ଓଡିଶା

odisha

CPIM ମହାସଚିବ ସୀତାରାମ ୟେଚୁରୀଙ୍କ ପରଲୋକ, ଶ୍ରେଷ୍ଠ ସାଂସଦ ଭାବେ ହୋଇଥିଲେ ପୁରସ୍କୃତ - Sitaram Yechury Passes Away

By ETV Bharat Odisha Team

Published : Sep 12, 2024, 4:25 PM IST

Updated : Sep 12, 2024, 4:54 PM IST

CPIM Leader Sitaram Yechury Passes Away: ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPIM) ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ ହୋଇଥିଲେ ସୀତାରାମ ୟେଚୁରୀ । ଅଧିକ ପଢନ୍ତୁ

Sitaram Yechury
Sitaram Yechury (ETV Bharat Odisha)

ନୂଆଦିଲ୍ଲୀ: ଆଉ ନାହାନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPIM) ନେତା ସୀତାରାମ ୟେଚୁରୀ । ଚିକିତ୍ସାଧୀନ ଅବସ୍ଥାରେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ସେ ଆଖି ବୁଜିଛନ୍ତି । ପାଖାପାଖି ୧ ମାସ ହେବ ସେ ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ । ଗତ ୧୯ ଅଗଷ୍ଟରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦିନ ହେବ ସେ ଫୁସଫୁସ ଜନିତ ରୋଗରେ ପୀଡିତ ଥିଲେ । ୨୦୦୫ରୁ ୨୦୧୭ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଥିଲେ ସୀତାରାମ । ୨୦୧୬ ମସିହାରେ ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ ହୋଇଥିଲେ ସୀତାରାମ ୟେଚୁରୀ ।

Sitaram Yechury (ETV Bharat Odisha)

ସୀତାରାମଙ୍କ ରାଜନୈତିକ କ୍ୟାରିୟର:

୧୯୭୪ରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆରେ ସାମିଲ ହୋଇ ଛାତ୍ର ରାଜନୀତିରେ ଏଣ୍ଟ୍ରି କରିଥିଲେ । ୧୯୭୭ରେ ଏମରଜେନ୍ସି ଘୋଷଣା ସମୟରେ ଗିରଫ ହେବା ପରେ ସେ JNUରୁ ପିଏଚଡି ପାଠ୍ୟକ୍ରମ ଶେଷ କରିବାରେ ସଫଳ ହୋଇପାରିନଥିଲେ । JNUକୁ ବାମପନ୍ଥୀଙ୍କ ଗଡ଼ ଭାବେ ଉଭା କରିବାରେ ସୀତାରାମ ୟେଚୁରୀଙ୍କ ଅବଦାନ ଅନେକ ଥିଲା । ୨୦୦୫ରୁ ୨୦୧୭ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଥିଲେ ସୀତାରାମ । ୨୦୧୬ ମସିହାରେ ଶ୍ରେଷ୍ଠ ସାଂସଦ ଭାବେ ପୁରଷ୍କୃତ ହୋଇଥିଲେ ସୀତାରାମ ୟେଚୁରୀ ।

Sitaram Yechury (x)

ପ୍ରତି କ୍ଷେତ୍ରରେ ବେଶ ସକ୍ରିୟ ସୀତାରାମ:

ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ସୀତାରାମ ଦେଶର ଜଣେ ବଡ଼ ବାମପନ୍ଥୀ ନେତା ଭାବେ ଉଭା ହୋଇଥିଲେ । ଶ୍ରେଷ୍ଠ ସାଂସଦ ଭାବେ ସେ ପୁରସ୍କୃତ ହୋଇଥିଲେ । ଯଦିଓ ବିଧାନସଭାରେ ପ୍ରତିନିଧିତ୍ବ କରିବାରେ ସେତେଟା ସଫଳ ରହିନାହାନ୍ତି, ତଥାପି ଦେଶର ଏଜେଣ୍ଡା ପ୍ରସ୍ତୁତ କରିବାରେ ସେ ସବୁବେଳେ CPIM ତରଫରୁ ମୁଖ୍ୟ ଭୂମିକା ନିର୍ବାହ କରିଆସିଥିଲେ । ଏପରିକି ରୋଗ ଶଯ୍ୟାରେ ଥିବା ସମୟରେ ମଧ୍ୟ ସେ ସବୁ ବିଷୟରେ ବେଶ ସକ୍ରିୟ ଥିଲେ । ଯାହାକି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ (X)ରୁ ସ୍ପଷ୍ଟ ଅନୁମେୟ ।

ସୀତାରାମ ୟେଚୁରୀଙ୍କ ଶିକ୍ଷାଗତ ଯୋଗ୍ୟତା:

ପାଦେ ପାଦେ ସରକାରଙ୍କୁ ଜଗୁଥିଲେ । ରାଜନୈତିକ ମୁଦ୍ଦା ଉଠାଇ ସରକାରଙ୍କୁ ଘେରିବା ସହ ଜନତାଙ୍କ ପାଇଁ ଲଢେଇ କରିବାରେ ସେ ଥିଲେ ବେଶ ପାରଙ୍ଗମ । ପଶ୍ଚିମବଙ୍ଗରୁ ସାସଂଦ ହୋଇଥିବା ଏହି ନେତା ଦେଶରେ ବେଶ ପରିଚିତ । ୧୯୮୪ ମସିହାରେ ମାତ୍ର ୩୨ ବର୍ଷ ବୟସରେ CPI (M) ସେଣ୍ଟ୍ରାଲ କମିଟିର ସେ ନେଇଥିଲେ ଗୁରୁ ଦାୟିତ୍ବ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବେଶ ଭଲ । ଜଣେ ମେଧାବୀ ଛାତ୍ର ଥିଲେ ସୀତାରାମ ୟେଚୁରୀ । ପାଠରୁ ଆରମ୍ଭ କରି ଶାଠ ସବୁଥିରେ ସେ ଥିଲେ ପାରଙ୍ଗମ । CBSE ବୋର୍ଡ ପରୀକ୍ଷାରେ ଟପ୍ପର ସହ ବିଶ୍ବବିଦ୍ୟାଳୟ ସ୍ତରୀୟ ଟେନିସ ଖେଳାଳି ମଧ୍ୟ ଥିଲେ ସୀତାରାମ ୟେଚୁରୀ । ଅର୍ଥନୀତିରେ MA କରିଥିବାବେଳେ ଇନ୍ଦିରାଗାନ୍ଧୀ ସରକାରଙ୍କ ଏମରଜେନ୍ସି ସମୟରେ ତାଙ୍କୁ ଅଧାରୁ PhD ଛାଡିବାକୁ ପଡ଼ିଥିଲା ।

ଏହା ବି ପଢନ୍ତୁ...CPIM ମହାସଚିବ ସୀତାରାମ ୟେଚୁରୀ ଗୁରୁତର, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା - Sitaram Yechury In AIIMS Ventilator

ଏହା ବି ପଢନ୍ତୁ...ଜୀବନ ହାରିବା ପୂର୍ବରୁ ମଲାଇକାଙ୍କୁ ବାପାଙ୍କ ଶେଷ କଲ୍, କହିଥିଲେ ଏମିତି କଥା - Malaika Arora Father Death

ଏହା ବି ପଢନ୍ତୁ...ଜେଲରୁ ବାହାରିଲେ କମ୍ୟୁନିଷ୍ଟ ନେତା ଏନ.ନାରାୟଣ ରେଡ୍ଡୀ - N Narayan Reddy Bail

ଏହା ବି ପଢନ୍ତୁ...ଡେଙ୍ଗୁରେ ଆକ୍ରାନ୍ତ ପରେ ପୁଣି ଅସୁସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ; ଦିଲ୍ଲୀ AIIMSରେ ଭର୍ତ୍ତି, ସ୍ବାସ୍ଥ୍ୟବସ୍ଥା ସ୍ଥିର - Jual Oram admitted to Delhi AIIMS

Last Updated : Sep 12, 2024, 4:54 PM IST

ABOUT THE AUTHOR

...view details