ଓଡିଶା

odisha

‘ED ଓ PMLA ଆକ୍ଟ ଉଚ୍ଛେଦ କରିଦେଲେ ଅଧା ନେତା ବିଜେପି ଛାଡିଦେବେ’

By ETV Bharat Odisha Team

Published : Feb 18, 2024, 10:57 PM IST

Arvind Kejriwal Taunts BJP: ଅଭିଷେକ ମନୁ ସିଙ୍ଗଭିଙ୍କ ବାସଭବନରେ ଏକାଠି ହେଲେ ଖଡଗେ- କେଜ୍ରିଓ୍ବାଲ । କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ଉପରେ ବର୍ଷିଲେ । ଅଧିକ ପଢନ୍ତୁ

ED ଓ PMLA ଆକ୍ଟ ଉଚ୍ଛେଦ କରିଦେଲେ ଅଧା ନେତା ବିଜେପି ଛାଡିଦେବେ
ED ଓ PMLA ଆକ୍ଟ ଉଚ୍ଛେଦ କରିଦେଲେ ଅଧା ନେତା ବିଜେପି ଛାଡିଦେବେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଭୟରେ ବିଭିନ୍ନ ଦଳରୁ ନେତାମାନେ ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ବିଜେପି ମଧ୍ୟ ଅନ୍ୟ ଦଳଙ୍କୁ ଏହି କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ନେଇ ଭୟଭୀତ କରିବାରେ ଲାଗିଛି । ବିଶେଷ ଭାବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ମନିଲଣ୍ଡ୍ରିଂ ଅଧିନିୟମ ‘PMLA ଆକ୍ଟ’ ଉଚ୍ଛେଦ କରିଦେଲେ ଅଧା ନେତା ବିଜେପିରୁ ଇସ୍ତଫା ଦେଇଦେବେ । ବହୁ ନେତା କେବଳ କାର୍ଯ୍ୟାନୁଷ୍ଠାନ ଭୟରେ ଭାରତୀୟ ଜନତା ପାର୍ଟିରେ ରହିଛନ୍ତି ବୋଲି କହିଛନ୍ତି ବୋଲି ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ଆଜି ବରିଷ୍ଠ କଂଗ୍ରେସ ନେତା ତଥା ସର୍ବୋଚ୍ଚ କୋର୍ଟର ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭିଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ ହାଇକମାଣ୍ଡ ତଥା ‘ଇଣ୍ଡିଆ’ ମେଣ୍ଟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗ ଓ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅଂଶଗ୍ରହଣ କରିଥିଲେ । ସମସ୍ତେ ବସି ଏକ ଅନୌପଚାରିକ ଆଲୋଚନା କରୁଥିବା ବେଳେ କେଜ୍ରିଓ୍ବାଲ ବିଜେପି ଓ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବର୍ଷିଥିଲେ । ବିଜେପି କେନ୍ଦ୍ରୀୟ ସଂସ୍ଥାର ଭୟ ଦେଖାଇ ବିଭିନ୍ନ ଦଳକୁ ଭୟଭୀତ କରିବାରେ ଲାଗିଛି । ଯଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବନ୍ଦ କରିଦିଆ ଯାଆନ୍ତା ଓ ମନି ଲଣ୍ଡ୍ରିଂ ଅଧିନିୟମ ବା ‘ପିଏମଏଲଏ’ ଆକ୍ଟକୁ ଉଚ୍ଛେଦ କରିଦିଆ ଯାଆନ୍ତା, ତେବେ ବହୁ ନେତା ବିଜେପି ଛାଡିଥାନ୍ତେ ବୋଲି କେଜ୍ରିଓ୍ବାଲ କହିଥିଲେ । ନିକଟରେ ଖଡଗେ ଓ ଅଭିଷେକ ସିଙ୍ଗଭିଙ୍କ ସମେତ ଅନ୍ୟନେତାମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ :- ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡର ଘରେ ଚଢାଉ, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଘାଟାଲା ମାମଲାରେ କେଜ୍ରିଓ୍ବାଲଙ୍କ ଦଳର ଏକାଧିକ ନେତା ଗିରଫ ହୋଇ ଏବେ ଜେଲରେ ଅଛନ୍ତି । କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ମଧ୍ୟ ବାରମ୍ବାର ଜେରା ପାଇଁ ସମନ କରିଚାଲିଛି । କେଜ୍ରିଓ୍ବାଲ ବାରମ୍ବାର ଏହି କେନ୍ଦ୍ରୀୟ ସଂସ୍ଥାର ସମନ ଏଡାଇବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । କୋର୍ଟରେ ସେ ଭର୍ଚ୍ଚୁଆଲି ହାଜର ହୋଇଥିଲେ । ଏବେ ପୁଣି ତାଙ୍କୁ ହାଜର ହେବା ପାଇଁ ଇଡି ସମନ ଜାରି କରିଛି । ପ୍ରଥମରୁ କେଜ୍ରିଓ୍ବାଲ ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିଆସିଛନ୍ତି । ତାଙ୍କ ଦଳୀୟ ବିଧାୟକଙ୍କୁ ବିଜେପି କିଣିବାକୁ ପ୍ରଲୋଭିତ କରୁଛି, ସରକାର ଭାଙ୍ଗିବାକୁ ଚାହୁଁଛି ବୋଲି କେଜ୍ରିଓ୍ବାଲ ବାରମ୍ବାର ଅଭିଯୋଗ କରିଚାଲିଛନ୍ତି । ଅନ୍ୟପଟେ ଦୁର୍ନୀତିରେ ସମ୍ପୃକ୍ତି କାରଣରୁ ଗିରଫ ହେବା ଭୟରେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତରେ ସହଯୋଗ କରୁନଥିବା ବିଜେପି ପାଲଟା ଅଭିଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details