ଓଡିଶା

odisha

By ETV Bharat Odisha Team

Published : Jul 2, 2024, 12:01 AM IST

ETV Bharat / bharat

ଜୁଲାଇ ୨ ମଙ୍ଗଳବାର ରାଶିଫଳ: ଏହି ରାଶି ବ୍ୟକ୍ତିଙ୍କ ବଢିବ ଖର୍ଚ୍ଚ, ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ ଧନୁ ରାଶି ବ୍ୟକ୍ତି - HOROSCOPE OF 2 JULY

Today Rashiphala Horoscope 2 July: ଆଜି ଜୁଲାଇ ମାସର ପ୍ରାରମ୍ଭର ଦିନ । ମାସର ପହିଲା ଦିନ ଆପଣଙ୍କର କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆପଣ କାର୍ଯ୍ୟସ୍ଥଳରେ ସାହସୀ ପଦକ୍ଷେପ ନେଇପାରନ୍ତି । ଏପରିକି ଆପଣଙ୍କ ମନରେ କିଛି ଅଭିନବ ଧାରଣା ଓ ମତ ମଧ୍ୟ ଆସିପାରେ । କିନ୍ତୁ, ଅପରାହ୍ନ ବେଳକୁ ଆପଣ ପୁଣି କ୍ଷତିରେ ପଡିବେ । ଆପଣ ନିଜର ବାର୍ତ୍ତାଳପରେ ସଂଯମତା ରକ୍ଷା ନକଲେ ଲୋକଙ୍କ ମନରେ ଆଘାତ ଦେଇପାରନ୍ତି କିମ୍ଵା ସେମାନଙ୍କ ଚିନ୍ତାଧାରାକୁ ଅବମାନନା କରିପାରନ୍ତି । ଆପଣ ଯଦି ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ମନରେ ସ୍ଥିର କରିଛନ୍ତି, ତାହେଲେ ତାକୁ ସ୍ଥଗିତ ରଖନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ:ଆଜି ଦିନଟିରେ ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । କିଛି ବନ୍ଧୁବାନ୍ଧବ ଆପଣଙ୍କ ଘରକୁ ମଧ୍ୟାହ୍ନ ଭୋଜନ କିମ୍ଵା ରାତ୍ର ଭୋଜନ ପାଇଁ ଆସିପାରନ୍ତି । ଏହା ଫଳରେ ଆପଣଙ୍କ ଘରେ ଏକ ଖୁସିବାସିର ଆସର ଜମିପାରେ । ବାହାରକୁ ପରିଭ୍ରମଣରେ ଯିବାପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ବିଦେଶରେ ରହୁଥିବା ଆପଣଙ୍କର ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ଆଜି ଦିନଟି ଆମୋଦପ୍ରମୋଦରେ କଟିପାରେ । ଘର ପାଇଁ ନୂଆ ଜିନିଷ କିଣିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ଆପଣ ପାରିବାରିକ ପର୍ବ ଓ ସାମାଜିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରିବା ପାଇଁ ବହୁତ ଭଲ ପାଆନ୍ତି । ଆଜି ଆପଣଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ଆପଣ ଅପରାହ୍ନରେ ଆପଣଙ୍କ ଘରର ରୂପ ବଦଳାଇବାକୁ ଯୋଜନା କରନ୍ତୁ । ସନ୍ଧ୍ୟା ସୁଦ୍ଧା, ଆପଣ ଆପଣଙ୍କ ପୂର୍ବ ଅବସ୍ଥାକୁ ଆସି ଜଣେ ଛୋଟ ବେଳର ବନ୍ଧୁଙ୍କ ସହ ଏକ ଲୋକପ୍ରିୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଆଜି ଅର୍ଥଲାଭ ହେବ ମାତ୍ର ଏହା ସଙ୍ଗେସଙ୍ଗେ ଖର୍ଚ୍ଚର ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇପାରେ । ମାତ୍ର ଆପଣ କିଛି ଅଯଥାରେ ଖର୍ଚ୍ଚ ନକରୁଥିବାରୁ ବ୍ୟସ୍ତ ହେବା ଉଚିତ ନୁହେଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ଆପଣ ଜଣେ ଶାଶ୍ୱତ ଓ ଆଶାଵାଦୀ ହେବେ । ଆପଣଙ୍କର ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ସନ୍ଧ୍ୟାରେ ପରିଵାର ସଦସ୍ୟଙ୍କ ସହିତ ସମୟ ବିତାଇ ଆନନ୍ଦଲାଭ କରିବେ । ନିଜ ପରିଵାରର ମୂଲ୍ୟବୋଧ ଓ ପରିକଳ୍ପନା ପାଇଁ ଆପଣଙ୍କର ସମ୍ମାନ ବଢ଼ିବ ଓ ଆପଣ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରଚେଷ୍ଟା କରିବେ । ଆପଣ ବହୁତ ଦିନ ଧରି ନୂଆ ଘର କିଣିବାକୁ କିମ୍ଵା ବର୍ତ୍ତମାନର ଘରକୁ ନୂଆ କରିବା ପାଇଁ କରିଥିବା ଯୋଜନାକୁ ଉପରେ ଆଜି କାମ କରିବା ଆରମ୍ଭ କରିବେ । ଏହି ଖର୍ଚ୍ଚଗୁଡିକ ପାଇଁ ଆପଣଙ୍କ ପାଖରେ ଯଥେଷ୍ଟ ଟଙ୍କା ହୋଇଯିବ ଓ ଏକ ବ୍ୟବସାୟରେ ମଧ୍ୟ କିଛି ଟଙ୍କା ନିବେଶ ପାଇଁ ଆପଣଙ୍କ ନିକଟରେ ଟଙ୍କା ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ସବୁ ପରିବାରରେ କିଛି କିଛି ସମସ୍ୟା ଥାଏ । ଆଜି ଆପଣଙ୍କର ନିଜ ଭାଇଭଉଣୀ ଓ ପରିବାରର ଅନ୍ୟ ସଭ୍ୟମାନଙ୍କ ସହ ମତଭେଦ ହୋଇପାରେ । ଟଙ୍କା ଓ ସମ୍ପତ୍ତି ଆପଣଙ୍କ ଚିନ୍ତାର ମୁଖ୍ୟ ବିଷୟ ହେବ । କାର୍ଯ୍ୟସ୍ଥଳରେ ମଧ୍ୟ ସହକର୍ମୀମାନଙ୍କ ସହ ଆନମନା ହୋଇପାରେ । ଆଜି ଆପଣଙ୍କୁ ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ଝଗଡା ମଧ୍ୟ ହୋଇପାରେ । ସମ୍ପତ୍ତି ସମ୍ପର୍କିତ ଘଟଣାରେ ଏବଂ ସରକାରୀ କାର୍ଯ୍ୟ କଲାବେଳେ ଅତ୍ୟଧିକ ସତର୍କତା ଅବଲମ୍ଵନ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା:ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍ତମ ଅଟେ । ଆପଣଙ୍କ ଭାଇଭଉଣୀ ଆପଣଙ୍କ ବ୍ୟକ୍ତିତ୍ୱର ଭଲପାଇବା ଦିଗରୁ ଆପଣଙ୍କୁ ଦେଖିପାରନ୍ତି । ତେଣୁ ସେମାନଙ୍କ ସହ ମଧୁର ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆଜି ବନ୍ଧୁମିଳନ ହୋଇପାରେ । ଆପଣ ଯେଉଁମାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ସହ ଆତ୍ମୀଯତା ଆହୁରି ଗାଢ ହୋଇପାରେ । ଅଫିସରେ ନିଜ ଉପରେ ବ୍ୟସ୍ତ ଥିବା କାର୍ଯ୍ୟକୁ ସଫଳତାର ସହ ସାରିବେ । ଅର୍ଥଲାଭ ହେବାର ସୁବର୍ଣ୍ଣ ସୁଯୋଗ ମିଳିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆପଣ ଆଜି କୌଣସି ସିଦ୍ଧାନ୍ତରେ ଉପନିତ ହେବା ଅତ୍ୟନ୍ତ କଷ୍ଟକର ହେବ। ଆଜି ଏହି ବାକ୍ୟର ଗୁରୁତ୍ଵ ବହୁତ ରହିବ କାରଣ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପରିଣାମର ସମୟ ଚିହ୍ନଟ କରିବେ । ଆପଣଙ୍କ ପାଇଁ ପ୍ରତି ସେକେଣ୍ଡ ମୂଲ୍ୟବାନ ହେବ ଓ ସବୁ ଠିକ ଠାକ କରିବା ପାଇଁ ପୁରୁଣା ସମୟ ଭଳି ଯୋଜନା କରିପାରନ୍ତି । ତେଣୁ ଆପଣଙ୍କୁ ଧୀରସ୍ଥିତ ଚିତ୍ତର ଅପେକ୍ଷା କରିବାକୁ ପଡିବ । ମାତ୍ର ଯଦି ଆପଣ ଚେଷ୍ଟାକରି ନିଜର ମନୋବୃତ୍ତିକୁ ବଦଳାଇ ପାରୁନାହାନ୍ତି ଏବଂ ଆପଣ ଭାବୁଛନ୍ତିୟେ ଆପଣଙ୍କ ବିଶ୍ୱାସରେ ତ୍ରୁଟି ରହିଛି, ତାହାହେଲେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଆଦୌ ନିଅନ୍ତୁ ନାହିଁ । ପାରିବାରିକ ଜୀବନରେ ଆପଣ ଜିଦଖୋର ଏବଂ କଠୋର ସ୍ୱଭାବକୁ ପରିତ୍ୟାଗ କରି ଶାନ୍ତ ଓ ନମ୍ର ହୁଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଏହି ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣ ବନ୍ଧୁମାନଙ୍କ ସହିତ ମିଶିବେ ଏବଂ ତାଙ୍କ ଉପରେ ବହୁତ ଖର୍ଚ୍ଚ କରିବେ । ଅବଶ୍ୟ ବର୍ତ୍ତମାନଠାରୁ ଯେ କୌଣସି ସମୟରେ ଆପଣଙ୍କ ଦରମା କିମ୍ବା ଆୟରେ ବୃଦ୍ଧି ଆଶା କରିପାରନ୍ତି । ପ୍ରକୃତରେ ଆଜି ଭଲ ଦିନ ଭଳି ଜଣା ପଡୁଛି । ଆପଣଙ୍କ ବରିଷ୍ଠମାନେ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ଖୁସି ରହିବେ । ନିଜର ପ୍ରିୟଜନଙ୍କ ଠାରୁ ଉପହାର ମିଳିପାରେ । ଆଜି ଭ୍ରମଣ ଯୋଜନା ପାଇଁ ଶୁଭ ଦିନ । ଦିବସର ଶେଷାର୍ଦ୍ଧରେ ଏକ ଖୁସି ଖବର ପାଇ ହର୍ଷୋଫୁଲିତ ହୋଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ:ଆଜି ଦିନଟି ଆପଣଙ୍କ ପାଇଁ ସେତଟା ଶୁଭଦାୟକ ନୁହେଁ । ଆଜି ଆପଣ ନିଜର ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରିପାରନ୍ତି । ତେଣୁ ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳପରେ ସଂଯମତା ରକ୍ଷା କରନ୍ତୁ । ଧୀରେସୁସ୍ଥେ ଗାଡି ଚଳାନ୍ତୁ ନଚେତ୍‍ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇପାରେ । ପ୍ରଥମରୁ ଦିନଟି ଭଲରେ କଟିଲେ ଶେଷାର୍ଦ୍ଧରେ ମଧ୍ୟ ଭଲରେ କଟିବ । ମାତ୍ର ଦୁର୍ଭାଗ୍ୟ ବଶତଃ ଆପଣଙ୍କ କ୍ଷେତ୍ରରେ ତାହା ଘଟିବ ନାହିଁ । ତେଣୁ ସତର୍କତା ଅବଲମ୍ଵନ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:କାମ କରିବା ଓ ନିଜର ଦାବିଗୁଡିକ ପୂରଣ କରିବାରେ ଦିନ ଶେଷ ହୋଇଯିବ । ଆପଣ ଆପଣଙ୍କର ‍ଅର୍ଥ ଭଲ ଭାବରେ ପରିଚାଳନା କରିବେ । ଆପଣ ଆପଣଙ୍କ ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହ ଅଧିକ ସମୟ ଖର୍ଚ୍ଚ କରିବେ । ଆପଣଙ୍କ ବସ୍‍ଙ୍କୁ ଖୁସି କରିବାକୁ ଚେଷ୍ଟା କରୁଥିବା ସମୟରେ ଭୁଲିଯାଇଥିବା ଗପରେ ଆପଣଙ୍କ ସମୟ ଯିବ । ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଙ୍କ କାମରେ ସାହାଯ୍ୟ କରିବେ । ଆଜି ଆପଣ ବ୍ୟବସାୟ ସମ୍ପର୍କିତ କେତେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ କାମରେ ଭ୍ରମଣ କରିପାରନ୍ତି । ଆପଣଙ୍କ ବୁଦ୍ଧି ଏବଂ ନିପୁଣତା ଦେଖି ଆପଣଙ୍କ ବରିଷ୍ଠ ଅଧିକାରୀ ପ୍ରଭାବିତ ହେବେ ଏବଂ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ:ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାୟକ ଅଟେ । ଆଜି ଆପଣ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଆପଣ ବିଭିନ୍ନ ଧାରଣାଗୁଡିକୁ ଆଜି କାର୍ଯ୍ୟକାରୀ କରିବେ ଓ କୌଶଳରେ ଲଗାଇବେ ଓ ପ୍ରଶଂସା ପାଇବେ । ଆପଣ ମଧ୍ୟ ଜୀବନକୁ ଅଧିକ ଭଲ ପାଇବେ ଓ ଏହାର ମୂଲ୍ୟ ଅଧିକ ଭଲ ଭାବେ ବୁଝିବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀ ମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ବ୍ୟକ୍ତିଗତ ଜୀବନରେ ଆପଣ ଦିନତମାମ ପ୍ରଫୁଲ୍ଳ ରହିବେ । ଅର୍ଥ ଲାଭର ସମ୍ଭାବନା ଅଛି । ଶେଷ ଆପଣଙ୍କ ମାଆ ବାରମ୍ବାର ଆପଣଙ୍କୁ କହୁଥିବା ପବିତ୍ର ଧର୍ମଗ୍ରନ୍ଥ ଆଜି ଆପଣ ପଢିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ସେତେଟା ଶୁଭଦାୟକ ନୁହେଁ । ଆଜି ଆପଣ ଦ୍ଵନ୍ଦ୍ଵରେ ରହିବେ । ଯାହା ଫଳରେ ଆପଣ ଏକ ଦୃଢ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ । ଆପଣଙ୍କ ମନରୁ ଦ୍ଵନ୍ଦ୍ଵ ନ ବାହାରିବା ପର୍ଯ୍ୟନ୍ତ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ବିଶ୍ରାମହୀନ, ଶିଥିଳତା ଏବଂ ଉତ୍କଣ୍ଠିତ ହୋଇ ଦିନଟିକୁ ଅଶାନ୍ତ କରନ୍ତୁ ନାହିଁ । ଯଥା ସମ୍ଭବ ନିଜେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ବୃତ୍ତିଗତ ଜୀବନରେ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କତା ଅବଲମ୍ଵନ କରନ୍ତୁ ।

ABOUT THE AUTHOR

...view details