ହାଇଦ୍ରାବାଦ:ବିଆର୍ଏସ୍ (ଭାରତ ରାଷ୍ଟ୍ରୀୟ ସମିତି)ର କାର୍ଯ୍ୟକାରୀ ସଭାପତି କେଟି ରାମାରାଓଙ୍କ ନାଁରେ ଅପରାଧିକ ମାମଲା । ବଞ୍ଜାରା ହିଲ୍ସ ପୋଲିସ ଷ୍ଟେସନରେ ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି । କଂଗ୍ରେସ ନେତା ବଥିନା ଶ୍ରୀନିବାସା ରାଓ ହନାମକୋଣ୍ଡା ପୋଲିସ ଷ୍ଟେସନରେ କେଟିଆର ବିରୋଧରେ ମାମଲା ଦାୟର କରିଥିଲେ । ତେବେ ଏହି ମାମଲାକୁ ବଞ୍ଜାରା ହିଲ୍ସ ଥାନାକୁ ସ୍ଥାନାନ୍ତର କରାଯାଇଛି । ରେବନ୍ତ ରେଡୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।
ଏନେଇ ବଞ୍ଜାରା ହିଲ୍ସ ପୋଲସ ଅଧିକାରୀ କହିଛନ୍ତି, "ବିଆର୍ଏସ୍ (ଭାରତ ରାଷ୍ଟ୍ରୀୟ ସମିତି)ର କାର୍ଯ୍ୟକାରୀ ସଭାପତି କେଟି ରାମାରାଓଙ୍କ ନାଁରେ ଅଭିଯୋଗ ପରେ ୱାରଙ୍ଗାଲର ହନାମକୋଣ୍ଡା ପୋଲିସ ପ୍ରଥମେ ମାମଲା ରୁଜୁ କରିଥିଲା। ଏହା ପରେ ମାମଲା ବଞ୍ଜାରା ହିଲ୍ସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି । ବଞ୍ଜାରା ହିଲ୍ସ ପୋଲିସ ଆଇପିସି ଧାରା 504 ଏବଂ 505 (2) ଅନୁଯାୟୀ KTR ବିରୋଧରେ ମାମଲା ରୁଜୁ କରିଛି । " ତେବେ ତଦନ୍ତ ପୂର୍ବରୁ ଆମେ ପ୍ରଥମେ ଆଇନଗତ ମତାମତ ଗ୍ରହଣ କରିବୁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ: ତେଲେଙ୍ଗାନା ଜନାଦେଶ: ହାର ମାନିଲେ ବିଆର୍ଏସ୍ ନେତା KTR, କଂଗ୍ରେସକୁ ଜଣାଇଲେ ଶୁଭେଚ୍ଛା