ହାଇଦ୍ରାବାଦ: ସାଧାରଣ ତଥା ଆର୍ଥିକ ପଛୁଆ ବର୍ଗର ଜନତାଙ୍କ ହିତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ସେହି ମଧ୍ୟରୁ ରାସନ କାର୍ଡ ହେଉଛି ଏକ ପ୍ରମୁଖ ଯୋଜନା । ଏହା ଦ୍ବାରା ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅନୁଯାୟୀ ଗରିବ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଆସୁଛନ୍ତି ସରକାର । ଏହି କାର୍ଡର ହିତାଧିକାରୀଙ୍କ ପାଇଁ କେବଳ ରାସନ ସାମଗ୍ରୀ ନୁହଁ ବରଂ ଆହୁରି ଅନେକ ସୁବିଧା ମଧ୍ୟ ରହିଛି । ଆସନ୍ତୁ ଜାଣିବା ଜଣେ ରାସନ କାର୍ଡଧାରୀ କେଉଁ କେଉଁ ଲାଭ ପାଇପାରିବେ ।
- ରାସନ କାର୍ଡରେ କେଉଁ ଲାଭ ପାଇବେ ହିତାଧିକାରୀ:-
ରାସନକାର୍ଡରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ମାଗଣାରେ ଚାଉଳ ପ୍ରଦାନ କରୁଛନ୍ତି । ଚଳିତମାସରୁ ଚାଉଳ ସହ ଗହମ ଦିଆଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । ରାସନ କାର୍ଡରେ କେବଳ ଚାଉଳ ନୁହଁ ବରଂ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିପାରିବ ।
ମାଗଣା ରାସନ:ରାସନ କାର୍ଡରେଗରିବ ଲୋକଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଏ । ସରକାରଙ୍କ ଦ୍ୱାରା ସ୍ଥିର ତଥା ଅତି ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ପାଇଥାନ୍ତି ହିତାଧିକାରୀ ।
ସରକାରୀ ଯୋଜନାରେ ଭାଗିଦାରୀ:ବିଭିନ୍ନ ସରକାରୀ ଯୋଜନାର ଲାଭ ରାସନ କାର୍ଡ ମାଧ୍ୟମରେ ମିଳିପାରିବ ।
- ପରିଚୟ ପ୍ରମାଣ:
କୌଣସି ସରକାରୀ ବା ବେସରକାରୀ କ୍ଷେତ୍ରରେପରିଚୟର ପ୍ରମାଣ ପତ୍ର ଭାବରେ ଏହି ରେସନ କାର୍ଡ ବ୍ୟବହାର କରାଯାଇପାରିବ । କାରଣ ଏଥିରେ ହିତାଧିକାରୀଙ୍କର ସମସ୍ତ ତଥ୍ୟ ସରକାରୀ ଅନୁମୋଦିତ ଭାବେ ରହିଥାଏ । ତେଣୁ ଏହି କାର୍ଡକୁ ଆବଶ୍ୟକ ସ୍ଥଳେ ଅନ୍ୟ କାମରେ ଏକ ବୈଧ ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇପାରେ ।
- ଋଣ ଉପରେ ସବସିଡି:
କିଛି ଯୋଜନାରେ ରାସନ କାର୍ଡଧାରୀମାନେ ଋଣ ଉପରେ ସବସିଡି ପାଆନ୍ତି । ସେମାନେ ଆର୍ଥିକ ପଛୁଆ ଶ୍ରେଣୀଭୂକ୍ତ ହୋଇଥିବାରୁ ସେମାନେ ଏହି ସବସିଡ ପ୍ରାପ୍ତ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି । ଏହି କ୍ଷେତ୍ରରେ ରାସନ କାର୍ଡର ବ୍ୟବହାର କରାଯାଉଛି ।
- ବୀମା ଯୋଜନା: କିଛି ରାଜ୍ୟରେ ରାସନ କାର୍ଡ ହିତାଧିକାରୀମାନେ ସ୍ୱାସ୍ଥ୍ୟ ବୀମାର ସୁବିଧା ପାଇଥାନ୍ତି । ସେମାନଙ୍କୁ ସରକାର ଦେୟମୁକ୍ତ ସ୍ବାସ୍ଥ୍ୟବୀମା ଯୋଗାଇଥାନ୍ତି ।
- ସାମାଜିକ କଲ୍ୟାଣ ଯୋଜନା:ରାସନ କାର୍ଡ ମାଧ୍ୟମରେ ସାମାଜିକ କଲ୍ୟାଣ ଯୋଜନା ମଧ୍ୟ ଲାଭ ପାଇ ପାରିବେ ।
- ଶିକ୍ଷା କ୍ଷେତ୍ରରେ ସହାୟତା: ଏମିତି କିଛି ଯୋଜନା ଅଛି ଯାହା ରାସନ କାର୍ଡଧାରୀଙ୍କ ପିଲାମାନଙ୍କର ଶିକ୍ଷାରେ ସହାୟତା ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ ....ଅକ୍ଟୋବରରୁ ଓଡ଼ିଶାରେ ରାସନରେ ଗହମ, ମୋହନ ମାଝୀ ସରକାରଙ୍କ କଥା ରଖିଲା କେନ୍ଦ୍ର - wheat for Ration card holders |
- ରାସନ କାର୍ଡ କେତେ ପ୍ରକାର ?