ଓଡିଶା

odisha

ETV Bharat / bharat

ଜୁଲାଇ ୫ ଶୁକ୍ରବାର ରାଶିଫଳ: ଏହି ରାଶି ବ୍ୟକ୍ତିଙ୍କ ବଦଳିପାରେ ଭାଗ୍ୟ, ହୋଇପାରେ ଅର୍ଥ ଲାଭ - DAILY HOROSCOPE OF 5 JULY

Today Rashiphala Horoscope 5 July: ଆଜିର ଦିନ ଆପଣଙ୍କର କେମିତି କଟିବ ? କର୍ମ ବା ବ୍ୟବସାୟ କ୍ଷେତ୍ରରେ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

By ETV Bharat Odisha Team

Published : Jul 5, 2024, 12:00 AM IST

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ:ଆଜି ଦିନଟି ଆପଣଙ୍କ ଉପରେ ମଧ୍ୟମ ପ୍ରଭାବ ପକାଇପାରେ । ଆଜି ଆପଣ ଯୋଜନା କରିଥିବା କାର୍ଯ୍ୟରୁ ଶୁଭାରମ୍ଭ କରିବାର ଏକ ଶୁଭ ଦିବସ ଅଟେ । ନୂଆ କାର୍ଯ୍ୟ ମଧ୍ୟ ହାତକୁ ନେଇପାରନ୍ତି । ମାତ୍ର ତରବରିଆ ଭାବେ ଏପରି କୌଣସି ସିଦ୍ଧାନ୍ତ ନେବା ପାଇଁ ତରବର ହୁଅନ୍ତୁ ନାହିଁ । ଅଫିସରେ ଆପଣ ଅତ୍ୟନ୍ତ କଷ୍ଟକର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ତଥାପି ଆପଣ ବ୍ୟସ୍ତ ନ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ । ମହିଳାମାନେ ନିଜର ଆକ୍ରମଣଶୀଳ ମନୋଭାବ ଓ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ଅତିଶୀଘ୍ର ଯାତ୍ରା କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭ ନୁହେଁ । ଆପଣ ନିଜର ସିଦ୍ଧାନ୍ତ ନେବାରେ ଏପଟ ସେପଟ ହେଲେ ଆପଣ ବହୁ ସୁଯୋଗକୁ ହାତଛଡା କରିପାରନ୍ତି । ମାତ୍ର ହତାଶ ନ ହୋଇ ବାଟ ଖୋଜନ୍ତୁ । ଆଜି କୌଣସି ନୂଆ ଯୋଜନା ବା ଚୁକ୍ତିପତ୍ର କରିବା ଉଚିତ ନୁହେଁ । ସହକର୍ମୀ, ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ । ନିଜର କ୍ରୋଧଶୀଳ ପ୍ରକୃତିକୁ ବଦଳାନ୍ତୁ । ଭାଇ ଭଉଣୀଙ୍କ ସମ୍ପର୍କ ଭଲ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ବନ୍ଧୁ ଓ ପ୍ରିୟଜନଙ୍କ ସହ ସାମାଜିକ ଜୀବନରେ ମଉଜ ମଜଲିସରେ ସମୟ ବିତାଇବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ବନ୍ଧୁ ମାନଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କରିପାରନ୍ତି କିମ୍ୱା ବାହାରକୁ ଭ୍ରମଣରେ ଯାଇପାରନ୍ତି । ଅର୍ଥ ଲାଭ ହୋଇପାରେ । ମାତ୍ର ଖର୍ଚ୍ଚର ମାତ୍ରାକୁ ସୀମା ଭିତରେ ରଖି ଅଯଥା ଖର୍ଚ୍ଚରୁ ନିବୃତ ହୁଅନ୍ତୁ । ମୂଲ୍ୟହୀନ ଚିନ୍ତାଧାରାକୁ ମୁଣ୍ଡରେ ପୁରାଇ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ । ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ ଉପହାରର ସୁଅ ଛୁଟିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଗ୍ରହ ମାନଙ୍କ ପ୍ରଭାବରୁ ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହିବେ । ବିଶ୍ରାମହୀନ ଉତ୍କଣ୍ଠିତ ଚିତ୍ତରେ ଶାନ୍ତି ପାଇବେ ନାହିଁ , ତେଣୁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ ମାନସିକ ଅଶାନ୍ତି ଆପଣଙ୍କୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଏହା ଦ୍ୱାରା ଆପଣ ହତୋତ୍ସାହିତ ହୋଇପାରନ୍ତି । ଆପଣ କୌଣସି କାରଣରୁ କାହା ସଙ୍ଗରେ ଯୁକ୍ତିତର୍କ କରି କଳହ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କୁ ଉତ୍ତେଜିତ କରି ପରିସ୍ଥିତିକୁ ବିଷାକ୍ତ କରିଦେଇପାରେ । ସତର୍କ ରୁହନ୍ତୁ । ଆଜି ଆପଣଙ୍କର ଅର୍ଥ ହାନି ମଧ୍ୟ ଘଟିପାରେ । ଶାରୀରିକ ଅସୁସ୍ଥତା ଲାଗିରହିପାରେ । ତେଣୁ ନିଜର ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଦିନଟି ଆପଣଙ୍କୁ ସାଧାରଣ ଭାବେ ଫଳ ପ୍ରଦାନ କରିପାରେ । ଆଜିର ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ମାତ୍ର ଆପଣ ଯଦି ଅନ୍ୟମନସ୍କ ରହିବେ କିମ୍ୱା ଭୁଲ ସିଦ୍ଧାନ୍ତ ନେବେ, ତେବେ ଆପଣ ଏହାର ଲାଭ ଉଠାଇବାକୁ ଅସମର୍ଥ ହେବେ । ଆଜି ଦିନଟି ଶୁଭଙ୍କର ନ ଥିବାରୁ କୌଣସି କାର୍ଯ୍ୟ ନିଜ ହାତକୁ ନିଅନ୍ତୁ ନାହିଁ । ବନ୍ଧୁ ମାନଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି ଏବଂ ସେମାନଙ୍କ ଗହଣରେ ଖୁସିରେ ସମୟ କାଟିପାରନ୍ତି । ନିଜ ସାଥୀଙ୍କ ସହ ବାହାରକୁ ବୁଲିବାକୁ ଯିବାର ଯୋଜନା କରିପାରନ୍ତି । ବ୍ୟବସାୟ ଭଲ ଚାଲିବ । ଅର୍ଥ ଲାଭର ସମ୍ଭାବନା ମଧ୍ୟ ଅଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଏକ ଲାଭଜନକ ଦିବସ ଅଟେ । ବହୁଦିନରୁ ଯୋଜନା କରିଥିବା ଅନୁସାରେ ନିଜ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରେ ଏବଂ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରେ । ଆପଣଙ୍କର ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି ଏବଂ କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ସରକାରଙ୍କ ଠାରୁ ଅର୍ଥ ଲାଭ ଯୋଗ ଅଛି । ସରକାରଙ୍କ ଠାରୁ ଉପକୃତ ହେବା ଫଳରେ ଆପଣଙ୍କୁ ଅନ୍ୟ କାର୍ଯ୍ୟ କରିବା ସହଜସାଧ୍ୟ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜି ଆପଣ ନିଜକୁ ଲଳିତ କଳା ପ୍ରତି ଆକର୍ଷିତ ହୋଇପାରନ୍ତି । ଚିତ୍ର କରିବା ଓ ଲେଖାଲେଖିରେ ସମୟ କାଟିବାକୁ ଭଲ ପାଇବେ । ଆଜି ଆପଣ ସମସ୍ତ ଯୋଜନାକୁ ଏକତ୍ରିତ କରି କାର୍ଯ୍ୟର ଶୁଭାରମ୍ଭ କରିବା ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ଅଟେ । ନିଜର ବୃତିଗତ ଜୀବନରେ ଆପଣ ନିଜର ସହକର୍ମୀ ତଥା ବରିଷ୍ଠ ସଦସ୍ୟଙ୍କ ଠାରୁ ସହଯୋଗ ଓ ପ୍ରେରଣା ପାଇ ନିଜ କାର୍ଯ୍ୟଟିକୁ ସୂଚାରୁରୁପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ବ୍ୟବସାୟୀଙ୍କ ନିମନ୍ତେ ଲାଭର ପରିମାଣ ବୃଦ୍ଧି ପାଇପାରେ । ସୁଷମ ଖାଦ୍ୟ ଖାଆନ୍ତୁ , ନଚେତ ଶାରୀରିକ ଅସୁସ୍ଥତା ଭୋଗିପାରନ୍ତି । ଆପଣ କାହା ସଙ୍ଗରେ ଅଯଥା ଯୁକ୍ତିତର୍କ କରି ଉତ୍ତେଜିତ ହୁଅନ୍ତୁ ନାହିଁ । ତୀର୍ଥଯାତ୍ରା କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:ଆଜି ଦିନର ପ୍ରତ୍ୟେକ ମୂହୁର୍ତ୍ତରେ ଆପଣଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପଡିବ । କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ଖର୍ଚ୍ଚର ପରିମାଣକୁ କମାଇବାକୁ ଚେଷ୍ଟା କରନ୍ତୁ । ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ , ନଚେତ୍‍ କୋଟକୁ ଯାଇପାରନ୍ତି । ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ କିମ୍ୱା ନିଜେ ଧୀର ସ୍ଥିର ଚିତ୍ତରେ ଭାବିଚିନ୍ତି ଲୋକଙ୍କ ସହ ବନ୍ଧୁତ୍ୱ କରିପାରନ୍ତି । ଯୋଗ ଓ ଧ୍ୟାନ କରିବା ଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ଅବ୍ୟାହତ ରହିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ:ଆଜି ଦିନଟି ଶୁଭଫଳ ପ୍ରଦାୟକ ଅଟେ । ଦିନଟିକୁ ଆମୋଦ ପ୍ରମୋଦରେ କଟାଇବେ । ସାମାଜିକ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂସ୍କୃତି ସମ୍ପନ୍ନ ଲୋକଙ୍କ ସାଙ୍ଗରେ ସାକ୍ଷାତ ହୋଇପାରେ । ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ସୁଖ ପର୍ଯ୍ୟଟନରେ ଯିବାର ଯୋଜନା କରିପାରନ୍ତି ଏବଂ ଏହା ଏକ ଶୁଭଚିନ୍ତା ଅଟେ । ଆପଣଙ୍କର ଭାଗ୍ୟ ଆଜି ଆପଣଙ୍କ ସୃଜନଶୀଳତାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରେ । ଏହି ପ୍ରେରଣା ଯୋଗୁଁ ଆପଣ ନିଜର ପରିକଳ୍ପନା କରି କିଛି ସାହାଯ୍ୟ କରିପାରନ୍ତି । ଆଜି ଆପଣ ସମ୍ମାନିତ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: କାର୍ଯ୍ୟ ଚାପ ଆପଣଙ୍କୁ ଶକ୍ତିହୀନ ଓ କୁଣ୍ଠିତ କରିଦେଇପାରେ, କିନ୍ତୁ ଆପଣଙ୍କ ପ୍ରତିଷ୍ଠାକୁ କୌଣସି ହାନି ହେବା ପୂର୍ବରୁ ଆପଣ ଏହି ଅବସ୍ଥାରୁ ବାହାରି ଆସିବେ । ମିଟିଂ ଗୁଡିକରେ ସତର୍କ ରହିବା ଦ୍ଵାରା ଆପଣ ଦୀର୍ଘ ସମୟର ଲାଭ ପାଇପାରିବେ ଓ ଅନେକ ଉପାୟରେ ଲାଭବାନ ହୋଇପାରେ ଯାହାର ଆପଣଙ୍କ କୌଣସି ଆଶା ନଥିବ । ଅଦରକାରୀ ଖର୍ଚ୍ଚ ଆପଣଙ୍କ ସମସ୍ୟାକୁ ବଢାଇପାରେ । ବିଶେଷ କରି ଆପଣଙ୍କ ଶରୀର ପ୍ରତି ଯତ୍ନ ନିଅନ୍ତୁ । ଛାତ୍ରମାନେ ସେମାନଙ୍କ ପାଠ ପଢା ପ୍ରତି ଧ୍ୟାନ ମଗ୍ନ ହୋଇ ନପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ:ବିଦେଶରୁ ଆପଣଙ୍କ ପାଇଁ ଭଲ ଖବର ଆସି ଆପଣ ପାଇଁ ଖୁସି ଆଣିଦେବ । ଯଦି ଆପଣ ଭିସା ଆବେଦନ କରିବାକୁ ଚାହୁଁଛନ୍ତି, ଆଜି ଆପଣ ତାହା ପାଇପାରିବେ । ସବୁ ସକାରାତ୍ମକ ଦେଖାଯାଉଛି ଓ ଏହା ଆପଣଙ୍କ ମନୋଭାବରେ ମଧ୍ୟ ପ୍ରତିଫଳିତ ହେଉଛି । ଆପଣଙ୍କ ଖୁସିକୁ ଆପଣଙ୍କ ପରିବାର ସହ ବାଣ୍ଟନ୍ତୁ ଓ ଏହା ବହୁଗୁଣିତ ହେବାର ଦେଖିବାକୁ ପାଇବେ । ଆର୍ଥିକ ଭାବରେ, ଆଜି ଦିନଟି ଆପଣଙ୍କ ପାଇଁ ଗୋଟିଏ ଭଲ ଦିନ ହୋଇ ରହିବ । ପରିବାରରେ ହସଖୁସି ଭରି ରହିବ । ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହ ଖୁସି ବଜାୟ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ସମ୍ପତ୍ତି ସଂପର୍କିତ ଆଇନ୍‌କାନୁନ ପାଇଁ ଆଜି ଦିନଟି ଭଲ ନାହିଁ । ଏଣୁ, ଆପଣ ବିଶ୍ୱାସର ସହିତ ଅନ୍ୟ ସମସ୍ତ ବିଷୟ ଉପରେ କାର୍ଯ୍ୟ କରିବାର ଆଶା କରାଯାଏ । ଆପଣ ଆପଣଙ୍କ ଶରୀର ପ୍ରତି ସମ୍ବେଦନଶୀଳତା ଦେଖାଇପାରନ୍ତି । ନିଜ ଲୋକଙ୍କଠାରୁ ଆପଣ ଅଳ୍ପ କିଛି ଦିନ ଅଲଗା ରହିପାରନ୍ତି । ବିବାଦ ଏବଂ ଅବୁଝାମଣା ହେବାର ଆଶା କରାଯାଏ । ଆଜି ଆପଣ ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି ଯାହାକି ଭବିଷ୍ୟତରେ ଆପଣଙ୍କୁ ଉପକୃତ କରାଇବ । ପ୍ରାର୍ଥନା ଏବଂ ଧ୍ୟାନ କରନ୍ତୁ ମାନସିକ ଶାନ୍ତି ପାଇବେ ।

ABOUT THE AUTHOR

...view details