ଓଡିଶା

odisha

ETV Bharat / bharat

ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet

ଦିଲ୍ଲୀ ମାଓ ମୁକାବିଲା ରଣନୀତି ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୮ ନକ୍ସଲ ପ୍ରଭାବିତ ରାଜ୍ୟ ମୁଖିଆଙ୍କର ବୈଠକ ନେବେ ଗୃହମନ୍ତ୍ରୀ ଅମିତ ଶାହ ।

By ETV Bharat Odisha Team

Published : 5 hours ago

ଆଜି ମାଓ ମୁକାବିଲା ବୈଠକ: 8 ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହେବେ ମୋହନ
ଆଜି ମାଓ ମୁକାବିଲା ବୈଠକ: 8 ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହେବେ ମୋହନ (ETV Bharat Odisha)

ନୂଆଦିଲ୍ଲୀ:ଦେଶରେ ବାମପନ୍ଥୀ ଉଗ୍ରବାଦ (ମାଓ-ନକ୍ସଲବାଦ) ମୁକାବିଲା ରଣନୀତି ପାଇଁ ଆଜି ଦିଲ୍ଲୀରେ ବସୁଛି ମାଓ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଅଧ୍ୟକ୍ଷତା କରିବେ । ଓଡିଶା ସମତେ ୮ ମାଓ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିରେ ଅଂଶଗ୍ରହଣ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବୈଠକରେ ସାମିଲ ହେବା ପାଇଁ ଗତକାଲି (ରବିବାର)ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । କେନ୍ଦ୍ରରେ ତୃୀତୟ ଥର ବିଜେପି ସରକାର ଗଠନ କରିବା ପରେ ଏହା ପ୍ରଥମ ବୈଠକ । ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଏହା ପ୍ରଥମ କେନ୍ଦ୍ର-ରାଜ୍ୟ ମିଳିତ ମାଓ-ମୁକାବିଲା ବୈଠକ ।

  • ୮ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ:-

ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଅଧ୍ୟକ୍ଷତା କରିବେ । ଆନ୍ଧ୍ର ପ୍ରଦେଶ, ଓଡିଶା, ବିହାର, ଛତିଶଗଡ, ଝାଡଖଣ୍ଡ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ଏମାନଙ୍କ ସହ ମାଓ ଦମନ ଓ ଭିତ୍ତିଭୂମି ସହ ସମ୍ପର୍କିତ ୫ଟି ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ଉପମୁଖ୍ୟ ପରାମର୍ଶଦାତା, କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ (CAPFs)ର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । ଦେଶରେ ବର୍ତ୍ତମାନ ନକ୍ସଲ ହିଂସାର ସ୍ଥିତି ଓ ପ୍ରଭାବିତ ତଥା ନକ୍ସଲ ଗତିବିଧି ଥିବା ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଓ ମୁକାବିଲା ନେଇ ଆଗାମୀ ଆକ୍ସନପ୍ଲାନ ସମ୍ପର୍କରେ ଆଲୋଚନା କରାଯିବ ।

  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ
  • ସାମିଲ ହେବେ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ବିହାର, ଛତିଶଗଡ, ଝାଡଖଣ୍ଡ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ
  • ମାଓ ଦମନ ଓ ଭିତ୍ତିଭୂମି ସମ୍ପର୍କିତ ୫ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ଉପମୁଖ୍ୟ ପରାମର୍ଶଦାତା, କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ (CAPFs) ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଯୋଗଦାନ
  • ନକ୍ସଲ ହିଂସା ସ୍ଥିତି ଓ ପ୍ରଭାବିତ ତଥା ନକ୍ସଲ ଗତିବିଧି ଥିବା ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଓ ମୁକାବିଲା ନେଇ ଆଗାମୀ ଆକ୍ସନପ୍ଲାନ ସମ୍ପର୍କରେ ଆଲୋଚନା କରାଯିବ
  • 2026 ସୁଦ୍ଧା ଭାରତକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟ

ଗତବର୍ଷ (୨୦୨୩) ଅକ୍ଟୋବର 6 ତାରିଖରେ ଶେଷ ଥର ପାଇଁ ଏହି ବୈଠକ ହୋଇଥିଲା । କେନ୍ଦ୍ରରେ ନୂତନ ସରକାର ଗଠନ ହେବା ପରେ ଏହା ପ୍ରଥମ ବୈଠକ । ପୂର୍ବାପେକ୍ଷା ଦେଶରେ ବାମପନ୍ଥୀ ଉଗ୍ରବାଦ ହିଂସା ଘଟଣା ୭୨ ପ୍ରତିଶତ ହ୍ରାସ ପାଇଛି । ମାଓ ବିରୋଧୀ ଅପରେସନକୁ କେନ୍ଦ୍ର ସରକାର ଜୋରଦାର କରିବା ସହ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ଥଇଥାନ ଓ ଚାକିରି ପରି ଅନେକ ବ୍ୟବସ୍ଥା କରାଯାଉଛି । ମାଓବାଦୀଙ୍କୁ ସାମିଜିକ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ଏକାଧିକ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି । ମାଓ ପ୍ରଭାବିତ ଏରିଆରେ ସାଧାରଣ ଲୋକେ ମାଓବାଦୀଙ୍କ ଦ୍ବାରା ପ୍ରଭାବିତ ନହୋଇ ଗଣତନ୍ତ୍ରରେ ବିଶ୍ବାସ କରିବା ଓ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

Dantewada Encounter: ଲାଲବାହିନୀକୁ ଶକ୍ତ ଧକ୍କା, ଦନ୍ତେୱାଡ଼ା ପୋଲିସ ଏନକାଉଣ୍ଟରରେ 9 ନକ୍ସଲ ନିପାତ
JK Encounter: କୁପୱାରାରେ ୩ ଆତଙ୍କୀ ନିପାତ, ରଜୌରୀରେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ

ABOUT THE AUTHOR

...view details