ଓଡିଶା

odisha

ETV Bharat / bharat

ଶକ୍ତିଶାଳୀ ହେଲା ନୌସେନା, ସାମିଲ ହେଲା INS-ସନ୍ଧାୟକ

INS Sandhayak: ନୌସେନାରେ ସାମିଲ ହେଲା ଆଇଏନଏସ ସନ୍ଧାୟକ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଭାରତୀୟ ନୌସେନାରେ କମିଶନ କରାଯାଇଛି । ଅଧିକ ପଢନ୍ତୁ

INS Sandhayak
INS Sandhayak

By ETV Bharat Odisha Team

Published : Feb 3, 2024, 3:30 PM IST

ଅମରାବତୀ: ବଢ଼ିଲା ନୌସେନାର ବଳ । ଭାରତୀୟ ନୌସେନାରେ ସାମିଲ ହେଲା INS Sandhayak(ଆଇଏନଏସ ସନ୍ଧାୟକ) । ଆଜି(ଶନିବାର) ଆନୁଷ୍ଠାନିକ ଭାବେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ନୌସେନା ମୁଖ୍ୟ ଆଡମିରଲ ଆର ହରି କୁମାର ଯୋଗ ଦେଇଥିଲେ ।

ଏହି ଅବସରରେ ଆଡମିରଲ ହରି କୁମାର କହିଛନ୍ତି,"ନୌସେନାରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ପ୍ଲାଟଫର୍ମକୁ ଲଞ୍ଚ କରାଯାଇଛି । ଭାରତୀୟ ନୌସେନାର ସ୍ବଦେଶୀ ବିମାନବାହକ ଜାହାଜ ଆଇଏନଏସ ବିକ୍ରାନ୍ତ, ଫ୍ରିଗେଟ, INS ଇମ୍ଫାଲକୁ ନୌସେନାରେ ଯୋଗ ଦେଇ ଆମେ ଆlତ୍ମ ନିର୍ଭରଶୀଳ ଶକ୍ତି ଗଠନ କରୁଛୁ । ଗତ ଦଶ ବର୍ଷ ମଧ୍ୟରେ ନୌସେନାରେ ତିନିଟି ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜକୁ ନିୟୋଜିତ କରାଯାଇଥିଲା । ଯାହାକି ସମ୍ପୂର୍ଣ୍ଣ ସ୍ବଦେଶୀ ଅଟେ ।"

ଏହା ମଧ୍ୟ ପଢନ୍ତୁ: ନୌସେନାରେ ସାମିଲ ହେଲା କ୍ଷେପଣାସ୍ତ୍ର ବିଧ୍ବଂସକାରୀ 'ଆଇଏନଏସ ଇମ୍ଫାଲ'

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "ଯଦି ମୁଁ ଆମର ନୌସେନାର ଶକ୍ତି ବିଷୟରେ କହିବି ତେବେ ଭାରତୀୟ ନୌସେନା ବହୁତ ଶକ୍ତିଶାଳୀ ହୋଇଛି । ଭାରତ ମହାସାଗର ଏବଂ ଭାରତ ପ୍ରଶାନ୍ତ ମହାସାଗରରେ ସୁରକ୍ଷା ଦୃଷ୍ଟିରୁ ଭାରତ ଆଗରେ ରହିଛି । ବାଣିଜ୍ୟ ବିଷୟରେ କହିବାକୁ ଗଲେ, ଭାରତ ମହାସାଗରକୁ ଏକ ହଟସ୍ପଟ୍ ଭାବେ ଗଣାଯାଏ । ଗଲ୍ଫ ଅଫ୍ ଆଡେନ, ଗଲ୍ଫ ଅଫ୍ ଗୁଇନିଆ ଭଳି ଭାରତ ମହାସାଗରରେ ଅନେକ ଚେକ୍ ପଏଣ୍ଟ ଅଛି ଯାହା ମାଧ୍ୟମରେ ବହୁ ପରିମାଣର ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ହୁଏ । "

ସୁରକ୍ଷିତ ସାମୁଦ୍ରିକ ନାଭିଗେସନ୍ ଏହି ଜାହାଜର ପ୍ରାଥମିକ ଭୂମିକା ହେବ । ଏହା ବନ୍ଦର, ନାଭିଗେସନ୍ ଚ୍ୟାନେଲ, ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଗଭୀର ସମୁଦ୍ରର ହାଇଡ୍ରୋଗ୍ରାଫିକ୍ ସର୍ବେକ୍ଷଣ କରିବ । INS Sandhyakରେ ଅତ୍ୟାଧୁନିକ ହାଇଡ୍ରୋଗ୍ରାଫିକ୍ ଯନ୍ତ୍ର ରହିଛି । ଯେଉଁଥିରେ ଗଭୀର ଜଳ ମଲ୍ଟିବିମ ଇକୋ-ସାଉଣ୍ଡର୍, ଅଣ୍ଡର ୱାଟର ଯାନ, ଦୂରରୁ ସଞ୍ଚାଳିତ ହୋଇପାରୁଥିବା ଯାନ, ପୋଜିସନିଂ ପ୍ରଣାଳୀ ରହିଛି ।

ପ୍ରକାଶଥାଉକି, ଗତବର୍ଷ ଡିସେମ୍ବର ମାସରେ ଶକ୍ତିଶାଳୀ INS ଇମ୍ଫାଲ ଯୁଦ୍ଧପୋତକୁ ସାମିଲ କରାଯାଇଥିଲା । ମୁମ୍ବାଇରେ INS ଇମ୍ଫାଲ ଔପଚାରିକ ଭାବରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ନୌସେନା ପ୍ରମୁଖ ଆଡମିରାଲ ଆର ହରି କୁମାର ପ୍ରମୁଖ ଅତିଥି ଉପସ୍ଥିତ ଥିଲେ । INS ଇମ୍ଫାଲ ଏକ ସୁଦୂର ଲକ୍ଷ୍ୟଗାମୀ ସୁପର ସୋନିକ ବ୍ରହ୍ମୋସ ମିଶାଇଲ କ୍ଷମତା ଯୁକ୍ତ ଷ୍ଟିଲଥ ଗାଇଡେଡ ମିଶାଇଲ ବିଧ୍ବଂସକ ଅଟେ ।

ABOUT THE AUTHOR

...view details