ଓଡିଶା

odisha

ETV Bharat / bharat

ସୁଦୃଶ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଝିପିଝିପି ବର୍ଷା, କେରଳରେ ରେଡ ଆଲର୍ଟ - IMD ON ODISHA WEATHER

ସୁଦୃଶ ଲଘୁଚାପ ରୂପ ନେଇଛି ବାତ୍ୟା ଫେଙ୍ଗାଲ(ଫେଞ୍ଜାଲ) । ପ୍ରଭାବରେ କେରଳରେ ପ୍ରବଳ ବର୍ଷୁଛି । ଓଡ଼ିଶାର ୧୦ ଜିଲ୍ଲାରେ ଝିପିଝିପି ବର୍ଷା ।

Red Alert In Kerala
Red Alert In Kerala ((PTI))

By ETV Bharat Odisha Team

Published : Dec 2, 2024, 10:46 AM IST

Updated : Dec 2, 2024, 10:57 AM IST

Cyclone Fengal Heavy Rains In Kerala And IMD On Odisha Weather, ହାଇଦ୍ରାବାଦ:ବାତ୍ୟା 'ଫେଙ୍ଗାଲ' (ଫେଞ୍ଜାଲ) ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି । ତେବେ ଏହାର ପ୍ରଭାବରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫେଙ୍ଗାଲ ପ୍ରଭାବରେ କେରଳ ଏବଂ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି ।

ଦୁର୍ବଳ ହେଉଛି ବାତ୍ୟା:

ବାତ୍ୟା 'ଫେଙ୍ଗାଲ' ବର୍ତ୍ତମାନ ତାଲିମନାଡୁ ଓ ପଣ୍ଡିଚେରୀର ପଶ୍ଚିମ ଆଡକୁ ଗତି କରି ଦୁର୍ବଳ ହେବା ପରେ ଗଭୀର ଅବପାତରେ ପରିଣତ ହୋଇଥିଲା । ପରେ ଏହା ଆଜି ସକାଳ ୫ଟା ୩୦ ମନିଟରେ ୱେଲମାର୍କଡ ଲୋ ପ୍ରେସର ବା ସୁଦୃଶ ଲଘୁଚାପରେ (Well Marked Low Pressure) ପରିଣତ ହୋଇଛି । ୱେଲ ମାର୍କଡ ଲଘୁଚାପରେ ପରିଣତ ହେବା ପରେ କ୍ରମଶଃ ତାମିଲନାଡୁର ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳକୁ ମୁହାଁଉଛି । ଭାରତୀୟ ପାଣି୍ପାଗ ବିଭାଗ-IMDର ସୂଚନା ଅନୁସାରେ, ଏହା ଆସନ୍ତାକାଲି ଦକ୍ଷିଣ-ପୂର୍ବ ଦିଗକୁ ଅଗ୍ରସର ହୋଇ ଲଘୁଚାପରେ ପରିଣତ ହେବ । ପରେ ଉତ୍ତର କେରଳ- କର୍ଣ୍ଣାଟକ ଉପକୂଳର ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପ ରୂପ ନେବ ।

କେରଳକୁ ରେଡ ଆଲର୍ଟ:

କେରଳରେ ଗତକାଲିଠାରୁ(ରବିବାର) ବର୍ଷା ଜାରି ରହିଛି । ଯାହା ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଆଜି କେରଳରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ରେଡ ଆଲର୍ଟ ଜାରି କରିଛି । ବର୍ଷାକୁ ଦୃଷ୍ଟିରେ ରଖି କୋଟାୟାମ, ଓ୍ବାଇନାଡା ଏବଂ ପଠାନମିଟାରେ ଅଙ୍ଗନୱାଡି ସମେତ ସମସ୍ତ ସ୍କୁଲ-କଲେଜ ଏବଂ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସେହିପରି ତଳିଆ ଅଞ୍ଚଳ ଓ ଭୂସ୍ଖଳନ ହେବା ନେଇ ଭୟ ରହୁଥିବା ସ୍ଥାନ ଗୁଡିକରେ ରହୁଥିବା ଲୋକଙ୍କୁ ସସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (KSDMA) । କୌଣସି କାମ ନଥିଲେ ଘରୁ ନବାହାରିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।

Cyclone Fengal Heavy Rains In Kerala And IMD On Odisha Weather (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ଲ୍ୟାଣ୍ଡଫଲ କଲା ବାତ୍ୟା 'ଫେଙ୍ଗାଲ', ଓଡ଼ିଶାରେ ଡିସେମ୍ବର ୩ ଯାଏଁ ବର୍ଷା

ଏହା ମଧ୍ୟ ପଢନ୍ତୁ-ଦୁର୍ବଳ ହେଉଛି ବାତ୍ୟା ଫେଙ୍ଗାଲ, ଆଗାମୀ ୨୪ ଘଣ୍ଟାରେ ୧୭ ଜିଲ୍ଲାରେ ବର୍ଷା

Cyclone Fengal Heavy Rains In Kerala And IMD On Odisha Weather (ETV Bharat Odisha)

ଓଡ଼ିଶାରେ ବର୍ଷା :

ବାତ୍ୟା 'ଫେଙ୍ଗାଲ' ପ୍ରଭାବରେ ଗତକାଲିଠାରୁ (ରବିବାର, ଡିସେମ୍ବର ୧) ରାଜ୍ୟରେ ଝିପି ଝିପି ବର୍ଷା ଲାଗି ରହିଛି । ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ବର ପାଣିପାଗ ବିଭାଗ ବିଶେଷଜ୍ଞ ସଞ୍ଜୀବ ଦ୍ବିବେଦୀଙ୍କ ସୂଚନା ଅନୁସାରେ, ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରେୁ ଓଡ଼ିଶା ମଧ୍ୟକୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି ।

Cyclone Fengal Heavy Rains In Kerala And IMD On Odisha Weather (ETV Bharat Odisha)

ଆସନ୍ତାକାଲି ଏସବୁ ଜିଲ୍ଲାରେ ବର୍ଷା :

ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତାକାଲି ଡିସେମ୍ବର ୩ ତାରିଖରେ ଗଞ୍ଜାମ, ଗଜପତି , କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାରେ ହାଲୁକ ବ ର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ-

'ଫେଙ୍ଗାଲ' ତାଣ୍ଡବ: ତାମିଲନାଡୁରେ 3 ମୃତ, ପୁଡୁଚେରୀରେ ବନ୍ୟା ପରିସ୍ଥିତି

ବାତ୍ୟା 'ଫେଙ୍ଗାଲ': ମେଘୁଆ ପାଗ ଦେଖି ଚାଷୀଙ୍କ ଛାତିରେ ଛନକା

୪ ତାରିଖରେ ଏହି ସ୍ଥାନରେ ବର୍ଷା:

ଅନ୍ୟପକ୍ଷରେ ଆସନ୍ତା ବୁଧବାର ଡିସେମ୍ବର ୪ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।

Last Updated : Dec 2, 2024, 10:57 AM IST

ABOUT THE AUTHOR

...view details