ଓଡିଶା

odisha

ETV Bharat / bharat

ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି - BJD Meets CEO - BJD MEETS CEO

BJD accuses BJP of violating poll code: ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ସିଇଓ ନିକଟରେ ଫେରାଦ ହେଲା ବିଜେଡି । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି । ଅଧିକ ପଢନ୍ତୁ

ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ ସାମିଲ ଅଭିଯୋଗ, ସିଇଓଙ୍କୁ ଫେରାଦ ହେଲା ବିଜେଡି
ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ ସାମିଲ ଅଭିଯୋଗ, ସିଇଓଙ୍କୁ ଫେରାଦ ହେଲା ବିଜେଡି

By ETV Bharat Odisha Team

Published : Mar 31, 2024, 1:42 PM IST

ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ ସାମିଲ ଅଭିଯୋଗ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର:ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (CEO) ନିକଟରେ ଫେରାଦ ହେଲା ବିଜେଡି । ବିଜେପି ନିର୍ବାଚନୀ ସଭାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହୋଇଥିବା ଅଭିଯୋଗ ଆଣି ବିଜେଡିର ଏକ ପ୍ରତିନିଧି ଦଳ ଆଜି ସିଇଓଙ୍କ ଦ୍ବାରସ୍ତ ହୋଇଛନ୍ତି । ବିଜେଡିର ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ବିଜେପିର ଏକ ନିର୍ବାଚନୀ ସଭାରେ ରେଳବାଇ ବିଭାଗର ତିନି ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଯାହାକି ଆଚରଣ ବିଧିର ଉଲ୍ଲଘଂନ ବୋଲି ଅଭିଯୋଗ ଆଣି ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଇଓଙ୍କ ନିକଟରେ ଦାବି କରିଛନ୍ତି ।


ବିଜେଡିର ଏହି ପ୍ରତିନିଧି ଦଳ ଆଜି ସିଇଓ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହି ଟିମରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ପ୍ରମୁଖ ରହିଥିଲେ । ଏନେଇ ସସ୍ମିତ ପାତ୍ର କହିଛନ୍ତି, ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲୁ । ଦୁଇ ଦିନ ତଳେ ଟାଙ୍ଗୀ ବ୍ଲକ ବଡପୋଖରିଆ ଗାଁରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା l ସେଠାରେ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ରହିଥିଲେ l ଏହି ସଭାରେ ରେଳବାଇ ବିଭାଗର ତିନି ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତି ରହିଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ କେହି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିପାରିବେ ନାହିଁ କିନ୍ତୁ ଭାରତୀୟ ଜନତା ପାର୍ଟି ଏହାର ଉଲ୍ଲଘଂନ କରିଛନ୍ତି ।

ତେବେ ବିଜେପି ସଭାରେ ଉପସ୍ଥିତ ସମ୍ପୃକ୍ତ ଅଫିସରମାନେ ହେଲେ ଖୋର୍ଦ୍ଧା ଡିଭିଜନର ଟିଟିଆଇ ପ୍ରଭାକର ବରାଳ, ଏସ୍ ଆର ପଟ୍ଟନାୟକ ଓ ଆଇଓଡବ୍ଲୁ ବିବି ମହାନ୍ତି । ନିର୍ବାଚନ କମିଶନ ଭାରତୀୟ ଜନତା ପାର୍ଟିର ଏଭଳି କାର୍ଯ୍ୟକୁ ସହ୍ୟ କରିବେନି ଓ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲିି ଆମେ ଆଶା କରୁଛୁ କହିଛନ୍ତି ବିଜେଡି ସାଂସଦ ସସ୍ମିତା ପାତ୍ର ।

ABOUT THE AUTHOR

...view details