ପ୍ରୟାଗରାଜ: ମହାକୁମ୍ଭ ମେଳାରେ ଦେଶ ବିଦେଶରୁ ପହଞ୍ଚୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଯେମିତି ଶ୍ରଦ୍ଧାଳୁଙ୍କୁ ଖାଇବା ପିଇବାର ଅସୁବିଧା ନ ହେଉ ସେଥିପାଇଁ ସବୁଠି ଖୋଲିଛି ଅନ୍ନଛତ୍ର । ବିଭିନ୍ନ ଆଖଡା ଓ ସାଧୁସନ୍ଥଙ୍କ ସହ କଳ୍ପବାସୀ ଓ ସ୍ନାନାର୍ଥୀ ଅନ୍ନଦାନ କରି ମହାପୁଣ୍ୟ ଅର୍ଜନ କରୁଛନ୍ତି । ମାନ୍ୟତା ଅଛି ଯେ ତୀର୍ଥସ୍ଥାନ ପ୍ରୟାଗରାଜରେ ଅନ୍ନଦାନ, ଭୋଜନ କରାଇବା ଓ ଫଳଦାନ ଅତ୍ୟନ୍ତ ପୁଣ୍ୟ ହୋଇଥାଏ । ଏହି କାରଣରୁ ମାଘ ମାସରେ ଚାଲିଥିବା ମହାକୁମ୍ଭ ମେଳାରେ ଆଖାଡା ଠୁ ନେଇ ଉଦ୍ଦ୍ୟୋଗପତି ଓ ଶ୍ରଦ୍ଧାଳୁ ଅନ୍ନଦାନ କରିବା ପାଇଁ ଅନ୍ନଛତ୍ର ଖୋଲିଥାନ୍ତି ।
- ଏକ ଲକ୍ଷରୁ ଅଧିକ ଲୋକେ ଭୋଜନ କରିଥାନ୍ତି
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ 13 ଆଖଡାର ସାଧୁସନ୍ଥଙ୍କ ସହ ଦେଶ ବିଦେଶରୁ ସନ୍ଥ ମହନ୍ତ ଆସିଛନ୍ତି । ଏହି ମେଳାରେ 100ରୁ ଅଧିକ ସ୍ଥାନରେ ଅନ୍ନଛତ୍ର ଖୋଲାଯାଇଛି । ଯେଉଁ ଅଖାଡାରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ବସି ପ୍ରସାଦ ସେବନ କରୁଛନ୍ତି । ଜଣାଶୁଣା ଉଦ୍ଦ୍ୟୋଗପତି ଗୌତମ ଆଦାନୀ ଇସ୍କନ ସହାୟତାରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରସାଦ ସେବନ କରାଉଛନ୍ତି । ଜୁନା ଆଖଡାର ସନ୍ଥ ମାଧବାନନ୍ଦ ମହାରାଜ କହିଛନ୍ତି ‘‘ତୀର୍ଥସ୍ଥାନ ପ୍ରୟାଗରାଜକୁ ଆସୁଥିବା ପ୍ରତି ଶଦ୍ଧାଳୁ ନିଶ୍ଚିତ ରୂପେ ଅନ୍ନଦାନ କରିଥାନ୍ତି’’ । ତାଙ୍କ କହିବା କଥା ଯେ ‘‘ଅନ୍ନଦାନ କରିବା ଦ୍ବାରା ଭଗବାନ ଶିବ ଓ ମାତା ଅନ୍ନପୂର୍ଣ୍ଣାଙ୍କ କୃପା ଲାଭ ହୋଇଥାଏ । ମାତା ଅନ୍ନପୂର୍ଣ୍ଣାଙ୍କୁ ପ୍ରସନ୍ନ କରିବା ପାଇଁ ମାଘ ମାସରେ ଅନ୍ନଛତ୍ର ଖୋଲା ଯାଇଥାଏ’’ । ସନ୍ଥ କହିଛନ୍ତି ଯେ ‘‘ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ଭଣ୍ଡାରା ଖୋଲିବା ସହ ଅନ୍ନଦାନ କରିଥାନ୍ତି’’।
- ପଦ ଅନୁସାରେ ଦକ୍ଷିଣା ମିଳେ
ସେ ଆହୁରି କହିଛନ୍ତି ‘‘ମହାକୁମ୍ଭରେ ଆସୁଥିବା ଅଖାଡା ନିଜ ଶିବିରରେ ପ୍ରତିଦିନ ଅନ୍ନଛତ୍ରର ଆୟୋଜନ କରିଥାନ୍ତି । ଗୋଟେ ଗୋଟେ ଅନ୍ନଛତ୍ରରେ ଥରକରେ ହାଜରେ ଲୋକେ ଏକାଠି ବସି ପ୍ରସାଦ ସେବନ କରିବାର ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ ଆଖଡାରେ ଭୋଜନ କରି ସାରିବା ପରେ ଦକ୍ଷିଣା ବି ଦିଆଯାଇଥାଏ । ଅଖାଡାର ଅନ୍ନଛତ୍ରରେ ପ୍ରସାଦ ସେବନ ପରେ ପଦ ଅନୁସାରେ ଦକ୍ଷିଣା ବି ଦିଆଯାଇଥାଏ । ପଦ ଅନୁସାରେ ଦକ୍ଷିଣା 100 ଟଙ୍କାରୁ ନେଇ 5100 ଟଙ୍କା ପର୍ଯ୍ୟନ୍ତ ପ୍ରାବଧାନ ରହିଛି । ମହାକୁମ୍ଭ ଆଖାଡାରେ ନାଗା ସନ୍ୟାସୀ ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି । ମହାକୁମ୍ଭ ଆୟୋଜନରେ ସାଧୁସନ୍ଥ ମଧ୍ୟ ପୁଣ୍ୟ ଅର୍ଜନ କରିବାକୁ ଆସିଥାନ୍ତି । ଏହି କାରଣରୁ ଆଖଡା ଶିବିରରେ ଧାର୍ମିକ ଗତିବିଧି ଲାଗି ରହିଥାଏ । ସମସ୍ତ ଅଖାଡାରେ ସକାଳ ସନ୍ଧ୍ୟା ଅନ୍ନଛତ୍ର ଚାଲିଥାଏ ।