ନୂଆଦିଲ୍ଲୀ: ପୁଣି ବିବାଦରେ ବଲିଉଡ କୁଇନ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ । ଚାଷୀ ଆନ୍ଦୋଳନକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ କଙ୍ଗନାକୁ ତାଗିତ କଲା ଭାରତୀୟ ଜନତା ପାର୍ଟି । ଦଳୀୟ ନୀତି ସମ୍ପର୍କରେ ମଣ୍ଡି ସାଂସଦଙ୍କୁ କିଛି କହିବାକୁ ଅନୁମତି ଦିଆଯାଇ ନାହିଁ ବୋଲି କହିଛି ଦଳ । କଙ୍ଗନା ଚାଷୀ ଆନ୍ଦୋଳନକୁ ନେଇ ଦେଇଥିବା ମନ୍ତବ୍ୟ ବିଜେପିର ନୁହଁ, ବରଂ ବ୍ୟକ୍ତିଗତ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରରେ ବିଜେପି ଉପରେ ବର୍ଷିବା ସହ ଜବାବ ମାଗିଛି ।
କ’ଣ କହିଥିଲେ କଙ୍ଗନା ?
ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ,''ଆମର ଶୀର୍ଷ ନେତୃତ୍ବ ଯଦି ଶସକ୍ତ ନଥାନ୍ତେ ତେବେ ବାଂଲାଦେଶରେ ଯାହା ହୋଇଛି ତାହା ଭାରତରେ ହେବାକୁ କମ୍ ସମୟ ଲାଗିଥାନ୍ତା । ଦେଶରେ ଚାଷୀ ଆନ୍ଦୋଳନ ସମୟରେ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟୁଥିଲା । କେନ୍ଦ୍ର ସରକାର କୃଷକ ବିଲକୁ ଫେରାଇ ନେବା ପରେ ପୁରା ଦେଶ ଚମକି ପଡିଥିଲା କି କଣ ହୋଇଗଲା । ସେହି ଚାଷୀମାନେ ଏବେ ବି ସେଠାରେ ବସିଛନ୍ତି ଓ ଭାବୁଛନ୍ତି ଏହି ବିଲ୍ କିପରି ଫେରାଇ ନିଆଗଲା । ବାଂଲାଦେଶରେ ଯାହା ହୋଇଛି ତାହା ଏଠାରେ ହେବାକୁ ପୁରା ପ୍ଲାନିଂ ହୋଇଥିଲା । ବିଦେଶ ଶକ୍ତି ଦ୍ବାରା ଷଡଯନ୍ତ୍ର ରଚାଯାଇଥିଲା ।