ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ 86କୁ ଖସିଲା ବିଜେପି ସଦସ୍ୟଙ୍କ ସଂଖ୍ୟା, ଗୃହରେ ବହୁମତ ଠାରୁ 12 ପଛରେ ‘ଏନଡିଏ’ ମେଣ୍ଟ - NDA MP number decrease - NDA MP NUMBER DECREASE

NDA MP number decrease in Rajya Sabha: ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଦୁର୍ବଳ ସ୍ଥିତିକୁ ଆସିଲା ବିଜେପି ସରକାର । ଶାସକ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ବହୁମତଠାରୁ 12 ପଛରେ । ବିଲ ପାସ ପାଇଁ ନିର୍ଣ୍ଣାୟକ ହେବେ ‘ଏନଡିଏ’ ଅଣସହଯୋଗୀ ଦଳ । ଜାଣନ୍ତୁ କାହାର ପଡିପାରେ ସମର୍ଥନ । ଅଧିକ ପଢନ୍ତୁ

ରାଜ୍ୟସଭାରେ 86 କୁ ଖସିଲା NDA ସଦସ୍ୟଙ୍କ ସଂଖ୍ୟା, ଗୃହରେ ବହୁମତଠାରୁ 12 ପଛରେ ମେଣ୍ଟ
ରାଜ୍ୟସଭାରେ 86 କୁ ଖସିଲା NDA ସଦସ୍ୟଙ୍କ ସଂଖ୍ୟା, ଗୃହରେ ବହୁମତଠାରୁ 12 ପଛରେ ମେଣ୍ଟ (ETV Bharat Odisha)

By ETV Bharat Odisha Team

Published : Jul 15, 2024, 5:22 PM IST

ନୂଆଦିଲ୍ଲୀ: 400 ପାର ସହ ପ୍ରଚଣ୍ଡ ବହୁମତ ନାରାରେ ଚଳିତ ସାଧାରଣ ନିର୍ବାଚନ ଲଢିଥିବା ‘ଏନଡିଏ’ ବଡ ଝଟକା ପାଇଥିଲା । ଲୋକସଭାରେ ମେଣ୍ଟର ମୁଖ୍ୟ ଦଳ ବିଜେପି ନିକଟରେ ଏବେ 240 ଆସନ ଓ ସହଯୋଗୀଙ୍କ ସଂଖ୍ୟା ମିଶାଇ 293 ରହିଛି । 2019 ନିର୍ବାଚନ ବା ସପ୍ତଦଶ ଲୋକସଭାଠାରୁ କମ ଆସନରେ ରହିଛି ମୋଦି 3.0 ସରକାର । ଏବେ ନିମ୍ନସଦନ ପରେ ରାଜ୍ୟସଭାରେ ମଧ୍ୟ ଶାସକ ମେଣ୍ଟର ସଂଖ୍ୟା ହ୍ରାସ ପାଇଛି । ବିଜେପି ସମର୍ଥିତ କିଛି ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସଂଖ୍ୟା 86କୁ ଖସିଛି । ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ବହୁମତଠାରୁ 12 ଆସନ ପଛରେ ରହିଛି ଶାସକ ମେଣ୍ଟ ‘ଏନଡିଏ’ ।

ରାଜ୍ୟସଭାରେ 86 କୁ ଖସିଲା ବିଜେପି ସଦସ୍ୟଙ୍କ ସଂଖ୍ୟା, ଗୃହରେ ବହୁମତଠାରୁ 12 ପଛରେ ‘ଏନଡିଏ’ ମେଣ୍ଟ (ETV Bharat Odisha)

ରାଜ୍ୟସଭା ସାଂସଦ ରାକେଶ ସିହ୍ନା, ରାମ ଶକାଲ, ସୋନାଲ ମାନସିଂହ ଓ ମହେଶ ଜେଠମାଳିନୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହି 4 ସଦସ୍ୟ ସରକାରୀ ଦଳର ସୁପାରିଶକ୍ରମେ ରାଷ୍ଟ୍ରପତିଙ୍କ ଦ୍ବାରା ଗୃହକୁ ମନୋନୀତ ହୋଇଥିଲେ । ସେମାନେ ବିଜେପି ସରକାରରେ ସମସ୍ତ ଆବଶ୍ୟକତାରେ ସହଯୋଗ ମଧ୍ୟ କରିଥିଲେ । ତେବେ ଏହି ଅବସର ପରେ ବିଜେପିର ସଂଖ୍ୟା 86କୁ ହ୍ରାସ ପାଇଥିବା ବେଳେ ‘ଏନଡିଏ’ ମେଣ୍ଟର ସଦସ୍ୟ ସଂଖ୍ୟା 101କୁ ଖସିଛି । 245 ଆସନ ବିଶିଷ୍ଟ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ପାଇଁ 113 ଆସନ ଆବଶ୍ୟକ । ତେଣୁ ଶାସକ ମେଣ୍ଟ 12 ଆସନ ପଛରେ ରହିଛି । ତେଣୁ ଅଷ୍ଟାଦଶ ଲୋକସଭାରେ ମୋଦି ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି କୌଣସି ଜଟିଳ କିମ୍ବା ବିବାଦୀୟ ବିଲ ପାସ କରିବା ପାଇଁ ମେଣ୍ଟ ସଦସ୍ୟ ନଥିବା କିଛି ଆଞ୍ଚଳିକ ଦଳଙ୍କ ସହଯୋଗ ଲୋଡିବାକୁ ବାଧ୍ୟ ହେବ ।

ତେବେ ରାଜ୍ୟସଭାରେ ବିରୋଧୀ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ରହିଛି 87 । ସେମଧ୍ୟରୁ ମୁଖ୍ୟ ବିରୋଧୀ କଂଗ୍ରେସ ନିକଟରେ 26 ଆସନ, ମମତାଙ୍କ ତୃଣମୂଳ କଂଗ୍ରେସ ନିକଟରେ 13 ଆସନ, ଦିଲ୍ଲୀ ଓ ତାମିଲନାଡୁରେ ଶାସନରେ ଥିବା ଆମ ଆଦମୀ ପାର୍ଟି ଓ ଡିଏମକେ ନିକଟରେ 10 ଲେଖାଏଁ ସଦସ୍ୟ ରହିଛନ୍ତି । ଅବଶିଷ୍ଟ ସଦସ୍ୟ ଦୁଇ ମେଣ୍ଟରେ ଅନ୍ତର୍ଭୁକ୍ତ ହୋଇନଥିବା କିଛି ଦଳଙ୍କ ନିକଟରେ ରହିଛି । କେସିଆରଙ୍କ ଭାରତ ରାଷ୍ଟ୍ର ସମିତି, ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଓ କିଛି ସ୍ବାଧୀନ ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସୋସିଆଲ୍ ମିଡିଆ ଏକ୍ସ’ରେ ମୋଦିଙ୍କ ଫଲୋର୍ସ 100 ମିଲିୟନ୍; ବିଶ୍ୱର ପ୍ରଥମ ରାଷ୍ଟ୍ରନେତା, ବହୁ ପଛରେ ରାହୁଲ ଏବଂ କୋହଲି - PM Modi 100 million followers on X

ତେବେ ଏପରି ସ୍ଥିତିରେ ବିଜେପି ସରକାର ନିଜର ପୂର୍ବ ସହଯୋଗୀ ‘ଏଆଇଡିଏମକେ’ ସମେତ ଜଗନ ରେଡ୍ଡୀଙ୍କ ଓ୍ବାଇଏସଆର କଂଗ୍ରେସ ପରି ଦଳଙ୍କ ଉପରେ ନିର୍ଭର ହେବାକୁ ବାଧ୍ୟ ହୋଇପାରେ ।ଏଆଇଡିଏମକେ ନିକଟରେ 11 ଓ ଜଗନଙ୍କ ଦଳରେ 4 ଜଣ ରାଜ୍ୟସଭା ସାଂସଦ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details