ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ତଥା ବିବାଦୀୟ ‘ଓ୍ବାକଫ (ସଂଶୋଧନ) ବିଲ୍ କାର୍ଯ୍ୟକାରିତା ଦିଗରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ସରକାରକୁ ବଡ ସଫଳତା ମିଳିଛି । ଏହି ବିବାଦୀୟ ସଂଶୋଧନ ବିଲ୍ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ଅନୁମାଦନ ଲାଭ କରିଛି । ଏହି ବିଲ୍ ୧୪ଟି ସଂଶୋଧନ ସର୍ତ୍ତାବଳୀ ସହ ଗତବର୍ଷ (2024) ଅଗଷ୍ଟରେ ସଂସଦରେ ଉପସ୍ଥାପିତ ହୋଇଥିଲା । ତେବେ ଏହାକୁ ପ୍ରବଳ ବିରୋଧ କରିଥିଲେ ବିରୋଧୀ ଓ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସମ୍ପ୍ରଦାୟ । ଫଳରେ ଏହର ତର୍ଜମା ଓ ଆବଶ୍ୟକସ୍ଥଳେ ସଂଶୋଧନ ପାଇଁ ଏହାକୁ ‘ଯୁଗ୍ମ ସଂସଦୀୟ କମିଟି’ (ଜେପିସି)କୁ ପଠାଯାଇଥିଲା । ତେବେ 44ଟି ବିନ୍ଦୁ ଉପରେ ଆଲୋଚନା ହୋଇଥିବା ବେଳେ ସଂସଦୀୟ କମିଟି 16ଟି ସଂଶୋଧନ ପ୍ରସ୍ତାବ ଗ୍ରହଣ କରିଛି । ସଂଖ୍ୟା ଆଧାରରେ ଏହି ବିଲ୍ ଯୁଗ୍ମ ସଂସଦୀୟ କମିଟିର ଅନୁମୋଦନ ଲାଭ କରିଛି ।
- କଣ କହିଲେ ଜେପିସି ଅଧ୍ୟକ୍ଷ
‘ଜେପିସି’ ଅଧ୍ୟକ୍ଷ ଜଗଦମ୍ବିକା ପାଲ ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି," ୬ ମାସ ଧରି ଏହି ବିଲର ସମସ୍ତ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏନେଇ ୪୪ଟି ସଂଶୋଧନ ଉପରେ ଆଲୋଚନା ହୋଇଥିଲା । ଆମେ ସମସ୍ତ ସଦସ୍ୟଙ୍କଠାରୁ ମତାମତ ଓ ପ୍ରସ୍ତାବ ଚାହୁଁଥିଲୁ । ଏହା ଆମର ଶେଷ ବୈଠକ ଥିଲା, ତେଣୁ କମିଟି ଦ୍ୱାରା ୧୪ଟି ସଂଶୋଧନ ଗ୍ରହଣ କରାଯାଇଛି ଓ ଏହାକୁ ବହୁମତର ସହ ଅନୁମୋଦିତ କରାଯାଇଛି । ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ କିଛି ସଂଶୋଧନ ପାଇଁ ପରାମର୍ଶ ଦେଇଥିଲେ । ସେହି ପ୍ରତ୍ୟେକ ସଂଶୋଧନକୁ ଉପସ୍ଥାପନ କରାଯାଇ ଭୋଟିଂ ହୋଇଥିଲା, କିନ୍ତୁ ସେମାନଙ୍କ ସପକ୍ଷରେ (ବିରୋଧୀଙ୍କ ପ୍ରସ୍ତାବିତ ସଂଶୋଧନ) 10ଟି ଏବଂ ସେମାନଙ୍କ ବିପକ୍ଷରେ 16ଟି ଭୋଟ ପଡ଼ିଥିଲା ।’’
ଏହା ମଧ୍ୟ ପଢନ୍ତୁ :-ଅଡିଲେ ବିରୋଧୀ: ଯୁଗ୍ମ ସଂସଦୀୟ କମିଟିକୁ କଲା ଓ୍ବାକଫ ସଂଶୋଧନ ବିଲ୍ - Waqf Bill referred jpc
- ଜେପିସି ବୈଠକରେ ହୋଇଥିଲା ହୋହଲ୍ଲା