ଓଡିଶା

odisha

ETV Bharat / bharat

ପୋଲିଂ ବୁଥରେ ଅଘଟଣ, କର୍ଣ୍ଣାଟକରେ ସହକାରୀ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ - Assistant Presiding Officer Dies - ASSISTANT PRESIDING OFFICER DIES

Assistant Presiding Officer Dies: କର୍ତ୍ତବ୍ୟ କରୁ କରୁ ଉଡିଲା ପ୍ରାଣ । କର୍ଣ୍ଣାଟକରେ ପୋଲ୍‌ ଡ୍ୟୁଟିରେ ଥିବା ଜଣେ ସହକାରୀ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

Assistant Presiding Officer Dies
Assistant Presiding Officer Dies

By ETV Bharat Odisha Team

Published : Apr 26, 2024, 6:23 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି 14ଟି ଲୋକସଭା ଆସନରେ ଆଜି ପଡୁଛି ଭୋଟ । ଏହି ସମୟରେ ପୋଲ ଡ୍ୟୁଟିରେ ଥିବା ଜଣେ ସହକାରୀ ପ୍ରିଜାଇଡିଂ ଅଫିସର (APRO)ଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ଯଶୋଧମ୍ମା (55) ଯିଏକ ଚଲ୍ଲାକେରେ ସହରର ବିଠାଲା ନଗରର ଅଧିବାସୀ ବୋଲି ଜଣାପଡ଼ିଛି । ସେ ଚିତ୍ରଦୁର୍ଗ ଜିଲ୍ଲାରେ ହେଟ୍ଟାପ୍ପାନହାଲିର ବୁଥ ନଂ-202ରେ ଡ୍ୟୁଟିରେ ଥିଲେ । ହଠାତ ସେ ଅସୁସ୍ଥ ହୋଇପଡ଼ିବା ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ସେ ଡ୍ୟୁଟିରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ରକ୍ତଚାପ ହ୍ରାସ ପାଇବା ପରେ ତାଙ୍କୁ ତୁରନ୍ତ ଚିଲ୍ଲାକେରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ଖବର ପାଇବା ପରେ ହସ୍ପିଟାଲରେ ଉପଜିଲ୍ଲାପାଳ କୁମାରସ୍ବାମୀ ପହଞ୍ଚିଥିବା ଜଣାପଡ଼ିଛି । ଅନ୍ୟପଟେ ଚଲ୍ଲାକେରେ ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି ।

ଏହା ବି ପଢନ୍ତୁ- ଚାଲିଛି ଗଣତନ୍ତ୍ରର ମହାପର୍ବ; ଷ୍ଟ୍ରେଚର ସହ ପୁଲିଂ ବୁଥରେ ରୋଗୀ, ମତଦାନ କେନ୍ଦ୍ରରେ ମାଙ୍କଡ଼

ଅନ୍ୟପଟେ କର୍ଣ୍ଣାଟକରେ ସନ୍ଧ୍ୟା 5ଟା ସୁଦ୍ଧା ମୋଟ 63.9 ପ୍ରତିଶତ ଭୋଟିଂ ହୋଇଛି । କର୍ଣ୍ଣାଟକ ବ୍ୟତୀତ ଆଜି ଦ୍ବିତୀୟ ପର୍ଯ୍ୟାୟ ମତାଦନ 12 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁକାଶ୍ମୀରରେ ମତଦାନ କରୁଛନ୍ତି ଭୋଟର । କର୍ଣ୍ଣାଟକର ମୁଖ୍ୟ ନିର୍ବାଚନମଣ୍ଡଳୀ ମଧ୍ୟରେ ରହିଛି ବେଙ୍ଗାଲୁରୁ (ଗ୍ରାମୀଣ), ବେଙ୍ଗାଲୁର (ଉତ୍ତର), ବେଙ୍ଗାଲୁରୁ (ମଧ୍ୟ), ବେଙ୍ଗାଲୁରୁ (ଦକ୍ଷିଣ), ମାଣ୍ଡ୍ୟା ଏବଂ ମହୀଶୂର ଅନ୍ତର୍ଭୁକ୍ତ ।

ଏହା ବି ପଢନ୍ତୁ- ମତଦାନ ବେଳେ ହୃଦଘାତର ଶିକାର ମହିଳା, ଏମିତି ବଞ୍ଚିଲା ଜୀବନ

ସେହିପରି ଆଜି ମତଦାନ ସମୟରେ କିଛି ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା । ରାଜ୍ୟର ଜୟନଗର ନିର୍ବାଚନମଣ୍ଡଳୀରେ ଥିବା ନିଜ ପୋଲିଂ ବୁଥରେ ଷ୍ଟ୍ରେଚର ସହିତ ପହଞ୍ଚିଥିଲେ ଜଣେ 78 ବର୍ଷୀୟ ବୃଦ୍ଧା । ସେ କିଛି ଦିନ ତଳେ ନିମୋନିଆ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିଲା । ଏହା ସତ୍ତ୍ବେ ସେ ମତଦାନ ପାଇଁ ପହଞ୍ଚିଥିଲେ । ସେହିପରି ବେଙ୍ଗାଲୁରୁ ଜମ୍ବୋ ସଭାରି ଡିନ୍‌ ଠାରେ ଏକ ପୋଲିଂ ବୁଥରେ ଜଣେ ମହିଳା ଭୋଟର ହୃଦଘାତର ଶିକାର ହୋଇଥିଲେ । ମାତ୍ର ଉପସ୍ଥିତ ଅନ୍ୟ ଭୋଟରଙ୍କ ମଧ୍ୟରେ ଜଣେ ଡାକ୍ତର ଦେବଦୂତ ସାଜି ତାଙ୍କ ଜୀବନ ରକ୍ଷା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details