ଓଡିଶା

odisha

ETV Bharat / bharat

7 ଦିନ ଭିତରେ ସାରା ଦେଶରେ ଲାଗୁ ହେବ CAA: କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର - central minister Santanu Thakur

CAA implemented within 7days: ଦେଶରେ 7 ଦିନ ମଧ୍ୟରେ ଲାଗୁ ହେବ ନାଗରିକତା ସଂଶୋଧନ ଅଧିନିୟମ (CAA) ! କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ଏନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

CAA
CAA

By ETV Bharat Odisha Team

Published : Jan 29, 2024, 12:29 PM IST

କୋଲକାତା:ଦେଶରେ 7 ଦିନ ମଧ୍ୟରେ ଲାଗୁ ହେବ ନାଗରିକତା ସଂଶୋଧନ ଅଧିନିୟମ (CAA) ! କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ଏନେଇ ଘୋଷଣା କରିଛନ୍ତି । ପଶ୍ଚିମ ବଙ୍ଗର 24 ପ୍ରଗଣା ସ୍ଥିତ କାକଦ୍ୱୀପ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମାତ୍ର 7 ଦିନ ମଧ୍ୟରେ ସାରା ଦେଶରେ ନାଗରିକତା ସଂଶୋଧନ ଅଧିନିୟମ ଲାଗୁ ହେବ ବୋଲି କହିଛନ୍ତି ।

ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର । ସେଠାରେ 24 ପରଗନା ସ୍ଥିତ କାକଦ୍ୱୀପ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ନାଗରିକତା ସଂଶୋଧନ ଅଧିନିୟମ (CAA) ପ୍ରସଙ୍ଗ ଉପରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ମୁଁ ଗ୍ୟାରେଣ୍ଟି ଦେଉଛି କେବଳ ପଶ୍ଚିମବଙ୍ଗରେ ନୁହେଁ ବରଂ ସାରା ଦେଶରେ ମାତ୍ର 7 ଦିନ ମଧ୍ୟରେ ଏହି ଆଇନ ଲାଗୁ ହେବାକୁ ଯାଉଛି ।

ଏହାମଧ୍ୟ ପଢନ୍ତୁ.. ଦିଦିଙ୍କ ଗଡରେ ଗର୍ଜିଲେ ଶାହ:‘CAA ଲାଗୁ ହେବାକୁ କେହି ରୋକି ପାରିବେନି’

ଆଉ ମଧ୍ୟ ଶାନ୍ତନୁ ଠାକୁର ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ କୋଲକାତାରେ ଜନ ସମ୍ବୋଧନରେ CAA ସମ୍ବନ୍ଧରେ ଘୋଷଣା କରିଥିବା କଥାକୁ ପୁଣି ଥରେ ମନେ ପକାଇଛନ୍ତି । ଗତବର୍ଷ ନଭେମ୍ବର ମାସରେ ଅମିତ ଶାହା କୋଲକାତା ଗସ୍ତ କରିବା ସହ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିବା ସହ କହିଥିଲେ, 'ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସିଏଏ ହେଉଛି ଦେଶର ଆଇନ, ଏହାକୁ କାର୍ଯ୍ୟକାରୀ କରିବାକୁ କେହି ରୋକି ପାରିବେନାହିଁ । ଏହା ଯେକୌଣସି ପରିସ୍ଥିତିରେ ଲାଗୁ ହେବ ।' ତେବେ ଏହି ବୟାନକୁ ନେଇ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ବିଜେପି ଦେଶର ଜନତାଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଥିବା କହିଥିଲେ ମମତା ବାନାର୍ଜୀ ।

ନାଗରିକତା ସଂହିତା ଅଧିନିୟମ (ସିଏଏ) କ'ଣ?ସାରା ଦେଶରେ ନାଗରିକତା ସଂହିତା ଅଧିନିୟମ ଲାଗୁ ହେବା ନେଇ ପ୍ରସ୍ତାବ ଉଠାଇଛନ୍ତି କେନ୍ଦ୍ର ସରକାର । 2019 ମସିହା ଡିସେମ୍ବର 11 ସଂସଦରେ ଏହି ବିଲ ପାସ ହୋଇଛି । ଏହି ଆଇନ ହେବା ଦ୍ୱାରା ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ 2024 ଡିସେମ୍ବର 31 ମଧ୍ୟରେ ଭାରତ ଆସିଥିବା ଅଣ ମୁସଲିମ ଅର୍ଥାତ୍ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ, ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନଙ୍କୁ ଦେଶର ନାଗରିକତା ପ୍ରଦାନ କରାଯିବ । ତେବେ ଏହି ବିଲକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details