ନୂଆଦିଲ୍ଲୀ:ଆଜିଠୁ ଆରମ୍ଭ ହେବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଟାରୀ ଏଜୁକେସନ (ସିବିଏସଇ) ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା । ସକାଳ 10ଟାରୁ ସ୍କୁଲରେ ପହଞ୍ଚିବେ ପରୀକ୍ଷାର୍ଥୀ । ଏହାପରେ 10ଟା 30ରୁ ଆରମ୍ଭ ହେବ ପରୀକ୍ଷା । ଏଥିପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶରେ 39 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଦଶମ ପରୀକ୍ଷା ମାର୍ଚ୍ଚ 13ରେ ଶେଷ ହେବାକୁ ଥିବାବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ 2 ତାରିଖରେ ଶେଷ ହେବ । ପରୀକ୍ଷା ସମୟ 3 ଘଣ୍ଟା ରହିଛି । 2023 ମେ' ମାସରେ ପରୀକ୍ଷା ତାରିଖ ଘୋଷଣା ହୋଇଥିଲା ।
CBSE ବୋର୍ଡ ପରୀକ୍ଷା ନିର୍ଦ୍ଦେଶାବଳୀ:ଗୋଟିଏ ସିପ୍ଟରେ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହେବ । ସକାଳ 10:30ରୁ ଆରମ୍ଭ ହୋଇ ମଧ୍ୟାହ୍ନ 1:30ରେ ଶେଷ ହେବ । ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ CBSE ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ପରୀକ୍ଷାକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ କାର୍ଡ, ସ୍କୁଲ ଆଇଡି କାର୍ଡ ନେବା ବାଧ୍ୟତାମୂଳକ । ପ୍ରଶ୍ନଗୁଡିକର ଉତ୍ତର ଲେଖିବା ପୂର୍ବରୁ ପ୍ରଥମ ସମସ୍ତ ପ୍ରଶ୍ନଗୁଡିକୁ ଭଲ ଭାବେ ପଢି ନେବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।