ରାୟପୁର:ଛତିଶଗଡ଼ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରକୁ ହାଇଦ୍ରାବାଦରୁ ଗିରଫ କରିଛି SIT । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ପରେ ହାଇଦ୍ରାବାଦରୁ ଛତିଶଗଡ଼ ଆଣିବା ପରେ ହତ୍ୟାକାଣ୍ଡ ଉପରୁ ହଟିବ ପରଦା ।
ହାଇଦ୍ରାବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ:
ଅଭିଯୁକ୍ତ ସୁରେଶ ଚନ୍ଦ୍ରାକର ପେଷାରେ ଜଣେ କଣ୍ଟ୍ରାକ୍ଟର । ପୂର୍ବ ଶତ୍ରୁତାକୁ ନେଇ ସେ ସାମ୍ବାଦିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଗତ ୩ ତାରିଖରେ ସତ ଜଣାପଡିବା ପରେ ତଦନ୍ତ ଆରମ୍ଭ କରିଥିଲେ ବିଜାପୁର ପୋଲିସ ଓ ଏସଆଇଟିର ମିଳିତ ଟିମ୍ । ରବିବାର ବିଳମ୍ବିତ ରାତିରେ ହାଇଦ୍ରାବାଦରୁ ସୁରେଶକୁ ଗିରଫ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ ଗିରଫ ହୋଇଥିଲେ ଦୁଇ ଭାଇ:
ଏହି ମାମଲାରେ ପୂର୍ବରୁ ସୁରେଶର ଦୁଇ ଭାଇ ରୀତେଶ ଚନ୍ଦ୍ରାକର ଏବଂ ଦୀନେଶ ଚନ୍ଦ୍ରାକରଙ୍କୁ ଗିରଫ କରାଯାଇଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ ମୁକେଶ ଚନ୍ଦ୍ରଶେଖର (33) ଯିଏକି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ଫ୍ରିଲାନ୍ସ ଜର୍ଣ୍ଣାଲିଷ୍ଟ ଭାବେ କାମ କରୁଥିଲେ । ପୋଲିସର ସୂଚନା ଅନୁସାରେ, ମୁକେଶ ଜାନୁଆରୀ 1 ତାରିଖରେ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । 3 ତାରିଖରେ ଏକ ସେପଟିକ୍ ଟ୍ୟାଙ୍କରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଟ୍ୟାଙ୍କ ଛତିଶଗଡ ବିଜାପୁରର ଛତନପରା ବସ୍ତିରେ ଥିବାବେଳେ ଏହାର ମାଲିକ ସୁରେଶ ଚନ୍ଦ୍ରାକର ।