ଓଡିଶା

odisha

ETV Bharat / bharat

ଦିଦିଙ୍କ ଗଡ଼ରେ କଂଗ୍ରେସ ଯୁବରାଜଙ୍କ ପରୀକ୍ଷା, ମମତା କରିବେ କି ରାହୁଲଙ୍କ ଯାତ୍ରା ସହ ନ୍ୟାୟ ?

Bharat Jodo Nyaya Yatra: ପଶ୍ଚିମବଙ୍ଗରେ ପ୍ରବେଶ ସହିତ ଆରମ୍ଭ ହେବ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ଅସଲ ପରୀକ୍ଷା । ପଶ୍ଚିମବଙ୍ଗରେ ପ୍ରବେଶ କରିବ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଅଧିକ ପଢନ୍ତୁ

Bharat Jodo Nyaya Yatra
ଭାରତ ଯୋଡ ନ୍ୟାୟ ଯାତ୍ରା

By ETV Bharat Odisha Team

Published : Jan 25, 2024, 11:13 AM IST

Updated : Jan 25, 2024, 11:29 AM IST

ହାଇଦ୍ରାବାଦ:ମଣିପୁରରୁ ସଂଘର୍ଷକାରୀ ଆରମ୍ଭ ଏବଂ ଆସାମରେ ହିମନ୍ତ ବିଶ୍ୱଶର୍ମାଙ୍କ ସହ ସଂଘର୍ଷ ପରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଦିଦିଙ୍କ ଗଡ଼ ଅର୍ଥାତ ପଶ୍ଚିମବଙ୍ଗରେ ଆଜି ପ୍ରବେଶ କରିବ । ମମତା ଦିଦି କରିବେ କି ଯାତ୍ରା ସହ ନ୍ୟାୟ ? ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ନୋ ଏଣ୍ଟ୍ରିର ସାଇନ ବୋର୍ଡ ଲଗାଇ ନାହାନ୍ତି। କିନ୍ତୁ ଦେଇଥିବା ସଙ୍କେତ କୌଣସି ସାଇନ ବୋର୍ଡଠାରୁ ମଧ୍ୟ କମ୍ ନୁହେଁ । ପଶ୍ଚିମବଙ୍ଗରେ ପ୍ରବେଶ କରିବା ସହ ଆରମ୍ଭ ହେବ ରାହୁଲ ଗାନ୍ଧୀଙ୍କ ଅସଲ ପରୀକ୍ଷା ।

ଆସନ୍ତା ଲୋକସଭା ନିର୍ବାଚନରେ ଏକା ଲଢ଼ିବା ନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । କୌଣସି ସହଯୋଗୀ ଦଳ ସହ ଆସନ ଭାଗବଣ୍ଟା ହେବନି ବରଂ ବିଜେପି ବିରୋଧରେ ତୃଣମୂଳ କଂଗ୍ରେସ ଏକାକୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବ ବୋଲି ଗତକାଲି ଘୋଷଣା କରିଥିଲେ ଦିଦି । ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଏକ ପ୍ରକାର ଜବରଦସ୍ତ ଝଟ୍‌କା ଦେଇଥିଲା । ଅନ୍ୟପଟେ ତୃଣମୂଳ କଂଗ୍ରେସ ମଧ୍ୟ ଭାରତ ଯୋଡ଼ ନ୍ୟାୟଯାତ୍ରାରେ ଅଂଶ ଗ୍ରହଣ କରିବାର କୌଣସି ଇଚ୍ଛା ନାହିଁ । ସିଟ୍ ଭାଗବଣ୍ଟାକୁ ନେଇ କଂଗ୍ରେସର ନ୍ୟାସନାଲ ଆଲାଏନ୍ସ କମିଟିର ନେତାଙ୍କୁ ମିଳିବା ଭଳି ଟିଏମସିର ପ୍ରତିକ୍ରିୟା ମଧ୍ୟ ଠିକ ସେହିପରି ରହିଛି ।

ଆସାମ ପରେ ଭାରତ ଯୋଡ ନ୍ୟାୟ ଯାତ୍ରା ଜାନୁଆରୀ 25 ରେ କୁଚ୍ ବେହାରଠାରୁ ପଶ୍ଚିମବଙ୍ଗକୁ ପ୍ରବେଶ କରିବ । ଆସାମ ତୁଳନାରେ ପଶ୍ଚିମବଙ୍ଗରେ ନ୍ୟାୟ ଯାତ୍ରାର ଅବଧିକୁ କମ୍ ରଖାଯାଇଛି । ଆସାମରେ ଏହି ଯାତ୍ରା 833 କିଲୋମିଟର ରହିଥିଲାବେଳେ ପଶ୍ଚିମବଙ୍ଗ ପାଇଁ ମାତ୍ର 523 କିଲୋମିଟର ଧାର୍ଯ୍ୟ କରାଯାଇଛି । ଆସାମର 17ଟି ଜିଲ୍ଲା ଦେଇ ଯାଇଥିବା ରାହୁଲ ଗାନ୍ଧୀଙ୍କ ଯାତ୍ରା ପଶ୍ଚିମବଙ୍ଗର କେବଳ 7 ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ । ଯେଉଁଥିରେ କଂଗ୍ରେସର ଗଡ଼ କୁହାଯାଉଥିବା ମାଲଦା ଏବଂ ମୁର୍ସିଦାବାଦ ମଧ୍ୟ ସାମିଲ ରହିଛି । ବେଙ୍ଗଲ ପରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ବିହାରରେ ପହଞ୍ଚିବ । ଯେଉଁଠାରେ ପୂର୍ବରୁ ହିଁ ନିତୀଶ କୁମାରଙ୍କ ସହିତ ହାବଭାବକୁ ନେଇ ଅଶାନ୍ତି ଲାଗି ରହିଛି । ତେବେ ଆସନ୍ତା 25 ତାରିଖରେ ଭାରତ ଯୋଡ ନ୍ୟାୟ ଯାତ୍ରା ଶେଷ ହେବାକୁ ଥିବା ବେଳେ କେଉଁ ପରିସ୍ଥିତିରେ ଶେଷ ହେବ ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢନ୍ତୁ : 'ଇଣ୍ଡିଆ' ମେଣ୍ଟକୁ ଦିଦିଙ୍କ ଝଟକା: ପଶ୍ଚିମବଙ୍ଗରେ 'ଏକଲା ଚଲୋ' ନାରା, ଜବାବ ରଖିଲା କଂଗ୍ରେସ

ମମତା ବାନାର୍ଜୀଙ୍କ ଅତ୍ୟନ୍ତ କଠୋର ଆଭିମୁଖ୍ୟ ସତ୍ତ୍ବେ କଂଗ୍ରେସର ସ୍ବର ସର୍ବଦା ନରମ ଭଳି ମନେ ହୁଏ । ଭରତ ଯୋଡ ନ୍ୟାୟ ଯାତ୍ରା ସମ୍ବନ୍ଧରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଥିଲେ, "ଆପଣ ମମତା ଦିଦିଙ୍କ ସମ୍ପୂର୍ଣ୍ଣ ବିବୃତ୍ତି ପଢି ନାହାନ୍ତି, ସେ କହିଥିଲେ ଆମେ ବିଜେପିକୁ ପରାସ୍ତ କରିବାକୁ ଚାହୁଁଛୁ, ଭାଜପାକୁ ହରାଇବା ପାଇଁ କୌଣସି ମତେ ପଛକୁ ହଟିବୁ ନାହିଁ, ଏହି ଭାବନା ସହିତ ଆମେ ପଶ୍ଚିମବଙ୍ଗରେ ପ୍ରବେଶ କରୁଛୁ ।" ଏନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମମତା ବାନାର୍ଜୀଙ୍କୁ ନ୍ଯାୟ ଯାତ୍ରା ପାଇଁ ନିମନ୍ତ୍ରଣ କରାଯାଇଛି ଏବଂ ଜୟରାମ ରମେଶଙ୍କ ଅନୁଯାୟୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ INDAର ସହଯୋଗୀ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି । କିନ୍ତୁ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ଟିଏନସି ନେତା କହିଛନ୍ତି, "ଆମ କଂଗ୍ରେସ ପକ୍ଷରୁ କୌଣସି ନିମନ୍ତ୍ରଣ ପାଇନାହୁଁ । ଯଦି ବି ନିମନ୍ତ୍ରଣ ମିଳି ଥାଆନ୍ତା, ତାହେଲେ ମଧ୍ୟ ଆମେ ସାମିଲ ହୋଇ ନଥାଆନ୍ତୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 25, 2024, 11:29 AM IST

ABOUT THE AUTHOR

...view details