ଓଡିଶା

odisha

ETV Bharat / bharat

ପରଲୋକରେ କଂଗ୍ରେସ ସାଂସଦ ବସନ୍ତ ଚୌହାନ - MP Vasant Chavan dies - MP VASANT CHAVAN DIES

Congress MP Vasant Chavan Passes Away:ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ କଂଗ୍ରେସ ସାଂସଦ ବସନ୍ତ ଚୌହାନ । ବୃକକ ସଂକ୍ରମଣରେ ସଂକ୍ରମିତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଥିଲେ ଚିକିତ୍ସାଧୀନ । ଅଧିକ ପଢନ୍ତୁ

କଂଗ୍ରେସ ସାଂସଦ ବସନ୍ତ ଚୌହାନଙ୍କ ପରଲୋକ
କଂଗ୍ରେସ ସାଂସଦ ବସନ୍ତ ଚୌହାନଙ୍କ ପରଲୋକ (ETV Bharat Odisha)

By ETV Bharat Odisha Team

Published : Aug 26, 2024, 10:29 AM IST

ହାଇଦ୍ରାବାଦ:ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ନନ୍ଦେଡରୁ ଲୋକସଭା ସାଂସଦ ବସନ୍ତ ଚୌହାନଙ୍କର ପରଲୋକ ଘଟିଛି । ଆଜି ଭୋର ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । 69 ବର୍ଷୀୟ ବସନ୍ତ ଗତ କିଛି ମାସ ହେବ ବୃକକ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ଆଜି ପୈତୃକଗ୍ରାମ ନନ୍ଦେଡର ନାଇଁଗାଓଁରେ ତାଙ୍କ ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି ।

  • ଆଜି ଭୋର ସମୟରେ ପରଲୋକ

ଜାତୀୟ ଖବର ସରବରାହ ସଂସ୍ଥା ‘PTI’ ପକ୍ଷରୁ ପ୍ରସାରିତ ସୂଚନା ଅନୁସାରେ, ଗତ ସପ୍ତାହେ ଧରି ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଆଜି ଭୋର ପ୍ରାୟ 4ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ପରେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ନାନା ପାଟୋଲେ ଓ ଅନ୍ୟ ବରିଷ୍ଠ ଦଳୀୟ ନେତାମାନେ ଶୋକ ପ୍ରକାଶ କରିଛନ୍ତି ।

  • 90 ଦଶକରେ ପଞ୍ଚାୟତ ସ୍ତରରୁ ଆରମ୍ଭ କରିଥିଲେ ରାଜନୀତି:-

ନନ୍ଦେଡ ଜିଲ୍ଲାର ନାଇଗାଁଓରେ ଜନ୍ମିତ ବସନ୍ତ 90 ଦଶକରେ ରାଜନୀତିରେ ପ୍ରବେଶ କରିଥିଲେ । 1990 ରେ ସେ ପ୍ରଥମ ଥର ଗ୍ରାମ ପଞ୍ଚାୟତ ନିର୍ବାଚନ ଲଢିଥିଲେ । 2002 ରେ ଜିଲ୍ଲା ପରିଷଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ରାଜ୍ୟ ରାଜନୀତିରେ ମଧ୍ୟ ପାଦ ରଖିଥିଲେ । ସେହିବର୍ଷ ସେ ମହାରାଷ୍ଟ୍ର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । ନାଇଁଗାଓଁରୁ ସେ 2002 ରେ ‘ଏମଏଲସି’ ଓ 2009-14 ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 20221-23 ମଧ୍ୟରେ ସେ ନନ୍ଦେଡ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ମହିଳାଙ୍କ ବିରୋଧୀ ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡା ଆଭିମୁଖ୍ୟ, ଦୋଷୀ ଯିଏ ବି ହେଉ ଛଡା ଯିବନି - PM Modi On Crime Against Women

  • ବିଜେପି ସାଂସଦ ପ୍ରତାପ ପାଟିଲ ହରାଇଥିଲେ:

ଏଥର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ସମେତ ଏକାଧିକ ବରିଷ୍ଠ ନେତା କଂଗ୍ରେସ ଛାଡିଥିଲେ ସୁଦ୍ଧା ବସନ୍ତ ଏଥର ଲୋକସଭା ନିର୍ବାଚନରେ ବିଜୟୀ ହେବାରେ ସଫଳ ହୋଇଥିଲେ । ବିଜେପି ସାଂସଦ ପ୍ରତାପ ପାଟିଲ ଚିଖାଲିକାରଙ୍କୁ ପ୍ରାୟ 60 ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିଲେ ବସନ୍ତ । ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା । ପରେ ସେ ବୃକକ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଗତ କିଛି ସପ୍ତାହ ହେବ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details