ଓଡିଶା

odisha

ଜୁଲାଇ ୧୨ ଶୁକ୍ରବାର ରାଶିଫଳ: ମଉଜ ମଜଲିସରେ ଦିନ କାଟିବେ ମିଥୁନ-କର୍କଟ ରାଶି ବ୍ୟକ୍ତି, ଏମାନଙ୍କର ବଢିପାରେ ଖର୍ଚ୍ଚ - DAILY ODIA HOROSCOPE OF 12 JULY

By ETV Bharat Odisha Team

Published : Jul 12, 2024, 12:01 AM IST

Today Rashifal Horoscope 12 July: ଆଜିର ଦିନ ଆପଣଙ୍କର କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (Getty)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ:ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ ନୁହେଁ । ତେଣୁ ନିଜକୁ ଶାନ୍ତ ରଖି ସମୟକୁ ଅପେକ୍ଷା କରନ୍ତୁ ସୁଫଳ ପାଇପାରନ୍ତି । ଆପଣଙ୍କ ମାନସିକ ଉତ୍ତେଜନା ବୃଦ୍ଧି ଯୋଗୁଁ ଆପଣ ଏହି ସମୟରେ ଆଘାତ ପାଇପାରନ୍ତି । ତେଣୁ ସତର୍କତା ଅବଲମ୍ୱନ କରନ୍ତୁ । ନିଜ ମାଆଙ୍କର ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ନିର୍ଣ୍ଣାୟକ ସମସ୍ୟା ଯୋଗୁଁ ବିଚଳିତ ହୋଇପାରନ୍ତି । ନିଜର ସମ୍ମାନ ହାନି ଘଟିଲା ପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ନିଜର ସମ୍ପତ୍ତି ସମ୍ବନ୍ଧୀୟ କୌଣସି ସିଦ୍ଧାନ୍ତ ଆଜି ଆପଣ ନିଅନ୍ତୁ ନାହିଁ । ଆଜି ଆପଣ ପ୍ରତି ପଦକ୍ଷେପରେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ଛଡା ଆପଣଙ୍କୁ ଖର୍ଚ୍ଚ କମାଇବାକୁ ପଡିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ପୂର୍ବର ଦୁଃଖ କଷ୍ଟକୁ ଚିନ୍ତା ନ କରି ଆଜି ନିଜକୁ କର୍ମ ଚଞ୍ଚଳ ରଖିଲେ ଦିନଟି ଖୁସିରେ କଟିପାରେ । ଆପଣଙ୍କର ସୃଜନଶୀଳ ପ୍ରତିଭା ଆପଣଙ୍କୁ ସାହିତ୍ୟ ଚର୍ଚ୍ଚା ପାଇଁ ଉତ୍ସୁକତା ପ୍ରଦାନ କରିପାରେ । ନିଜ ମାଆଙ୍କ ସଙ୍ଗେ ମଧୁର ଆଳାପ ଆଲୋଚନା ତାଙ୍କ ପ୍ରତି ସ୍ନେହାଶ୍ରଦ୍ଧା ବୃଦ୍ଧି କରିବାରେ ସାହାଯ୍ୟ କରିବ । ଭୋଜିରେ ସୁଖାଦ୍ୟ ଭୋଜନ ମନକୁ ତୃପ୍ତି ପ୍ରଦାନ କରିବ । ଗୋଟିଏ ବାହାରକୁ ଭ୍ରମଣରେ ଯାଇପାରନ୍ତି । ପରିବାର ଓ ଆର୍ଥିକ ସମସ୍ୟା ପ୍ରତି ସଜାଗ ରୁହନ୍ତୁ ଓ ଖୁସିରେ ଦିନଟିକୁ କାଟନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଦିନଟି ଆପଣଙ୍କ ପିଲାମାନଙ୍କ ସହ ଭଲ ସମୟ କାଟିବାରେ ଯିବ । ଆପଣ ଘର କାମରେ ବ୍ୟସ୍ତ ରହିବେ ଓ ସେଗୁଡିକ କରିବାରେ କଷ୍ଟ ଅନୁଭବ କରିବେ । କିନ୍ତୁ ଆପଣ ଶେଷରେ ଭଲ କରିବେ ଓ ଫଳାଫଳରେ ସନ୍ତୁଷ୍ଟ ହେବେ । ଯଦି ଆପଣ ମାତା/ପିତା, ତେବେ ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ; ଆପଣଙ୍କୁ ପିଲାମାନଙ୍କ ଉପରେ ରାଗିବାକୁ ପଡିପାରେ । ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ । ପାରିବାରିକ ଜୀବନ ଅତ୍ୟନ୍ତ ଶାନ୍ତିଦାୟକ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି ଅବଶ୍ୟ ସେଥିରେ ଆପଣଙ୍କ ଖର୍ଚ୍ଚ ଅଧିକ ହେବ । ବନ୍ଧୁମାନଙ୍କ ଗହଣରେ ଆଜିର ଦିନଟିକୁ ମଉଜ ମଜଲିସରେ କଟିବେ । ଆପଣ ଦିନ ତମାମ ଚଳଚଞ୍ଚଳ ରହି ଆମୋଦ ପ୍ରମୋଦରେ ସମୟ କଟାଇବେ । ନିଜ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ବାହାରକୁ ଭ୍ରମଣରେ ଯାଇ ନିଜକୁ ପ୍ରମୋଦିତ କରିବା ଯୋଜନା କରିପାରନ୍ତି । ନିଜର ଧର୍ମପତ୍ନୀଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଏକ ଫେରସ୍ତ ଉପହାର ଦେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ:ଆଜି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ଅଟେ । ଆବଶ୍ୟକତା ଅନୁସାରେ ଫଳ ନ ପାଇପାରନ୍ତି । ଆପଣ ପୁଣି ଥରେ ନୂଆ କରି ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଦୁର୍ବଳତା ଓ ତ୍ରୁଟି ଗୁଡିକୁ ଧ୍ୟାନ ରଖିବା ଆବଶ୍ୟକ । ଆପଣଙ୍କ ବ୍ୟବସାୟିକ ସମ୍ପର୍କ ଗୁଡିକ ଦୃଢ ରହିବା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କିଛି ଅତ୍ୟାବଶ୍ୟକ ପଦକ୍ଷେପ ନେବାକୁ ପଡିବ । ଆର୍ଥିକ ଅବସ୍ଥା ଭଲ ହେବ । ନ୍ୟାୟାଳୟ ଏବଂ ବୈଧାନିକ କାର୍ଯ୍ୟ କରିବାକୁ ଥିଲେ ତାହା ଅନ୍ୟ କେଉଁ ଦିନକୁ ଘୁଞ୍ଚାଇ ଦେଇପାରନ୍ତି। ବିଦେଶରୁ ଆସିଥିବା ଶୁଭ ଖବର ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କଟାଇବାକୁ ପ୍ରେରଣା ଯୋଗାଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆପଣ ବିଭିନ୍ନ ଭାବନା ଓ ଆଡଜଷ୍ଟ କରିବାର ଇଚ୍ଛା ଦ୍ଵାରା ଆଜି ଲୋକମାନଙ୍କୁ ମୋହିତ କରିବେ । ଯେଉଁମାନେ ପ୍ରେମରେ ପଡିଛନ୍ତି ସେମାନଙ୍କ ପାଇଁ ପରିସ୍ଥିତି ଓଲଟା ହେବ । ପରିବାର ସହିତ କିଛି ଭଲ ସମୟ ମଧ୍ୟ କାଟିପାରନ୍ତି । ଗୋଟିଏ ରମଣୀୟ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି । ସାମାଜିକ ଜୀବନରେ ନିଜର ପ୍ରତିଷ୍ଠା ଓ ପ୍ରଗତିର ବୃଦ୍ଧି ଘଟିପାରେ । ତେଣୁ ଆପଣ ଉଲ୍ଲସିତ ହେବେ। ଅର୍ଥ ଲଗାଣ ଏବଂ ଅର୍ଥଲାଭ ଯୋଗ ଅଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜି ଦିନଟି ସୌଭାଗ୍ୟବାନ ଦିନ ଅଟେ । ଗୃହର ପରିବେଶ ସୁଖପ୍ରଦ ହୋଇପାରେ । କାର୍ଯ୍ୟରେ ଆପଣଙ୍କ ଉତ୍ସାହ ବଢିପାରେ । ଆପଣଙ୍କର ବରିଷ୍ଠ କର୍ମଚାରୀମାନେ ଆପଣଙ୍କର କର୍ମରେ ସନ୍ତୋଷ ପ୍ରକାଶ କରିପାରନ୍ତି । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ସରକାରୀ ଏବଂ ବୈଧାନିକ କାମ କରିବା ପାଇଁ ଆଜି ଶୁଭଦିନ ଅଟେ । ଲୋକମାନଙ୍କ ସହ ମିଳିମିଶି ବନ୍ଧୁତ୍ୱ ସ୍ଥାପନ କରନ୍ତୁ ,ଏହା ଆପଣଙ୍କୁ ସାହାଯ୍ୟ କରିବ । ମାଆଙ୍କ ସାନିଧ୍ୟ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଯଦି ଆପଣ ନିକଟରେ ମିଳିତ ଭାବେ ଏକ ବ୍ୟବସାୟ ଆରମ୍ଭ କରିଥାଆନ୍ତି, ତେବେ ଆଜି ଏକ ଲାଭଦାୟକ ଚୁକ୍ତି କରିବା ପାଇଁ ଆପଣ ପ୍ରଥମ ପାଦ ଆଗକୁ ନେଇପାରନ୍ତି । ଅବଶ୍ୟ ଆଜି ଆପଣ ଚୁକ୍ତିରେ ସ୍ଵାକ୍ଷର କରିବା ପୂର୍ବରୁ କିଛି ସମୟ ନେବା ଆବଶ୍ୟକ । ବ୍ୟବହାରରେ ଆପଣ ସ୍ୱଳ୍ପ ସମୟ ପାଇଁ କିଛି ତୃଟି ଲକ୍ଷ୍ୟ କରିପାରନ୍ତି । ଏହା ଆପଣଙ୍କୁ ଉତ୍ତେଜିତ କରିପାରେ । ତେଣୁ ଆପଣଙ୍କ ସହକର୍ମୀ କିମ୍ୱା ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ନିଜର ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ଦିଅନ୍ତୁ ଏବଂ ସେମାନଙ୍କର ଅସୁବିଧା କଥା ବୁଝନ୍ତୁ । ନିଜର ଆର୍ଥିକ ସମାସ୍ୟାକୁ ଆଖି ଆଗରେ ରଖି ଖର୍ଚ୍ଚକୁ ସୀମିତ କରନ୍ତୁ । କୌଣସି ଜରୁରୀ ସିଦ୍ଧାନ୍ତ ନେବା ପାଇଁ ଆଜି ଶୁଭ ଦିନ ନୁହେଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଆପଣଙ୍କର ନିୟମବଦ୍ଧ ସମ୍ବେଦନତା ଆପଣଙ୍କୁ ନିକଟବର୍ତ୍ତୀ ହେବାର ପ୍ରେରଣା ଯୋଗାଇବ । ହଠାତ୍‍ ଆପଣ ଆଧ୍ୟାତ୍ମିକ ବିଶ୍ୱାସର ପ୍ରବଳ ଉଦ୍ୟମ ଜାରି ରଖିବେ । ତେଣୁ ଆପଣ ଏକ ତୀର୍ଥସ୍ଥାନ ଭ୍ରମଣ କରିବାର ଯୋଜନା କରିପାରନ୍ତି । ଏହାର ସୁଫଳ ଆପଣଙ୍କୁ ମିଳିପାରେ । ନିଜ ପ୍ରିୟଜନଙ୍କ ସହ ହସଖୁସିରେ ସମୟ କାଟିବେ । ନିଜର ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତା ବଳରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଅତି ସହଜରେ ସମ୍ପୂର୍ଣ୍ଣ କରିପାରିବେ । ନିଜର ଉପରିସ୍ଥ ହାକିମଙ୍କ ପ୍ରେରଣା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ । ଏହା ଫଳରେ ଆପଣଙ୍କ ବ୍ୟକ୍ତିତ୍ୱରେ ଆପଣ ଉଲ୍ଲସିତ ହେବେ । ସନ୍ଧ୍ୟାରେ ଆପଣଙ୍କ ଗ୍ରହମାନଙ୍କର ଅଶୁଭ ଦୃଷ୍ଟି ଯୋଗୁଁ ଆପଣ କ୍ରୋଧାନ୍ୱିତ ହୋଇପାରନ୍ତି । ତେଣୁ ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟି ଶୁଭଫଳ ଦେବ ବୋଲି ଅନୁମାନ କରାଯାଉଅଛି । ସଫଳତା, ଭୌତିକ ଲାଭ ଏବଂ ଆର୍ଥିକ ସ୍ଥିତି ଓ ବ୍ୟବସାୟରେ ଉନ୍ନତି ହେବ। ନିଜର କାର୍ଯ୍ୟଦକ୍ଷତାର ପରିଣାମସ୍ୱରୂପ ଲାଭ ମିଳିବ । ଯେଉଁ ଉତ୍ସକୁ ଆପଣ ଉତ୍ପାଦନକ୍ଷମ ନୁହେଁ ବୋଲି ଘୋଷଣା କରିସାରିଛନ୍ତି, ସେଠାରୁ ମଧ୍ୟ ଲାଭ ମିଳିପାରେ । କୌଣସି କାର୍ଯ୍ୟ ପାଇଁ ଚୁକ୍ତି ପତ୍ର ସ୍ୱାକ୍ଷରିତ ହେଲେ କିମ୍ବା କମିଶନ ଭାବରେ ବିପୁଳ ପରିମାଣର ଅର୍ଥ ଲାଭ ହେଲେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଜଣେ ଭିନ୍ନ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ଏବଂ ଏହି ସମ୍ପର୍କ ଦୀର୍ଘସ୍ଥାୟୀ ହେବାର ସମ୍ଭାବନା ରହିଛି । ଭଲ ପୋଷାକ ପିନ୍ଧନ୍ତୁ ଏବଂ ଆନନ୍ଦରେ ମଜ୍ଜି ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣ ଆଜି ନିଜ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେ ସଙ୍ଗେ ନିଜର ପ୍ରତିଷ୍ଠା ଲାଭ କରିବେ । ଆପଣ ଅତ୍ୟନ୍ତ ଅଭିମାନୀ ହେଲେ ମଧ୍ୟ ଆପଣଙ୍କ ମାନସିକ ସ୍ଥିତି ସ୍ଥିର ରହିବ । ଆପଣ ନିଜର କାର୍ଯ୍ୟର ଚରମ ସଫଳତା ଲାଭ କରିବା ପାଇଁ ସହକର୍ମୀ ବନ୍ଧୁଙ୍କ ସାହାର୍ଯ୍ୟ ଲୋଡିପାରନ୍ତି । ଏଥିପାଇଁ ଆପଣଙ୍କ ମନ ଉତଫୁଲିତ ହୋଇପାରେ। ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପ୍ରଶଂସିତ ହେବେ । ବନ୍ଧୁ ଓ ପରିବାର ସହିତ ମୌଜ ମଜଲିସ କରିବେ । ଏହା ଆପଣଙ୍କ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିପାରେ । କୌଣସି କାରଣରୁ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ଆପଣଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ଅଟେ । ନୂଆ କାମ ଆରମ୍ଭ ପାଇଁ ସୁଯୋଗ ପାଇବେ । ଆପଣଙ୍କ ବୃତ୍ତିଗତ କାର୍ଯ୍ୟ ପାଇଁ ଏହା ଭଲ ଦିନ ଏବଂ ଆପଣଙ୍କୁ ନୂଆ କ୍ୟାରିଅର୍ ଆରମ୍ଭ କରିବାର ସୁଯୋଗ ମିଳିପାରେ । ଆପଣଙ୍କର ସମ୍ବେଦନଶୀଳ ଏବଂ ଉତ୍ସର୍ଗୀକୃତ ସ୍ୱଭାବ ଯୋଗୁଁ ଆଜି ସନ୍ଧ୍ୟାରେ ପ୍ରିୟଜନଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ସ୍ମରଣୀୟ ହେବ । ଯଦି ଆପଣ ଏକ ସ୍ଥିର ସମ୍ପର୍କରେ ନାହାଁନ୍ତି, ଆପଣଙ୍କୁ ଅନେକ ସୁଯୋଗ ମିଳିବ । ଦେଖିଚାହିଁ ଖର୍ଚ୍ଚ କରିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ସୃଜନଶୀଳ କାର୍ଯ୍ୟ କରିବାର ଉପଯୁକ୍ତ ସମୟ ଅଟେ ।

ABOUT THE AUTHOR

...view details