ଚଣ୍ଡିଗଡ଼: ମେୟର ନିର୍ବାଚନ ଟ୍ଯାମ୍ପରିଂ ମାମଲାରେ ସର୍ବୋଚ୍ଚକୋର୍ଟ ବଡ ରାୟ ଦେଇଛନ୍ତି । ଆଉ ଥରେ ଗଣତି କରିବା ଓ ପ୍ରିଜାଇଡିଂ ଅଧିକାରୀଙ୍କ ଦ୍ବାରା ନାକଚ କରାଯାଇଥିବା 8 ବାଲାଟକୁ ବୈଧ ଭୋଟ ଭାବେ ଗଣନା କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି । ଗତକାଲି କୋର୍ଟଙ୍କ ନିର୍ଦ୍ଦେଶ ପରେ ନାକଜ କରାଯାଇଥିବା ସମେତ ସମସ୍ତ 8 ବାଲାଟ ପେପର ଓ ଗଣତି ସମର ଭିଡିଓ ମଧ୍ୟ ଦାଖଲ କରଯାଇଥିଲା । ନାକାଜ ବାଲାଟ ପେପରକୁ ତର୍ଜମା କରିବା ପରେ ଏହାକୁ ନାକଜ କରାଯିବା ପାଇଁ ଟ୍ୟାମ୍ପରିଂ କରାଯାଇଥିବା କୋର୍ଟ ଅନୁଭବ କରିଛନ୍ତି । ଏହି 8 ନାକଜ ଭୋଟକୁ ବୈଧ ଭାବେ ଗଣତିରେ ସାମିଲ କରିବା ପାଇଁ କୋର୍ଟ କହିଛନ୍ତି । ତେବେ ପୁନଃଗଣତି ସହ ମେୟର ପଦବୀ ଆମ ଆଦମୀ ପାର୍ଟି- କଂଗ୍ରେସ ମେଣ୍ଟକୁ ଆସିବାକୁ ଯାଉଛି ।
30 ତାରିଖରେ ହୋଇଥିବା ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପିକୁ 16ଟି ଭୋଟ ମିଳିଥିଲା । ଆପ-କଂଗ୍ରେସ ମେଣ୍ଟକୁ 20ଟି ଭୋଟ ମିଳିଥିଲା । ମେୟର ପଦବୀ ଆମ ଆଦମୀ ପାର୍ଟି ନେତୃତ୍ବାଧୀନ ମେଣ୍ଟ ଖାତାକୁ ଯିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା । ମାତ୍ର ‘ଆପ’ ସପକ୍ଷରେ ଯାଇଥିବା 20 ଭୋଟ ମଧ୍ୟରୁ 8ଟି ନାକଚ ହୋଇଯାଇଥିବା ଜଣାପଡିଥିଲା । ଫଳରେ ବିଜେପି ନେତା ମନୋଜ କୁମାର ଶଙ୍କର ମେୟର ନିର୍ବାଚିତ ହୋଇଥିଲା । ପରେ ପ୍ରିଜାଇଡିଂ ଅଧିକାରୀ ଭୋଟ ଗଣତି ବେଳେ ବାଲାଟ ପେପରେ ଟ୍ୟାମ୍ପରିଂ କରିଥିବା ଜଣାପଡିଥିଲା । ପ୍ରିଜାଇଡିଂ ଅଧିକାରୀ ଅନିଲ ନିଜେ ଗଣତି ସମୟରେ ବାଲାଟ ପେପରକୁ ନଷ୍ଟ କରିବା ପାଇଁ ସେଥିରେ କଲମରେ କିଛି ଦାଗ କରୁଥିବା ସିସିଟିଭି ଫୁଟେଜରେ ସାମ୍ନା ଆସିଥିଲା । ଆପ କାଉନସିଲର ଏନେଇ କୋର୍ଟଙ୍କ ଦ୍ବାରାସ୍ଥ ହୋଇଥିଲା । ଯାହାର ସିରିଜ ଶୁଣାଣି ଜାରି ରହିଥିଲା ।