ୍ବାଲଙ୍କ ଏହି ଅଭିଯୋଗପୂର୍ଣ୍ଣ ଟ୍ବିଟ୍‌ ସାମ୍ନାକୁ ଆସିବା ପରେ ଗତକାଲି ମଧ୍ୟ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ଏକ ଟିମ କେଜ୍ରିଓ୍ବାଲଙ୍କୁ ନୋଟିସ ଦେବାକୁ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା । ହେଲେ କୌଣସି କାରଣରୁ କେଜ୍ରିଓ୍ବାଲ ସମୟ ନଦେବାରୁ ଟିମ ଫେରିଯାଇଥିଲା । ଗତକାଲି ଏହି ମାମଲାରେ ପୋଲିସର ଏକ ଟିମ ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କୁ ମଧ୍ୟ ଏହି ନୋଟିସ ଜାରି କରିଛି ।

27 ଜାନୁଆରୀରେ ନିଜେ କେଜ୍ରିଓ୍ବାଲ ଏହି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଦିଲ୍ଲୀରେ ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି । ତାଙ୍କ ଦଳର 7 ଜଣ ବିଧାୟକଙ୍କୁ କିଣିବାକୁ ପ୍ରୟାସ କରାଯାଉଛି । ବିଜେପି ଏହି 7 ବିଧାୟକଙ୍କୁ 25 କୋଟି ଲେଖାଏଁ ଟଙ୍କା ଦେବା ପାଇଁ ପ୍ରଲୋଭିତ କରିଛି । ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେବେ । ଏହା ପରେ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଭାଙ୍ଗିଯିବ । ଏହି ବିଧାୟକଙ୍କୁ 25 କୋଟି ଟଙ୍କା ଦେବା ସହ ବିଜେପି ଟିକେଟରେ ନିର୍ବାଚନ ମଧ୍ୟ ଲଢାଯିବାକୁ ପ୍ରଲୋଭିତ କରାଯାଇଛି ବୋଲି ସେ ଦାବି କରିଥିଲେ । ଅବକାରୀ ଘୋଟାଲା ନୁହେଁ ବରଂ ତାଙ୍କୁ ଷଡଯନ୍ତ୍ରମୂଳକ ଭାବେ ଗିରଫ କରିବାକୁ ବିଜେପି ଷଡଯନ୍ତ୍ର ରଚିଛି ବୋଲି କେଜ୍ରିଓ୍ବାଲ ଅଭିଯୋଗ କରିଥିଲେ । ପୂର୍ବରୁ ମଧ୍ୟ ବିଜେପି ଏହି ଯୋଜନା କରିଥିଲା, ହେଲେ ସଫଳ ହୋଇନଥିବା କେଜ୍ରିଓ୍ବାଲ କହିଥିଲେ । ଦଳର ବରିଷ୍ଠ ନେତ୍ରୀ ତଥା କେଜ୍ରିଓ୍ବାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଆତିଶୀ ମଧ୍ୟ ବିଜେପି ବିରୋଧରେ ସମାନ ଅଭିଯୋଗ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ

ଏହା ପରେ ଗତକାଲି ଠାରୁ ତାଙ୍କୁ ନୋଟିସ ଜାରି କରିବାକୁ ପ୍ରୟାସ ଜାରି ରଖିଥିଲା ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଟିମ । ଗତକାଲି ଫେରିବା ପରେ ଆଜି ପୋଲିସ ଟିମ ନୋଟିସ ପ୍ରଦାନ କରିଛି । ନୋଟିସ ଦେବା ବେଳେ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ହିଁ ନୋଟିସ ଦେବାକୁ କହିଥିଲେ । ଫଳରେ କେଜ୍ରିଓ୍ବାଲଙ୍କ ବାସଭବନରେ କାର୍ଯ୍ୟରତ ଅଧିକାରୀଙ୍କ ସହ କ୍ରାଇମବ୍ରାଞ୍ଚ ଟିମ୍‌ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଯାହାର ଭିଡିଓ ନିଜେ କଜ୍ରିଓ୍ବାଲ ଟ୍ବିଟ କରି ଦିଲ୍ଲୀ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details