ଓଡିଶା

odisha

ମାହାର୍ଘ୍ୟ ମୁହୂର୍ତ୍ତରେ ପ୍ରାଣ ପ୍ରତିଷ୍ଠା, ଭବ୍ୟ ମନ୍ଦିରରେ ବିରାଜିଲେ ଶ୍ରୀ ରାମଲାଲା

By ETV Bharat Odisha Team

Published : Jan 22, 2024, 9:41 AM IST

Updated : Jan 22, 2024, 12:42 PM IST

The much-anticipated day is here! With just few hours left for the grand consecration ceremony, ETV Bharat brings you the live updates on this significant event from Ayodhya and beyond.

ପ୍ରାଣ ପ୍ରତିଷ୍ଠା ଉତ୍ସବ
ପ୍ରାଣ ପ୍ରତିଷ୍ଠା ଉତ୍ସବ

12:35 January 22

ରାମ ମନ୍ଦିରରେ ବିରାଜିଲେ ରାମଲାଲା

ଅପେକ୍ଷାର ଅନ୍ତ ଘଟଡିଲା । ଶେଷ ହେଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ରାମ ମନ୍ଦିରରେ ବିରାଜିଲେ ରାମଲାଲା ।

12:11 January 22

ପୂଜାରେ ସାମିଲ ହେଲେ ମୋଦି

ରାମ ମନ୍ଦିରକୁ ପ୍ରବେଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ପୂଜାରେ ସାମିଲ ହୋଇଛନ୍ତି । ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି ।

11:57 January 22

ଅୟୋଧ୍ୟାରେ ପହଞ୍ଚିଲେ ମୁକେଶ ଅମ୍ବାନୀ

ଅୟୋଧ୍ୟାରେ ପହଞ୍ଚିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀ । ପତ୍ନୀ ନୀତି ଅମ୍ବାନୀ ମଧ୍ୟ ତାଙ୍କ ସାଥିରେ ଅଛନ୍ତି ।

11:27 January 22

ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

10:55 January 22

ଅଯୋଧ୍ୟାରେ ପହଞ୍ଚିଲେ ରାମଦେବ ବାବା ଓ ଧିରେନ୍ଦ୍ର ଶାସ୍ତ୍ରୀ

ଅଯୋଧ୍ୟାରେ ପହଞ୍ଚିଲେ ରାମଦେବ ବାବା ଓ ଧିରେନ୍ଦ୍ର ଶାସ୍ତ୍ରୀ

ଆଉ କିଛି ସମୟ ପରେ ହେବ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାରେ ପହଞ୍ଚିଲେ ଯୋଗ ଗୁରୁ ରାମଦେବ ବାବା ଓ ବାଗେଶ୍ବ ଧାମ ବାବା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ।

10:13 January 22

ଅଯୋଧ୍ୟାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

ଆଉ କିଛି ସମୟ ପରେ ଅଯୋଧ୍ୟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ମନ୍ଦିରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

09:51 January 22

ଅଯୋଧ୍ୟାରେ ପହଞ୍ଚିଲେ ସଚିନ ତେନ୍ଦୁଲକର

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଅଯୋଧ୍ୟା ନଗରୀ । ଅଯୋଧ୍ୟାରେ ପହଞ୍ଚିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।

09:50 January 22

ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ ଷ୍ଟାର

ବଲିଉଡର ବହୁ ନାମିଦାମି ଅଭିନେତା ଅଭିନେତ୍ରୀ ଅଯୋଧ୍ୟାରେ ଆସି ପହଞ୍ଚିଛନ୍ତି । ଭିକି ଓ କ୍ୟାଟ୍ରିନା ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେହିପରି ଅନୁପ ଖେର, ତେଲୁଗୁ ସୁପରଷ୍ଟାର ଚିରଞ୍ଜିବ ଓ ରାମଚରଣ,ଜ୍ୟାକିଶ୍ରଫ, ମାଧୁରି ଆୟୁଷମାନ ଖୁରାନା ଅଯୋଧ୍ୟାରେ ପହଞ୍ଚିଛନ୍ତି ।

09:50 January 22

ଅଯୋଧ୍ୟାରେ ପହଞ୍ଚିଲେ ପୂର୍ବତନ ଡିଆରଡିଓ ମୁଖ୍ୟ

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଧିରେ ଧିରେ ମନ୍ଦିରରେ ପହଞ୍ଚୁଛନ୍ତି ନିମନ୍ତ୍ରୀତ ଅତିଥି । ପୂର୍ବତନ ଡିଆରଡିଓ ମୁଖ୍ୟ ସତିଶ ରେଡ୍ଡି ଏହି ସମାରୋହରେ ସାମିଲ ହେବେ । ବର୍ତ୍ତମାନ ସେ ଅଯୋଧ୍ୟାରେ ପହଞ୍ଚି ଖୁସି ବ୍ୟକ୍ତ କରିଛନ୍ତି ।

09:05 January 22

କ୍ବିଣ୍ଟାଲ କ୍ବିଣ୍ଟାଲ ଫୁଲରେ ସଜା ହୋଇଛି ରାମ ମନ୍ଦିର

ଫୁଲରେ ସଜା ହୋଇଛି ରାମ ମନ୍ଦିର

ସକାଳୁ ସକାଳୁ ରାମ ମନ୍ଦିର ଦୃଶ୍ୟ ସାମ୍ନାକୁ ଆସିଛି । ରାମ ମନ୍ଦିରକୁ କ୍ବିଣ୍ଟାଲ କ୍ବିଣ୍ଟାଲ ରଙ୍ଗ ବେରଙ୍ଗ ଫୁଲରେ ସଜାଯାଇଛି । ଯାହା ଦେଖିବାକୁ ବେଶ ଆକର୍ଷଣୀୟ ।

07:49 January 22

ନିଦରୁ ଉଠିଲେ ପ୍ରଭୁ ରାମଚନ୍ଦ୍ର, ଆରମ୍ଭ ହେଲା ଆଜିର ରୀତିନୀତି

ଅଯୋଧ୍ୟା:6 ଦିନ ଧରି ଧାର୍ମିକ ନୀତି ଶେଷ ହେବା ପରେ ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସକାଳୁ ସକାଳୁ ମନ୍ଦିରରେ ଆରମ୍ଭ ହୋଇଛି ଆଜିର ନୀତିକାନ୍ତି । ରବିବାର ସୟାଧିବାସ ରୀତିନୀତି ଅନୁଯାୟୀ 125 କଳସ ପବିତ୍ର ଜଳରେ ସ୍ନାନ କରି ଶୋଇଥିଲେ ପ୍ରଭୁ ରାମଚନ୍ଦ୍ର । ଆଜି ଭୋର ସମୟରେ କରତାଳି ଏବଂ ମନ୍ତ୍ର ଉଚ୍ଚାରଣ ପରେ ପ୍ରଭୁ ରାମଚନ୍ଦ୍ରଙ୍କୁ ନିଦରୁ ଉଠାଯାଇଛି । ଆଖି ଖୋଲିବା ମାତ୍ରେ ପ୍ରଥମେ ରାମଲାଲାଙ୍କୁ ଦର୍ପଣ ଦିଆଯାଇଥିଲା । ଏହା ପରେ ଆଜିର ରୀତିନୀତି ଆରମ୍ଭ ହୋଇଛି ।

Last Updated : Jan 22, 2024, 12:42 PM IST

ABOUT THE AUTHOR

...view details