ଲକ୍ଷ୍ନୌ:ଆଜିକାଲି ଲୋକେ ନିଜ ମନର ସାଥୀକୁ ସାତ ଜନ୍ମର ସାଥୀ କରିବାକୁ ବେଶ ଉତ୍ସାହିତ ଥାନ୍ତି ଏବଂ ବିବାହ କରି ପରସ୍ପର ସହ ବଞ୍ଚିବା ମରିବାର ଶପଥକୁ ଦୃଢ କରିଥାନ୍ତି । ଆମେ ଅନେକ ଲୋକଙ୍କ ପ୍ରେମବିବାହ ଧୁମଧାମରେ ସେଲିବ୍ରେସନ କରୁଥିବା ଦେଖିଛୁ । ହେଲେ ଉତ୍ତରପ୍ରଦେଶ ମେରଟରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି କହିଲେ ଅଜବ ପ୍ରେମର ଗଜବ ପରିଣତି। ଯେଉଁଠି ହାତଗଣ୍ଠି ପଡିବା ପୂର୍ବରୁ ବାହୁଡିଯାଇଛନ୍ତି ବରଯାତ୍ରୀ । ଆଉ ଅଧାରେ ରହିଯାଇଛି ଦୁଇ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ । ତେବେ ସମ୍ପର୍ଣ୍ଣ ଘଟଣା କ'ଣ ଜାଣନ୍ତୁ ।
କାହିଁକି ବାହୁଡ଼ିଲେ ବରଯାତ୍ରୀ, ବନ୍ଦ ହେଲା ବିବାହ ?
ଦୀର୍ଘ ଦିନର ଡେଟିଂ ପରେ ବିବାହ କରିବାକୁ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ । ଉଭୟଙ୍କ ପରିବାର ବି ବିବାହ ପାଇଁ ଅନୁମତି ଦେଲେ ଏବଂ ବିବାହ ପାଇଁ ପୁରା ପ୍ରସ୍ତୁତ ବି ଥିଲେ ପ୍ରେମୀଯୁଗଳ । ଏହା ପରେ ମାର୍ଚ୍ଚ ୪, ସୋମବାର ଦିନ ବର ବିବାହ ଶୋଭାଯାତ୍ରା ସହ କନ୍ୟାଙ୍କ ଗାଁରେ ପହଞ୍ଚିଥିଲେ । ଝିଅର ପରିବାର ବି ବରଯାତ୍ରୀଙ୍କୁ ଧୁମଧାମରେ ସ୍ୱାଗତ କରିଥିଲେ । ହେଲେ ବିବାହ ରୀତିନୀତି ଆରମ୍ଭ କରିବାରେ ବିଳମ୍ବ ହୋଇଥିଲା । ବିଳମ୍ବକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। ଫଳରେ ବର ବିବାହ କରିବାକୁ ମନା କରିଦେଲା ଆଉ ବନ୍ଦ ହୋଇଗଲା ବିବାହ ।
ପୁରା ଘଟଣା କ'ଣ?