ଓଡିଶା

odisha

ETV Bharat / bharat

ସଂସଦୀୟ ବ୍ୟବସ୍ଥାରେ 'ଏକ ଦେଶ, ଏକ ନିର୍ବାଚନ'ର ସ୍ଥାନ ନାହିଁ: ମଲ୍ଲିକାର୍ଜୁନ ଖଡ଼ଗେ - ଏକ ଦେଶ ଏକ ନିର୍ବାଚନ

One Nation One Poll: ଏକ ଦେଶ ଏକ ନିର୍ବାଚନ ବ୍ୟବସ୍ଥାକୁ କଂଗ୍ରେସର ବିରୋଧ । ସଂସଦୀୟ ବ୍ୟବସ୍ଥାରେ ଏହାର କୌଣସି ସ୍ଥାନ ନଥିବା କହିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଅଧିକ ପଢନ୍ତୁ

ମଲ୍ଲିକାର୍ଜୁନ ଖଡଗେ
ମଲ୍ଲିକାର୍ଜୁନ ଖଡଗେ

By ETV Bharat Odisha Team

Published : Jan 20, 2024, 12:22 PM IST

ନୂଆଦିଲ୍ଲୀ: ଦେଶରେ 'ଏକ ଦେଶ ଏକ ନିର୍ବାଚନ' କରିବା ନେଇ କେନ୍ଦ୍ର ସରକାର ପ୍ରସ୍ତାବ ଉପରେ ଶୁକ୍ରବାର ଦିନ କଂଗ୍ରେସ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଛି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିିକୁ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ସଂସଦୀୟ ବ୍ୟବସ୍ଥାରେ ଏକ ସମୟରେ ନିର୍ବାଚନ ହେବା ନେଇ କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ତେବେ 'ଏକ ଦେଶ ଏକ ନିର୍ବାଚନ'କୁ ନେଇ ଗଠିତ ଉଚ୍ଚ ସ୍ତରୀୟ କମିଟିକୁ ଚିଠି ଲେଖି ଏନେଇ ଜଣାଇଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ।

ଉଚ୍ଚ ସ୍ତରୀୟ କମିଟି ସଚିବ ନିତେନ ଚନ୍ଦ୍ରଙ୍କୁ ଏନେଇ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ ନିଜ ଚିଠିରେ ଲେଖିଛନ୍ତି ଯେ, କଂଗ୍ରେସ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଦୃଢ଼ ବିରୋଧ କରୁଛି । ଏକ ସମୟରେ ଦେଶରେ ନିର୍ବାଚନ ହେବା ସଂଘୀୟ ବ୍ୟବସ୍ଥାର ବିରୋଧ ଅଟେ । ସମ୍ବିଧାନ ଓ ସମ୍ବିଧାନର ମୌଳିକ ବ୍ୟବସ୍ଥାର ଏହା ବ୍ୟତିକ୍ରମ । । ଭାରତରେ ସଂଘୀୟ ବ୍ୟବସ୍ଥାରେ ଏହାର କୌଣସି ସ୍ଥାନ ନାହିିଁ ।

ଏହାମଧ୍ୟ ପଢନ୍ତୁ.. ରାହୁଲଙ୍କ ସଦସ୍ୟତା ପ୍ରତ୍ୟାବର୍ତ୍ତନ ବିରୋଧରେ ଆବେଦନ; ଲକ୍ଷେ ଟଙ୍କା ଫାଇନ ଲଗାଇଲେ ସୁପ୍ରିମକୋର୍ଟ

ଦେଶବାସୀ ଓ କଂଗ୍ରେସ ଦଳ ପକ୍ଷରୁ ମୁଁ ଏନେଇ ମତ ରଖୁଛି । ମୁଁ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କୁ ଏନେଇ ବିନମ୍ର ଅନୁରୋଧ କରୁଛି ଯେ, ଦେଶର ସମ୍ବିଧାନ ଓ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ନଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ତାଙ୍କ ବ୍ୟକ୍ତିତ୍ୱ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ପଦର ଦୁରୁପଯୋଗ ନକରିବାକୁ କେନ୍ଦ୍ରକୁ ଅନୁମତି ନ ଦିଅନ୍ତୁ ।ଦେଶରେ ଗୋଟିଏ ସମୟରେ ନିର୍ବାଚନ କରିବାକୁ ହେଲେ ପାଇଁ ଏକାଧିକ ବିଧାନସଭା ଆସନରେ ପୁଣି ନିର୍ବାଚନ କରିବାକୁ ପଡ଼ିବ । ଅନେକ ଆସନରେ ଏବେସୁଦ୍ଧା କାର୍ଯ୍ୟକାଳ ପୂରା ହୋଇନଥିବ । ଏହି ସମୟରେ ନିର୍ବାଚନ କରିବା ଦ୍ବାରା ପ୍ରତିନିଧି ଚୟନକର୍ତ୍ତାଙ୍କ ପାଇଁ ବିଶ୍ୱାସଘାତକତା ସଦୃଶ୍ୟ ହେବ ।

ସେ ଆଉ ମଧ୍ୟ କହିଛନ୍ତି ଯେ, ଦେଶର ସଂସଦୀୟ ବ୍ୟବସ୍ଥାରେ ଏକ ସମୟରେ ନିର୍ବାଚନ ହେବା ନେଇ କୌଣସି ସ୍ଥାନ ନାହିିଁ । ସରକାରଙ୍କ ଏଭଳି ନିଷ୍ପତ୍ତି ସଂଘୀୟ ବ୍ୟବସ୍ଥାର ଚିନ୍ତାଧାରାକୁ ବିରୋଧ କରିବ । ଗୋଟିଏ ସମୟରେ ନିର୍ବାଚନ କରିବା ନେଇ ବ୍ୟବସ୍ଥା ଲାଗୁ କରିବାକୁ ହେଲେ ସମ୍ବିଧାନରେ ମୂଳ ବିଷୟବସ୍ତୁରେ ପର୍ଯ୍ୟାପ୍ତ ପରିବର୍ତ୍ତନ ଆଣିବାକୁ ପଡ଼ିବ ।

ଦେଶରେ ଗୋଟିଏ ସମୟରେ ସବୁଠି ନିର୍ବାଚନ କରିବା ନିଷ୍ପତି ଉପରେ ତଦନ୍ତ କରିବା ନେଇ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । କମିଟିର କାମ ଲୋକସଭା, ବିଧାନସଭା ତଥା ପଞ୍ଚାୟତ ନିର୍ବାଚନ ଗୋଟିଏ ସମୟରେ କରିବା ନେଇ ଥିବା ସମ୍ଭାବନା ଉପରେ ବିଚାର କରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details