ଓଡିଶା

odisha

ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ, ଆଗରେ ଛାତ୍ରୀ - CBSE Result out

By ETV Bharat Odisha Team

Published : May 13, 2024, 11:55 AM IST

Updated : May 13, 2024, 12:19 PM IST

CBSE Result 2024 out: ପ୍ରକାଶ ପାଇଲା ସିବିଏସସି (CBSE) ଦ୍ବାଦଶ ଶ୍ରେଣୀ ରେଜଲ୍ଟ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୦.୬୫ ପ୍ରତିଶତ ପାସ ହାର ବୃଦ୍ଧି । ଛାତ୍ରଙ୍କ ଠାରୁ ଆଗରେ ଛାତ୍ରୀ । ଅଧିକ ପଢନ୍ତୁ

CBSE Result 2024 out
CBSE Result 2024 out (ETV Bharat)

ନୂଆଦିଲ୍ଲୀ:ପ୍ରକାଶ ପାଇଲା ସିବିଏସସି (CBSE) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ବୃଦ୍ଧି ପାଇଛି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଭଳି ଏଥର ବି ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଝିଅ । ୯୧ ପ୍ରତିଶତ ଛାତ୍ରୀ ପରୀକ୍ଷାରେ ବାଜିମାତ କରିଛନ୍ତି । CBSE ୱେବସାଇଟ୍‌ରେ ଏହି ରେଜଲ୍ଟ ଉପଲବ୍ଧ ରହିଛି ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ଦିନ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ କରାଯାଇଛି । ଚଳିତ ବର୍ଷ ୧୮ହଜାର ୪୧୭ ସ୍କୁଲର ଛାତ୍ରଛାତ୍ରୀ ୭୧୨୬ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ତେବେ ୧୬ ଲକ୍ଷ ୩୩ ହଜାର ୭୩୦ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଲକ୍ଷ ୨୧ ହଜାର ୨୨୪ ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରେ ୧୪ ଲକ୍ଷ ୨୬ ହଜାର ୪୨୦ ଜଣ ପାସ କରିଛନ୍ତି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି ।

ଏହାମଧ୍ୟ ପଢନ୍ତୁ.. ପ୍ରକାଶ ପାଇଲା ICSE ପରୀକ୍ଷା ଫଳ, ଦଶମରେ ମୋହିତ ଓ ଦ୍ବାଦଶରେ ସୁବର୍ଣ୍ଣିକା ରାଉରକେଲା ଟପ୍ପର - ICSE RESULT OUT

ଏଥର ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ ହାର ୯୧. ୫୨ ପ୍ରତିଶତ ରହିଥିବା ବେଳେ ୮୫.୧୨ ପ୍ରତିଶତ ଛାତ୍ର ପାସ କରିଛନ୍ତି । ଗତବର୍ଷ ଭଳି ଏଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ ହାର ଅଧିକ ରହିଛି । ୯୧ ପ୍ରତିଶତ ଛାତ୍ରୀ ପରୀକ୍ଷାରେ ବାଜିମାତ କରିଛନ୍ତି । ଅନ୍ୟପଟେ ୧୧ ଲକ୍ଷ ୬୧ ହଜାର ୧୪୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୨୪ ହଜାର ୬୮ ଜଣ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ।

କିଭଳି ଜାଣିବେ CBSE ଫଳ:

CBSE ୱେବସାଇଟ୍‌ରେ ଏହି ରେଜଲ୍ଟ ଉପଲବ୍ଧ ରହିଛି । ପରୀକ୍ଷାର୍ଥୀମାନେ ଅଫିସିଆଲ ଓ୍ବେବସାଇଟ ମାଧ୍ୟମରେ ରେଜଲ୍ଟ ଯାଞ୍ଚ ଓ ସ୍କୋରକାର୍ଡ ଡାଉନଲୋଡ କରିପାରିବେ । cbse.gov.in / cbseresults.nic.in / results.digitalocker.gov.in କିମ୍ବା umang.gov.in ମାଧ୍ୟମରେ ରେଜଲ୍ଟ ଯାଞ୍ଚ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 13, 2024, 12:19 PM IST

ABOUT THE AUTHOR

...view details