ଓଡିଶା

odisha

ETV Bharat / bharat

ସତ୍ୟପାଲଙ୍କ ଘରେ ପଶିଲା CBI, 30 ଠିକଣାରେ ଚଢ଼ାଉ - ସତ୍ୟପାଲ ମଲ୍ଲିକଙ୍କ ବାସଭବନରେ ସିବିଆଇ

Satyapal Malik CBI Raid: କିରୁ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ ଘୋଟାଲା ମାମଲାରେ ଆକ୍ସନ ମୋଡରେ ସିବିଆଇ । ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବାସଭବନ ସମେତ 30 ଠିକଣାରେ ଚଢ଼ାଉ କରିଛି କେନ୍ଦ୍ରୀୟ ଏଜେନ୍ସି । ଅଧିକ ପଢନ୍ତୁ

ସତ୍ୟପାଲ ମଲ୍ଲିକଙ୍କ ବାସଭବନରେ ସିବିଆଇ
ସତ୍ୟପାଲ ମଲ୍ଲିକଙ୍କ ବାସଭବନରେ ସିବିଆଇ

By ETV Bharat Odisha Team

Published : Feb 22, 2024, 12:41 PM IST

Updated : Feb 22, 2024, 1:07 PM IST

ନୂଆଦିଲ୍ଲୀ:ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଘରେ ପଶିଲା ସିବିଆଇ । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(CBI) ଆଜି ସତ୍ୟପାଲ ମଲ୍ଲିକଙ୍କ ବାସଭବନ ସମେତ 30ଟି ସ୍ଥାନରେ ଚଢାଉ କରିଛି । କିରୁ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟରେ ଘୋଟାଲା ମାମଲାରେ ସିବିଆଇ ଏହି ଚଢାଉ କରିଛି । ବାସଭବନ ସମେତ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଥିବା ସୂଚନା ଦେଇଛି ।

ସୂଚନା ଅନୁସାରେ, 2018 ମସିହା ଅଗଷ୍ଟ ମାସରେ ଜମ୍ମୁକାଶ୍ମୀରରେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ସତ୍ୟାପାଲ ମଲ୍ଲିକ । 15 ମାସ ପରେ ଅର୍ଥାତ 2019 ମସିହାରେ ତାଙ୍କୁା ଗୋଆ ରାଜ୍ୟପାଳ ଦାୟିତ୍ବ ଦିଆଯାଇଥିଲା । ତେବେ 2019 ମସିହାରେ କିସ୍ତଓ୍ବାଡର ଚେନାବ ନଦୀ ଉପରେ ପ୍ରସ୍ତାବିତ 2,200 କୋଟି ଟଙ୍କାର କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍ ପାୱାର୍ ପ୍ରୋଜେକ୍ଟ (HEP)ରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ପ୍ରୋଜେକ୍ଟ ପାଇଁ ସିଲିଭ ଓ୍ବାର୍କ ଟେଣ୍ଡର ଦେବାକୁ ନେଇ ହୋଇଥିବା ଦୁର୍ନୀତି ଅଭିଯୋଗରେ ଆଜି ଚଢାଉ କରିଛି ସିବିଆଇ । ସତ୍ୟପାଲ ମଲ୍ଲିକଙ୍କ ବାସଭବନ ସମେତ 30ଟି ସ୍ଥାନରେ ସକାଳୁ ସକାଳୁ ଚଢାଉ ଜାରି ରହିଛି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ସତ୍ୟପାଲ କହିଛନ୍ତି, "ମୁଁ ଗତ ତିନିରୁ ଚାରି ଦିନ ଧରି ଅସୁସ୍ଥ ରହିଛି ଏବଂ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସା ହେଉଛି । ଏହା ସତ୍ତ୍ବେ ମଧ୍ୟ ସିବିଆଇ ଦ୍ବାରା ମୋ ବାସଭବନରେ ଚଢାଉ କରାଯାଇଛି । ମୋର ଡ୍ରାଇଭର ଏବଂ ମୋର ସହାୟକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ସେମାନଙ୍କୁ ଅଯଥାରେ ହଇରାଣ କରାଯାଉଛି । ମୁଁ ଜଣେ କୃଷକର ପୁଅ । ମୁଁ ଏହି ଚଢାଉକୁ ଭୟ କରିବି ନାହିଁ । ମୁଁ କୃଷକମାନଙ୍କ ସହିତ ରହିଛି । ଦୁର୍ନୀତିରେ ଜଡିତ ରହିଥିବା ବ୍ୟକ୍ତିଙ୍କ ପରିବର୍ତ୍ତେ ମୋ ବାସଭବନରେ ଚଢାଉ କରାଯାଉଛି । 4ରୁ 5 ହଳ କୁର୍ତ୍ତି ପାଇଜାମା ବ୍ୟତୀତ ମୋ ପାଖରୁ ଆଉ କିଛି ପାଇବେ ନାହିଁ । ସିବିଆଇ ରେଡ କରି ମୋତେ ଭୟଭୀତ କରିବା ପାଇଁ ଚେଷ୍ଟା କରାଯାଉଛି । "

ଏହା ମଧ୍ୟ ପଢନ୍ତୁ: ପୁଲଓ୍ବାମା ଆକ୍ରମଣରୁ ରାଜନୈତିକ ଫାଇଦା ନେଇଛି BJP, ପ୍ରଧାନମନ୍ତ୍ରୀ ମୋତେ ଚୁପ କରିଥିଲେ: ସତ୍ୟପାଲ ମଲ୍ଲିକ

ଚଳିତବର୍ଷ ଜାନୁଆରୀ 29 ତାରିଖରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ସିଭିଲ ଓ୍ବାର୍କ ପାଇଁ ଟେଣ୍ଡର ପ୍ରଦାନରେ ଅନିୟମିତତା ଅଭିଯୋଗରେ ଚଢାଉ କରିଥିଲା । ଦିଲ୍ଲୀ ଏବଂ ଜାମ୍ମୁ କାଶ୍ମୀରର ପ୍ରାୟ 8ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଚିନାବ ଭ୍ୟାଲି ପାଓ୍ବାର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଦ୍ବାରା କିରୁ ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ନେଇ ଏଜେନ୍ସି ପକ୍ଷରୁ କୁହାଯାଇଛି । ରେଡ ବେଳେ ନଗଦ ଟଙ୍କା ସହିତ ଡିଜିଟାଲ ଉପକରଣ ମଧ୍ୟ ଜବତ କରାଯାଇଥିଲା ।

Last Updated : Feb 22, 2024, 1:07 PM IST

ABOUT THE AUTHOR

...view details