ଭୋପାଳ:ପ୍ରଧାନମନ୍ତ୍ରୀଙ୍କର ଭୂରି ଭୂରି ପ୍ରଶଂସା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଏମପି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି," ଶତ୍ରୁ ଦେଶ ପାକିସ୍ତାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପରି ନେତା ଚାହେଁ ।" ଭୋପାଳର ଆନନ୍ଦନଗରରେ ରାମ ମନ୍ଦିର ପାଇଁ ଆୟୋଜିତ ଏକ ସମାରୋହରେ ସମ୍ବନ୍ଧିତ ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ଭାରତ ବର୍ଷରେ ଯେଉଁଭଳି ଉନ୍ନତିମୂଳକ କାମ ସବୁ କରୁଛନ୍ତି ଏବଂ ଯେଉଁ ନିର୍ଣ୍ଣୟ ନେଉଛନ୍ତି ତାହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଉଛି । ପ୍ରଧାନମନ୍ତ୍ରୀ ଦୁନିଆର ଲୋକପ୍ରିୟ ନେତାମାନଙ୍କ ମଧ୍ୟରୁ ଜଣେ । ଏକଥା ଆମେ ନୁହେଁ । ବରଂ ପଡୋଶୀ ଦେଶମାନେ କହୁଛନ୍ତି । "
ତେବେ "ଶତୃଦେଶ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଥିଲେ ଯେ, ଖାସ୍ ଆମକୁ ମୋଦିଙ୍କ ଭଳି ଜଣେ ନେତା ମିଳିଥାନ୍ତେ । ଏପରିକି ମୋଦିଙ୍କଠାରୁ କିଛି ଶିଖିବାକୁ ଦରକାର ବୋଲି ସେ ସବୁବେଳେ କୁହନ୍ତି" ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ମଧ୍ୟପ୍ରଦେଶର ଆନନ୍ଦନଗର ସ୍ଥିତ ଶ୍ରୀରାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ସେ ପ୍ରାର୍ଥନା କରିଥିବା କହିଛନ୍ତି । ଶ୍ରୀରାମ ମନ୍ଦିରର ନବ ନିର୍ମାଣ ଏବଂ କଳସ ସ୍ଥାପନରେ ସେ ଉପସ୍ଥିତ ରହିଥିଲେ । ଏହାସହ ନବନିର୍ମିତ ସତସଙ୍ଗ ଭବନର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ...ଧାର୍ମିକ ନୀତିର ଶେଷ ଦିନ, ଆଜି 125 କଳସ ଜଳରେ ସ୍ନାନ କରିବେ ରାମଲାଲା