ଓଡିଶା

odisha

ETV Bharat / bharat

କିଏ ପୂରଣ କରିବ ମୋଦି ଗ୍ୟାରେଣ୍ଟି, ପ୍ରଧାନମନ୍ତ୍ରୀ ମୋଦି ହୋଇଯିବେ ରିଟାୟର: କେଜ୍ରିୱାଲ - Delhi CM Arvind Kejriwal

Delhi CM Arvind Kejriwal questions BJP: ବିଜେପିର '75ବର୍ଷ ବୟସ' ନିୟମ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ନେବେ ଅବସର । ସେତେବେଳେ କିଏ ମୋଦି ଗ୍ୟାରେଣ୍ଟି ପୂରଣ କରିବ କେଜ୍ରିୱାଲଙ୍କ ପ୍ରଶ୍ନର ଜବାବ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

Delhi CM Arvind Kejriwal
Delhi CM Arvind Kejriwal (Photo- ANI)

By ETV Bharat Odisha Team

Published : May 11, 2024, 8:43 PM IST

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଏହାପରେ ସେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି । ଶନିବାର ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ 'ମୋଦି ଗ୍ୟାରେଣ୍ଟି' ଉପରେ ପ୍ରଶ୍ନ ଉଠାଇଛନ୍ତି । ଆସନ୍ତା ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 75ବର୍ଷ ହେବା ପରେ ସେ ଅବସର ନେବେ । ସେତେବେଳେ କିଏ ମୋଦି ଗ୍ୟାରେଣ୍ଟି ପୂରଣ କରିବ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।

ଆପ୍‌ ମୁଖ୍ୟ କେଜ୍ରିୱାଲ କହିଛନ୍ତି, "ଇଣ୍ଡିଆ ମେଣ୍ଟକୁ ସବୁବେଳେ ପ୍ରଶ୍ନ କରାଯାଏ କି ଆପଣଙ୍କର ପ୍ରଧାନମନ୍ତ୍ରୀ ଚେହେରା କିଏ ? ହେଲେ ଆଜି ମୁଁ ବିଜେପିକୁ ପ୍ରଶ୍ନ କରୁଛି ତାଙ୍କର ପ୍ରଧାନମନ୍ତ୍ରୀ କିଏ ହେବ ? କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର 17 ତାରିଖରେ 75ବର୍ଷର ହୋଇଯିବେ । ବିଜେପିର ନିୟମ ଅନୁସାରେ 75ବର୍ଷ ବୟସ ପୂରଣ ହେବା ପରେ ଉକ୍ତ ନେତା ଦଳରୁ ଅବସର ଗ୍ରହଣ କରେ । ଯେପରି ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ସୁମିତ୍ରା ମହାଜନଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ଏହି ପ୍ରକାରେ ଅବସର ନେଇଛନ୍ତି । ଏହିପରି ଭାବରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅବସର ନେବେ । ଲୋକସଭା ନିର୍ବାଚନ ପରେ ବିଜେପି ସରକାର ପୁଣି ଆସିଲେ କିଏ ପୂରଣ କରିବ ମୋଦି ଗ୍ୟାରେଣ୍ଟି ।"

ଏହା ବି ପଢନ୍ତୁ- ଆଜି କେଜ୍ରିଓ୍ବାଲଙ୍କ ପାଓ୍ବାର ସୋ’: ହନୁମାନ ମନ୍ଦିର ଦର୍ଶନ ପରେ ଏକାଧିକ ରୋଡ ସୋ’, ସଂଧ୍ୟାରେ ପ୍ରେସମିଟ୍‌

କେଜ୍ରିୱାଲ ଏନେଇ ଅମିତ ଶାହଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, "ମୋଦି ଏବେ ନିଜ ପାଇଁ ନୁହେଁ, ବରଂ ଅମିତ ଶାହଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ତେବେ ମୋଦି ଗ୍ୟାରେଣ୍ଟି କଣ ଅମିତ ଶାହ ପୂରଣ କରିବେ ? "

ଜବାବ ରଖିଲେ ଶାହ: ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କ ମୋଦିଙ୍କ ଅବସର ନେଇ ପ୍ରଶ୍ନରେ ଜବାବ ରଖିଛନ୍ତି ବିଜେପିର ଶୀର୍ଷ ନେତୃତ୍ବ ଅମିତ ଶାହ । ଶାହ କହିଛନ୍ତି, " ବିଜେପିର କୌଣସି କନଫ୍ୟୁଜନ ନାହିଁ । ମୋଦି ହିଁ ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟିତ୍ବ ନେବେ । ବିଜେପିର ସମ୍ବିଧାନରେ ଏପରି କୌଣସି ନିୟମ ନାହିଁ । ମୋଦି ନିଜ କାର୍ଯ୍ୟକାଳ ପୂରଣ କରି ଦେଶର ଦାୟିତ୍ବ ସମ୍ଭାଳିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details