ଓଡିଶା

odisha

ETV Bharat / bharat

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ଦୀପାବଳି ଭେଟି, ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ବଢ଼ାଇଲେ ମହଙ୍ଗା ଭତ୍ତା । ଉପକୃତ ହେବେ ଉଭୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀ ।

By ETV Bharat Odisha Team

Published : 5 hours ago

DA hike union cabinet approved 3 percent increase in Dearness Allowance
DA hike union cabinet approved 3 percent increase in Dearness Allowance (ETV Bharat Odisha)

ନୂଆଦିଲ୍ଲୀ:ଅପେକ୍ଷାର ଅନ୍ତ । ଦଶହରାରେ ନ ହେଲା ନାହିଁ, ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର । ବଢ଼ାଇଲେ ମହଙ୍ଗା ଭତ୍ତା (Dearness Allowance- DA) । ଦୀପାଲଇ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଖୁସ୍ କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟ, ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ପ୍ରଦାନ କରିଛି । ଆସନ୍ତୁ ଜାଣିବା କେତେ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା ଏବଂ କେତେ କର୍ମଚାରୀ ହେବେ ଉପକୃତ ?

ମୋଦି ବଢ଼ାଇଲେ ମହଙ୍ଗା ଭତ୍ତା :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାର, ସମସ୍ତ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ମହଙ୍ଗା ଭତ୍ତା ବୃଦ୍ଧି ସଂପର୍କିତ ପ୍ରସ୍ତାବରେ ମୋହର ଲାଗିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ସେହିପରି ଅବସରପ୍ରାପ୍ତ ପେନସନ ଧାରୀ ସମାନ ୩ ପ୍ରତିଶତ ଡିୟରନେସ ରିଲିଫ୍( Dearness Relief-DR) ପାଇବେ । ଏହା ପିଛିଲା ଭାବେ ୨୦୨୪ ଜୁଲାଇ ପହିଲାରୁ ଲାଗୁହେବ ।

କେନ୍ଦ୍ର ବହନ କରିବ ୯୪୪୮ କୋଟି

କେନ୍ଦ୍ର ସରକାର, ଆଜି ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି । ଏଥିରେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ମିଶାଇ ମୋଟ ୧ କୋଟି ୧୫ ଲକ୍ଷ ଉପକୃତ ହେବେ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ୯୪୪୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଚଳିତବର୍ଷ ଏହା ହେଉଛି ଦ୍ବିତୀୟ ମହଙ୍ଗା ଭତ୍ତା ବୃଦ୍ଧି । ପୂର୍ବରୁ ୨୦୨୪ ପ୍ରଥମାର୍ଦ୍ଧରେ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ କେନ୍ଦ୍ର ସରକାର ।

  • ବଢ଼ିଲା ମହଙ୍ଗା ଭତ୍ତା
  • କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି
  • ୩ % ମହଙ୍ଗା ଭତ୍ତା ବଢ଼ାଇଲେ କେନ୍ଦ୍ର ସରକାର
  • ସରକାରୀ କର୍ମଚାରୀଙ୍କୁ ୩ % ମହଙ୍ଗା ଭତ୍ତା (DA)
  • ପେନସନଧାରୀଙ୍କୁ ୩ % ମହଙ୍ଗା ରିଲିଫ (DR)
  • ମହଙ୍ଗା ଭତ୍ତା ବାବଦରେ ଖର୍ଚ୍ଚ ହେବ ୯୪୪୮ କୋଟି
  • କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ୯୪୪୮ କୋଟି ଖର୍ଚ୍ଚ
  • ୧ କୋଟି ୧୫ ଲକ୍ଷ କର୍ମଚାରୀ ହେବେ ଉପକୃତ

ମହଙ୍ଗା ଭତ୍ତା ସଂପର୍କିତ ଏହି ଖବର ମଧ୍ୟ ପଢ଼ନ୍ତୁ-

ଛତିଶଗଡ଼ରେ ବଢ଼ିଲା, ଓଡ଼ିଶାରେ କେବେ ବଢ଼ିବ ମହଙ୍ଗା ଭତ୍ତା ? ଅପେକ୍ଷାରେ ସାଢ଼େ ୪ ଲକ୍ଷ କର୍ମଚାରୀ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ! ବଢ଼ିପାରେ ମହଙ୍ଗା ଭତ୍ତା, ଓଡ଼ିଶାରେ କେବେ ? - Dearness Allowance Hike

କର୍ମଚାରୀଙ୍କୁ ପୂଜା ଭେଟି, ମିଳିବ ୭୮ ଦିନର ବୋନସ - Railway Bonus

ABOUT THE AUTHOR

...view details