ନୂଆଦିଲ୍ଲୀ: ଆକ୍ସନ୍ ମୁଡରେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଶୁକ୍ରବାର ଦିନ ସେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରି ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଲେଆଉଟ୍ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ନିର୍ବାଚନୀ ପ୍ରତିଶୃତି ସମ୍ପୂର୍ଣ୍ଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ଶେଷ ହେବା ପରେ ରେଖା ଗୁପ୍ତା କହିଛନ୍ତି ଯେ ସମସ୍ତ ଅଧିକାରୀଙ୍କଠାରୁ ବିଭାଗର କାର୍ଯ୍ୟକାରିତା ନେଇ ରିପୋର୍ଟ ନିଆଯାଉଛି । ଆମେ ଜନସାଧାରଣଙ୍କ ନିକଟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରିଛୁ ।
ହୋଲି-ଦୀପାବଳିରେ ମାଗଣା ସିଲିଣ୍ଡର ମିଳିବ-
ହୋଲି ଦୀପାବଳିରେ ଦିଲ୍ଲୀବାସୀଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର । ଏହା ସହିତ ବାର୍ଷିକ ଅନ୍ୟ 10ଟି ସିଲିଣ୍ଡର ମାସିକ ମାତ୍ର 500 ଟଙ୍କାରେ ମଧ୍ୟ ମିଳିବ । ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିର୍ସା ମଧ୍ୟ ଅଧିକାରୀଙ୍କ ସହ ଏକ ବୈଠକ କରି ଏହି ସୂଚନା ଦେଇଥିଲେ । ଏହି ସମୟରେ ସୂଚନା ଦିଆଯାଇଥିଲା ଯେ ବିଜେପି ଇସ୍ତାହାରରେ ହୋଲି-ଦୀପାବଳି ସମୟରେ ଦିଲ୍ଲୀବାସୀଙ୍କୁ ମାଗଣା ସିଲିଣ୍ଡର ଯୋଗାଇବା ଏବଂ ବର୍ଷରେ 500 ଟଙ୍କା ମୂଲ୍ୟରେ ଅନ୍ୟ 10 ଟି ସିଲିଣ୍ଡର ଉପଲବ୍ଧ କରାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କ୍ୟାବିନେଟ ମନ୍ତ୍ରୀ ସିର୍ସା କହିଛନ୍ତି ।
ଟାର୍ଗେଟରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି-
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶୀଙ୍କୁ ପ୍ରଥମ କ୍ୟାବିନେଟ୍ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଛନ୍ତି । ସିଏମ ରେଖା ଗୁପ୍ତା କହିଛନ୍ତି, "ଉଭୟ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ଲୋକଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିଛନ୍ତି ଏବଂ କୌଣସି ପ୍ରକୃତ ପଦକ୍ଷେପ ନ ନେଇ କେବଳ ସ୍ଲୋଗାନ ଦେଇଛନ୍ତି । କିନ୍ତୁ ତାଙ୍କ ସରକାର ପ୍ରଥମ ଦିନରେ ଆୟୁଷ୍ମାନ ଭାରତ ଯୋଜନାକୁ ଅନୁମୋଦନ କରିଛନ୍ତି ।"
ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶୀ ପ୍ରଥମ ମନ୍ତ୍ରିମଣ୍ଡଳ ବୈଠକରେ ମହିଳା ସାମ୍ମାନ ଯୋଜନା ଅଧୀନରେ ମହିଳାମାନଙ୍କୁ ମାସିକ 2500 ଟଙ୍କା ଦେବା ନେଇ କୌଣସି ନିଷ୍ପତ୍ତି ନେଇ ନ ଥିବାରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ଏପଟେ ସିଏମ ରେଖା କହିଛନ୍ତି ଯେ କଂଗ୍ରେସ ଦିଲ୍ଲୀକୁ 15 ବର୍ଷ ଶାସନ କରିଥିଲା ଏବଂ ଏହା ପରେ ଆମ୍ ଆଦମୀ ପାର୍ଟି 10 ବର୍ଷରୁ ଅଧିକ ସମୟ ଶାସନ କରିଥିଲା । ସେ ମହିଳାମାନଙ୍କ ପାଇଁ କ’ଣ କରିଛନ୍ତି ?