ଓଡିଶା

odisha

ETV Bharat / bharat

ମହିଳାଙ୍କ ସାହସକୁ ସଲାମ ! ସ୍ବାମୀ ଜୀବନ ପାଇଁ ବାଘ ସହ ଲଢ଼ିଲେ

ବାଘ ମୁହଁରୁ ସ୍ବାମୀ ଜୀବନ ବଞ୍ଚାଇଲେ ସ୍ତ୍ରୀ । ସିନ୍ଦୂର ପାଇଁ ସାହସ ଦେଖାଇଲେ ମହିଳା । କିଏ ଏହି ମହିଳା ଆସନ୍ତୁ ଜାଣିବା ?

WOMAN SAVE HUSBAND LIFE
WOMAN SAVE HUSBAND LIFE (ETV Bharat Odisha)

By ETV Bharat Odisha Team

Published : Dec 3, 2024, 5:24 PM IST

Woman Wrestles with Tiger And Save Her Husband, ହାଇଦ୍ରାବାଦ(ତେଲେଙ୍ଗାନା): ଜଣେ ସ୍ତ୍ରୀ ପାଇଁ ତା' ସିନ୍ଦୂର ସବୁ କିଛି । ନିଜ ସିନ୍ଦୂରକୁ ରକ୍ଷା କରିବା ପାଇଁ ମରଣ ସହ ମଧ୍ୟ ଲଢିବାକୁ ପଛାଏ ନାହିଁ ସ୍ତ୍ରୀ । ଯାହାର ଏକ ସଦ୍ୟତମ ଉଦାହରଣ ସାମ୍ନାକୁ ଆସିଛି । ଯେଉଁଠି ଜଣେ ସ୍ତ୍ରୀ ନିଜ ଜୀବନକୁ ବାଜି ଲଗାଇ ଏକ ମଣିଷ ଖିଆ ବାଘ ସହ ଲଢ଼ି ନିଜ ସ୍ବାମୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିଛି । ତେଲେଙ୍ଗାନାରେ ଏଭଳି ସାହସ ଦେଖାଇଛନ୍ତି ଜଣେ ମହିଳା । ଯାହାକି କେବଳ ତେଲେଙ୍ଗାନା ନୁହେଁ, ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

କଣ ହୋଇଥିଲା ସେଦିନ?

ଗତ ଶନିବାର ଦିନର ଘଟଣା । ତାଲେଙ୍ଗାନା କୁମୁରାମ ଭୀମ ଅସିଫାବାଦ ଜିଲ୍ଲା ସିରିପୁର ମଣ୍ଡଳ ଡୁବ୍ବାଗୁଡ଼ା ଅଞ୍ଚଳର ରାଉତ ସୁରେଶ ନାମକ ଜଣେ କୃଷକଙ୍କୁ ବାଘ ଆକ୍ରମଣ କରିଥିଲା । ଏତିକି ବେଳେ ନିଜ ସ୍ବାମୀକୁ ବାଘ କବଳରୁ ରକ୍ଷା କରିବା ପାଇଁ ସୁରେଶଙ୍କ ପତ୍ନୀ ରାଉତ ସୁଜାତା ନିଜର ଅସାଧାରାଣ ସାହାସ ଦେଖାଇଥିଲେ । ନିଜ ଜୀବନକୁ ପାଣି ଛଡାଇ ସ୍ବାମୀ ସୁରେଶଙ୍କୁ ରକ୍ଷା କରିବା ପାଇଁ ବାଘ ସହ ଲଢ଼ିବାକୁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ । ବାଘ ସହ ଲଢ଼ି ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇଛନ୍ତି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି ।

WOMAN SAVE HUSBAND LIFE (ETV Bharat Odisha)

ସୁରେଶଙ୍କ ଉପରକୁ ଲମ୍ଫ ମାରିଥିଲା ବାଘ:

ସୂଚନା ଅନୁସାରେ, ଶନିବାର ଦିନ ସକାଳେ ସୁଜାତା ଘର ନିକଟରେ ଥିବା ଏକ ଜମିରୁ କପା ତୋଳୁଥିଲେ । ଏତିକି ବେଳେ ସୁଜାତାଙ୍କ ସ୍ବାମୀ ସୁରେଶ ଏକ ଶଗଡ଼ ଗାଡ଼ି ଧରି କ୍ଷେତ ପାଖରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପୂର୍ବରୁ ଏକ ବାଘ ଗଛ ଆଢୁଆଳରେ ଛପିଥିବା ସେ ଜାଣିନଥିଲେ । ଯେତେବେଳେ ସୁରେଶ ବାଘର ପାଖାପାଖି ପହଞ୍ଚିଥିଲେ, ଛପିଥିବା ବାଘ ହଠାତ ସୁରେଶଙ୍କ ଉପରକୁ ଲମ୍ଫ ମାରିଥିଲା । ବାଘଟି ଆକ୍ରମଣ କରି ସୁରେଶଙ୍କ ବେକକୁ କାମୁଡ଼ି ଦେଇଥିଲା । ଫଳରେ ସୁରେଶ ସେଠାରେ ଚେତାଶୂନ୍ୟ ହୋଇଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ-

ଖଇରାରେ ବାଘ ଆକ୍ରମଣରେ 7 ଆହତ, ବନ ବିଭାଗର ଅପରେସନ ଜାରି - Tiger Attack

ପୁଣି ଗଜପତି ମୁହାଁ ମହାବଳ, ଅଘଟଣକୁ ଅପେକ୍ଷା କରିଛି ବନ ବିଭାଗ !

ବାଘକୁ ଆକ୍ରମଣ କଲେ ସୁଜାତା:

ବାଘ ଆକ୍ରମଣସ୍ଥଳଠାରୁ ମାତ୍ର ୧୫ ମିଟର ଦୂରରେ ଥିଲେ ସୁଜାତା । ବାଘ ତାଙ୍କ ସ୍ବାମୀକୁ ଆକ୍ରମଣ କରୁଥିବା ଦେଖି ସେ ପ୍ରଥମେ ଭୟଭୀତ ହୋଇ ଯାଇଥିଲେ । ହେଲେ ନିଜ ସ୍ବାମୀ ପାଇଁ ସେହି ଭୟକୁ ସାହସରେ ପରିଣତ କରିଥିଲେ । ସୁଜାତା ଆଖପାଖ ଲୋକଙ୍କ ଚିତ୍କାର କରି ଡାକିବା ସହ ପଥର ଏବଂ ଠେଙ୍ଗାରେ ବାଘକୁ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ବାଘ ସେଠାରୁ ଚାଲି ଯାଇଥିଲା । ଫଳରେ ସୁଜାତା ମୃତ୍ୟୁ ମୁଖରୁ ତାଙ୍କ ସ୍ବାମୀଙ୍କ ଜୀବନ ବଞ୍ଚାଇଥିଲେ । ପରେ ଆଖପାଖରେ ଥିବା କୃଷକମାନେ ଆସି ସୁରେଶଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । ବର୍ତ୍ତମାନେ ସେ ସୁସ୍ଥ ଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ-

ବ୍ୟାଘ୍ର ପ୍ରକଳ୍ପ ପାଇଁ ସ୍ଥାନାନ୍ତରଣକୁ ବିରୋଧ, ସାତକୋଶିଆରେ ତେଜିଲାଣି ଜନ ଆନ୍ଦୋଳନ

ଏନକ୍ଲୋଜରରୁ ବାହାରି ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା

କିଛି କ୍ଷଣ ପାଇଁ ବିଳମ୍ବ କରିଥାନ୍ତି ତ...

ଏ ଘଟଣାକୁ ମନେ ପକାଇ ସୁଜାତା କହିଛନ୍ତି, "ବାଘ ମୋ ସ୍ବାମୀଙ୍କୁ ଆକ୍ରମଣ କରୁଥିବା ଦେଖି ମୁଁ ନିଜ ସୁରକ୍ଷା ବିଷୟରେ ଚିନ୍ତା କରିନଥିଲେ । କେବଳ କେମିତି ମୋ ସ୍ବାମୀଙ୍କୁ ବାଘ କବଳରୁ ରକ୍ଷା କରିବି ସେ କଥା ଭାବିଥିଲି । ଯଦି ମୁଁ କିଛି କ୍ଷଣ ବିଳମ୍ବ କରିଥାନ୍ତି ତେବେ ମୁଁ ମୋ ସ୍ବାମୀଙ୍କୁ ହରାଇ ବସିଥାନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details