ନୂଆଦିଲ୍ଲୀ:ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆରଏସ ନେତ୍ରୀ କେ କବିତାଙ୍କ ସମସ୍ୟା । ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲ ଓ କବିତାଙ୍କ ସମେତ ଆପର ଫଣ୍ଡ ମ୍ୟାନେଜର ଚନପ୍ରୀତ ସିଂଙ୍କୁ ଆହୁରି ୧୪ ଦିନ ଯାଏଁ ନ୍ୟାୟିକ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହି ତିନି ଜଣ ଆସନ୍ତା ମେ ୭ ତାରିଖ ଯାଏଁ ନ୍ୟାୟିକ ହାଜତରେ ରହିବେ । ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ବେଳେ କେ କବିତାଙ୍କୁ ମଧ୍ୟ ତିହାର ଜେଲରେ ରଖାଯାଇଛି ।
ଆଜି କେଜ୍ରିୱାଲ, କବିତା ଓ ଚନପ୍ରୀତଙ୍କୁ ଭିଡିଓ କନଫେରନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ଦିନକ ପୂର୍ବରୁ ଆପ୍ ପକ୍ଷରୁ କେଜ୍ରିୱାଲଙ୍କୁ ତାଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କ ଉପସ୍ଥିତିରେ ଡାକ୍ତରୀ ପରାମର୍ଶ ପାଇଁ ଆବେଦନ କରାଯାଇଥିଲା, ଯାହାକୁ କୋର୍ଟ ଖାରଜ କରିଥିଲେ । କୋର୍ଟ ନିଜର ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ତିବାର ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରକାରର ଆବଶ୍ୟକୀୟ ଡାକ୍ତରୀ ସେବା ଓ ସହାୟତା ଯୋଗାଇ ଦିଆଯିବ । ତିହାର ଜେଲ କର୍ତ୍ତୃପକ୍ଷ ଏମସ ଡାକ୍ତରମାନଙ୍କୁ ନେଇ ଗଠିତ ବୋର୍ଡ ଜରିଆରେ ପରୀକ୍ଷା ନିରୀକ୍ଷା କରାଇବେ । ଏହି ବୋର୍ଡରେ ଯେଉଁଥିରେ ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ମଧୁମେହ ବିଶେଷଜ୍ଞ ମଧ୍ୟ ସାମିଲ ରହିବେ ।
ଏହା ମଧ୍ୟ ପଢନ୍ତୁ...ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ୍ - Kejriwal Given Insulin